ପ୍ରତ୍ୟେକ ସମୟରେ ଓରିଙ୍କ ମନରେ ଆସେ ମରିଯିବାର ଭୟ; କିଛି ବି କରୁଥିଲେ ଭାବୁଥାନ୍ତି ମୃତ୍ୟୁ କଥା – Utkal Mail
ମୁମ୍ବାଇ: ଅନେକ ସେଲିବ୍ରିଟି ଏବଂ ସେଲିବ୍ରିଟି କିଡ୍ମାନଙ୍କ ସହ ନଜର ଆସୁଥିବା ଏକମାତ୍ର ଡ୍ୟାସିଂ ବୟ ଓରିଙ୍କୁ ତ ଆପଣ ଜାଣିଥିବେ। ଓର୍ହାନ୍ ଅୱତ୍ରମଣି ଉର୍ଫ ଓରି ହେଉଛନ୍ତି ଅଧିକାଂଶ ସେଲିବ୍ରିଟିଙ୍କ ବନ୍ଧୁ। ସେ ବିଭିନ୍ନ ଉତ୍ସବରେ ବିଭିନ୍ନ ସେଲିବ୍ରିଟିଙ୍କ ସହ ନଜର ଆସିଥାନ୍ତି।
ତେବେ ସେହି ଓରି ନିଜ ସଂପର୍କରେ ଏପରି ଏକ କଥା କହିଛନ୍ତି, ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ। ନିକଟରେ ଏକ ସାକ୍ଷାତ୍କାରେ ଓରି ନିଜର ଏକ ଭାବନା ସଂପର୍କରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ତାଙ୍କ ମୁଣ୍ଡରେ ସର୍ବଦା ଜନ୍ମ ଓ ମୃତ୍ୟୁର କଥା ଆସେ। ସେ ମୃତ୍ୟୁ ବିଷୟରେ ଏତେ ଭାବନ୍ତି ଯେ ଏହି କାରଣରୁ ସେ ଆଜିକାଲି ଗାଡ଼ି ଚଳାଇବା ବି ବନ୍ଦ କରି ଦେଇଛନ୍ତି।
ଅମ୍ବାନୀ ଓ କପୁର ପରିବାର ସହିତ ଖାସ୍ ସଂପର୍କରେ ଥିବା ଓରି କହନ୍ତି, ‘‘ଯେତେବେଳେ ବି ମୁଁ ଗାଡ଼ି ଚଳାଏ, ମୋ ଆଖି ସାମ୍ନାକୁ ମୃତ୍ୟୁର ଏକ ପ୍ରତିଛବି ପଳାଇ ଆସେ। ମୁଁ ଭାବେ ମୋ ଗାଡ଼ିରେ ଧକ୍କା ହୋଇ କାହାର ଯଦି ଜୀବନ ପଳାଇବ! ତାପରେ ଭାବେ ମୁଁ ଯଦି କେଉଁଠାରେ ପିଟି ହୋଇ ମରିଯାଏ। ଏହି ସବୁ ଭାବନା ବାରମ୍ବାର ଆସୁଥିବାରୁ ମୁଁ ଠିକ୍ ଭାବେ ଗାଡ଼ି ଚଳାଇ ପାରେନି। ଆଜିକାଲି ଗାଡ଼ି ଚଳାଇବା ପ୍ରାୟ ଛାଡ଼ି ଦେଇଛି।’’
ଓରି ଆହୁରି ବି କହିଛନ୍ତି ଯେ ‘‘ଲେଖାଲେଖି କରିବା ବେଳେ ମୋତେ ଲାଗିବ ଯଦି କିଏ ପଛରୁ ଧକ୍କା ଦେଇଦେବ ଓ କଲମ ଯାଇ ମୋ ନାକରେ ପଶି ତାହା ମୁଣ୍ଡକୁ ପଳାଇବ। ତା’ପରେ ମୋର ମୃତ୍ୟୁ ହୋଇଯିବ। ଛାତରୁ ଖସିପଡ଼ିବା, ପାଣିରେ ବୁଡ଼ିଯିବା ଆଦି ସମସ୍ତ ଭାବନା ମୋତେ ଡରାଏ।’’ ତାଙ୍କର ଏହି ଭାବନା ପାଇଁ ସେ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ ହେଉଛନ୍ତି।