ବିଚାର

କାଖର କଳାପଣ ଦୂରେଇବାକୁ ମାତ୍ର ୧୦ ମିନିଟ୍‌ କରନ୍ତୁ ଏହି କାମ, ୩ ଦିନରେ ଦେଖନ୍ତୁ ଫାଇଦା

କାଖ କଳା ପଡ଼ିଯାଇଥିଲେ ଛୋଟ ହାତ ଥିବା ଡ୍ରେସ ପିନ୍ଧିବାକୁ ଲାଜ ଲାଗେ। ଏଣୁ ଉଭୟ ପୁଅ ଓ ଝିଅ ସବୁବେଳେ କାଖକୁ ଗୋରା କରିବାକୁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ମାତ୍ର ସବୁ ଉପାୟ ସବୁବେଳେ କାମ କରିନଥାଏ। ଫଳରେ କାଖର କଳାଦାଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିନଥାଏ। ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟ ମଧ୍ୟ କାଖର କଳାପଣ ଦୂର କରିବା ଅପେକ୍ଷା ଚର୍ମକୁ ଆହୁରି ରୁକ୍ଷ କରିଥାଏ।

underarm

ତେଣୁ ଲୋକମାନେ କାଖର କଳାପଣ ଦୂର କରିବାକୁ କ’ଣ କରିବେ ସେ ନେଇ ଚିନ୍ତାରେ ଥାନ୍ତି। ଆପଣ ବି ଯଦି ଏନେଇ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଏଥିରୁ ମୁକ୍ତି ପାଇବାକୁ କେତେକ ସହଜ ଉପାୟ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ଘରୋଇ ଉପାୟରେ ଅଣ୍ଡରଆର୍ମ କଳାପଣ ଦୂର କରିବା ପ୍ରକ୍ରିୟା…

ଲେମ୍ବୁ:

lemon

ଗାଧୋଇବାର ୧୦ ମିନିଟ୍‌ ପୂର୍ବରୁ ଲେମ୍ବୁକୁ ୫ ମିନିଟ୍‌ ଲେଖାଏଁ କାଖରେ ଘଷନ୍ତୁ। ପରେ ଥଣ୍ଡା ପାଣିରେ କାଖକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ଏଭଳି କିଛି ଦିନ କରିବା ଦ୍ୱାରା ଅଣ୍ଡରଆର୍ମରୁ କଳା ଦାଗ ଛାଡ଼ିଯିବ। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏଭଳି କରିବା ଦ୍ୱାରା କାଖ ସମ୍ପୂର୍ଣ୍ଣ ଦାଗମୁକ୍ତ ହୋଇଯିବ।

ଆଳୁ:

potato

ଅଣ୍ଡରଆର୍ମର କଳାଦାଗ ଦୂର କରିବାରେ ଆଳୁ ମଧ୍ୟ ବେଶ୍‌ ସହାୟକ ହୋଇଥାଏ। ପ୍ରତିଦିନ ୨୦ ମିନିଟ୍‌ ଲେଖାଏଁ କାଖରେ କଞ୍ଚା ଆଳୁ ଘଷିବା ଦ୍ୱାରା କଳାପଣ ଦୂର ହୋଇଥାଏ। ୭ ଦିନ ମଧ୍ୟରେ ଆପଣ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ।

ଘିକୁଆଁରୀ:

aloe vera

ଦାଗ ଦୂର କରିବାରେ ଘିକୁଆଁରୀ ମଧ୍ୟ ସାହାଯ୍ୟ କରେ। ତ୍ୱଚାରୁ ମୃତ କୋଷିକାକୁ ବାହାର କରି ଗୋରାପଣ ଆଣିବାରେ ଏହା ସହାୟକ ହୋଇଥାଏ। ଏଥିପାଇଁ ଘିକୁଆଁରୀକୁ ଅଣ୍ଡରଆର୍ମରେ ମସାଜ୍‌ କରନ୍ତୁ। ସପ୍ତାହରେ ଦିନକୁ ଦୁଇ ଥର ୧୦ ମିନିଟ୍‌ ଲେଖାଏଁ ଏଭଳି କରିବା ଦ୍ୱାରା କଳାପଣ ଦୂର ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button