ବିଚାର

ସଚ୍ଚା ମିତ୍ର ଙ୍କୁ କେମିତି ଚିହ୍ନିବା ? ଜାଣନ୍ତୁ ଶ୍ରୀ କୃଷ୍ଣଙ୍କ ଠାରୁ – Krishna Vani

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୌଣସି ମନୁଷ୍ୟ ବିନା ମିତ୍ର ଏବଂ ମିତ୍ରତା ରେ କେବେବି ସୁଖପୁର୍ଣ ଭାବରେ ରହିପାରି ନଥାଏ । ପୁଅ ହୁଅନ୍ତୁ ଅଥବା ବୃଦ୍ଧ, ଗୃହସ୍ଥ ହୁଅନ୍ତୁ ଅଥବା ଗୃହ ତ୍ୟାଗୀ ସନ୍ୟାସୀ, କବି ହୁଅନ୍ତୁ ଅଥବା ଯୋଦ୍ଧା କୌଣସି ବ୍ୟକ୍ତିଙ୍କ ଜୀବନ ମିତ୍ରତା ବିନା ଚାଲି ପାରି ନଥାଏ । ଯଦି ଏହି ସମ୍ପର୍କ ଏତେ ଅଧିକ ଗୁରୁତ୍ୱପୂର୍ଣ୍ଣ ତଥା ଆବଶ୍ୟକ ଏବଂ ଶକ୍ତିଶାଳୀ ଅଟେ ତେବେ ଏହାର ଉତ୍ତର ଦାୟିତ୍ବ ମଧ୍ୟ ଆବଶ୍ୟକ ହୋଇଯାଇଥାଏ ।

ତେବେ ବନ୍ଧୁଗଣ ପ୍ରଶ୍ନ ଏହା ଉଠିଥାଏ ଯେ ପ୍ରକୃତ ବନ୍ଧୁ କାହାକୁ କୁହାଯାଏ ଏବଂ ଏହି ପ୍ରଶ୍ନ ର ସମସ୍ତ ଙ୍କ ପାଖରେ ଭିନ୍ନ ଭିନ୍ନ ଉତ୍ତର ରହିଥାଏ । ସମସ୍ତ ବ୍ୟକ୍ତି କହିଥାନ୍ତି ଯେ, ପ୍ରକୃତ ବନ୍ଧୁ ତାକୁ କୁହାଯାଇ ପାରିବ ଯିଏ ସର୍ବଦା ଆମର ସାଥ ଦେଇଥାଏ ଏବଂ ଆପଣଙ୍କ ସୁଖ ରେ ଆନନ୍ଦ ହୋଇଥାଏ ।


ଏହା ସହିତ ଏଭଳି ମଧ୍ୟ କୁହନ୍ତି ଯେ, ପ୍ରକୃତ ବନ୍ଧୁ ତାକୁ କୁହାଯାଏ ଯିଏ ସର୍ବଦା ଆପଣଙ୍କ ଦୁଃଖ ରେ ଆପଣଙ୍କ ସାହାରା ହୋଇଥାନ୍ତି ଏବଂ ଆପଣଙ୍କ ଶତ୍ରୁ ମାନଙ୍କ ବିରୋଧ କରି ତାଙ୍କର ବିନାଶ କରିଥାଏ ଏବଂ ସେ ସ୍ୱୟଂ ମଧ୍ୟ ତାଙ୍କ ଶତ୍ରୁ ହୋଇଯାଏ । ଏଭଳି ଅନେକ କିଛି ଉତ୍ତର ରେ ଶୁଣିବାକୁ ମିଳିଥାଏ ।

କିନ୍ତୁ ବନ୍ଧୁଗଣ କଣ ବାସ୍ତବତାରେ ପ୍ରକୃତ ବନ୍ଧୁ ଙ୍କ ପରିଚୟ ଏହା ହିଁ ହୋଇଥାଏ? ଆଦୋୖ ନୁହେଁ ବନ୍ଧୁଗଣ । ପ୍ରକୃତ ବନ୍ଧୁ ର ପରିଚୟ ନିମନ୍ତେ ଏହି ସବୁ ଜିନିଷ ର ଆବଶ୍ୟକତା ରହିନଥାଏ ବରଂ ପ୍ରକୃତ ବନ୍ଧୁ ର ପରିଚୟ ସେତେବେଳେ ମିଳିଥାଏ ଯେତେବେଳେ ଆବଶ୍ୟକ ପଡ଼ିଲେ ସେ ଆପଣଙ୍କ ବିରୋଧ ମଧ୍ୟ କରିଥାଏ ।

ବନ୍ଧୁଗଣ ଯଦି ଆପଣ ପ୍ରକୃତ ବନ୍ଧୁ ହୋଇଥାନ୍ତି ତେବେ ଯଦି ଆପଣଙ୍କ ବନ୍ଧୁ କୌଣସି କାରଣରୁ ମୁର୍ଖତା ବଶତଃ, ଜାଣିଶୁଣି ଅଥବା ଅନ୍ୟ ବ୍ୟକ୍ତି କୁ ଚକ୍ରଭ୍ୟୁ ରେ ଫସାଇ କୌଣସି ଅନୁଚିତ କାର୍ଯ୍ୟ କରିବାକୁ ଯାଉଛନ୍ତି ତେବେ ସର୍ବ ପ୍ରଥମେ ଆପଣଙ୍କ କର୍ତ୍ତବ୍ୟ ଏହା ରହିଛି ଯେ, ଆପଣ ତାଙ୍କ ବିରୋଧ କରନ୍ତୁ ଏବଂ ସେହି ଅନୁଚିତ କାର୍ଯ୍ୟ କରିବା ନିମନ୍ତେ ରୋକନ୍ତୁ ।

କାରଣ ବନ୍ଧୁଗଣ ଯଦି ଆପଣଙ୍କ ମିତ୍ର କୌଣସି ଅନୁଚିତ କାର୍ଯ୍ୟ କରିବେ ଏବଂ ଆପଣ ତାଙ୍କୁ ଏଥି ନିମନ୍ତେ ବିରୋଧ କରିବେ ନାହିଁ ତେବେ ଆପଣ ମଧ୍ୟ ସ୍ୱୟଂ କୁ ଅପଯଶ ର ଭାଗିଦାରୀ ହେବାକୁ ରୋକି ପାରିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button