ବିଚାର

ନିଦର ଅଭାବରେ ହୋଇଥାଏ ଅନେକ ରୋଗ, ଏଭଳି ଉପାୟରେ କରନ୍ତୁ ଭଲ

ଆମେମାନେ କେବଳ ଏହି କାରଣରୁ ଶୋଇଥାଉ କାରଣ ନିଦ ଆମ ଶରୀରରେ ଶକ୍ତି ପ୍ରଦାନ କରିଥାଏ। ଯେତେବେଳେ ଆମେ ଶୋଇଥାଉ ସେହି ସମୟରେ ଆମକୁ ଶାରୀରିକ ଏବଂ ମାନସିକ ଶାନ୍ତି ମିଳିବା ସହିତ ମସ୍ତିଷ୍କକୁ ମଧ୍ୟ ଶକ୍ତି ମିଳିଥାଏ। ଅନ୍ତରାଷ୍ଟ୍ରିୟ ସ୍ତରରେ ୧୫ ମାର୍ଚ୍ଚକୁ ବିଶ୍ବ ନିଦ୍ରା ଦିବସ ରୂପେ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ଲକ୍ଷ୍ୟ ହେଉଛି, ଲୋକମାନଙ୍କୁ କେତେ ସମୟ ଶୋଇବା ଉଚିତ ତାହା ଜଣାଯାଇଥାଏ। କାର୍ଯ୍ୟ ବ୍ୟସ୍ତତାରେ ଲୋକମାନେ ଡ଼େରି ରାତି ପର୍ଯ୍ୟନ୍ତ ଅନିଦ୍ରା ରହିଥାନ୍ତି ଏବଂ ସକାଳୁ ଜଲଦି ଉଠିଯାଇଥାନ୍ତି। ଏପରି କରିବା ଦ୍ବାରା ନିଦ ପୁରା ହୋଇନଥିବା କାରଣରୁ ଲୋକମାନଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡ଼ିଥାଏ। ସୁଚନା ମୁତାବକ ନିଦ ପୁରା ନହେବା ଦ୍ବାରା ମଧୁମେହ ଏବଂ ଛାତି ରୋଗ ଭଳି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହେବାର ଭୟ ରହଥାଏ।

ଜାଣନ୍ତୁ ନିଦର ଅଭାବରେ ଶରୀରରେ କେଉଁ ସବୁ ସମସ୍ୟା ଦେଖାଦେଇଥାଏ

sleepingମେଦବହୁଳତାର କାରଣ ହୋଇଥାଏ

ନ୍ୟୁଜଲ୍ୟାଣ୍ଡ ୟୁନିଭରସିଟି ଅଫ୍ ଓଟାଗୋର ବିଶେଷଜ୍ଞଙ୍କ ଅଧ୍ୟୟନ ଅନୁଯାୟୀ ନିଦ କମ ହେବା କାରଣରୁ କିଶୋରମାନଙ୍କ କ୍ଷେତ୍ରରେ ମୋଟା ହେବାର ଭୟ ରହିଥାଏ। କିନ୍ତୁ କିଶୋରୀମାନଙ୍କ କ୍ଷେତ୍ରରେ ଏପରି ହୋଇନଥାଏ।

ଚିନ୍ତା ବଢିଥାଏ

ଅନିଦ୍ରାର ଲକ୍ଷଣକୁ ଯଦି ତୁରନ୍ତ ଭଲ କରାନଯାଏ, ତେବେ ଏହା ଗଭୀର ସମସ୍ୟା ସୃଷ୍ଟି କରିଥାଏ। କିଛି ରିସର୍ଚ୍ଚ ଅନୁଯାୟୀ ନିଦ ନ ଆସିବା କାରଣରୁ ରୋଗ ଭଲ ହୋଇନଥାଏ। ଏହି ପରିସ୍ଥିତିରେ ଲୋକମାନଙ୍କର ମସ୍ତିଷ୍କର ନ୍ୟୁରୋଟ୍ରାନ୍ସମିଟର କ୍ଷତି ହୋଇଥାଏ। ଏହି ସମୟରେ ଚିକିତ୍ସା ନକଲେ ସମସ୍ୟା ଗମ୍ଭୀର ହୋଇଥାଏ।

sleepଅନିଦ୍ରା ହେବା କାରଣରୁ ଚିଡ଼ଚିଡ଼ା ଲାଗିଥାଏ

ନିଦ ପୁରା ନହେବା କାରଣରୁ ସ୍ବଭାବ ଚିଡ଼ିଚିଡ଼ା ହୋଇଥାଏ। ଏଭଳି ଲୋକମାନଙ୍କୁ ବହୁତ ଜଲଦି କ୍ରୋଧ ଆସିଥାଏ। ସେମାନେ ସର୍ବଦା ଚିନ୍ତାର ଶିକାର ହୋଇଥାନ୍ତି ଏବଂ କଥାବାର୍ତ୍ତା ମଧ୍ୟ ଠିକ କରିନଥାନ୍ତି। ଏହା ଦ୍ବାରା ସ୍ମରଣ ଶକ୍ତିରେ ପ୍ରଭାବ ପଡ଼ିବା କାରଣରୁ କୌଣସି କଥାରେ ଧ୍ୟାନ ରହିନଥାଏ।

ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ

ବୟସ ବଢିବା ସମୟରେ ଯଦି ଆପଣ ପର‌୍ୟ୍ୟାପ୍ତ ସମୟ ଶୋଉନାହାନ୍ତି, ତେବେ ଏଥି ପ୍ରତି ସଚେତନ ହୋଇଯାଆନ୍ତୁ। ବ୍ରିଟେନର ଅକ୍ସଫୋର୍ଡ଼ ବିଶ୍ବ ବିଦ୍ୟାଳୟ ଅଧ୍ୟୟନ ଅନୁଯାୟୀ ମସ୍ତିଷ୍କର ବିଭିନ୍ନ ଭାଗ, ଯେପରି ଅଗ୍ରଭାଗ, କାଲିକର ଆୟତନ ଶୀଘ୍ର ରୁ କମ ହେବା କାରଣରୁ ନିଦ କମ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button