ମନୋରଞ୍ଜନ

ପ୍ରେମ ସଂପର୍କରୁ ଭଲ ସିଙ୍ଗଲ ରହିବା, ଜାଣନ୍ତୁ ଏକାକୀ ରହିବାର କିଛି ଖାସ୍ ଫାଇଦା

ଆଜିକାଲିର ଯୁବପିଢ଼ି ରିଲେସନସିପରେ କହିବାକୁ ପସନ୍ଦ କରୁଛନ୍ତି। ଆମ ସମସ୍ତଙ୍କୁ ଏହା ଲାଗିଥାଏ ଯେ ରିଲେସନସିପରେ ରହିବା ବହୁତ ଭଲ ହୋଇଥାଏ ଏବଂ ଆମ ପାଇଁ ବହୁତ ଭଲ ମଧ୍ୟ ହୋଇଥାଏ। ରିଲେସନସିପରେ ରହିଲେ ଆପଣଙ୍କ ଯତ୍ନ ରଖିବା ବାଲା ମଣିଷଟେ ମିଳିଯାଇଥାଏ, ଆପଣଙ୍କ ଖାସ ଦିନରେ ସ୍ପେଶାଲ ଫିଲ କରାଇବା ବ୍ୟକ୍ତି ମିଳିଯାଇଥାଏ। କିନ୍ତୁ ସିଙ୍ଗଲ୍ ରହିବା ବି ନିଜ ମଧ୍ୟରେ ଏକ ଭଲ ଜିନିଷ ହୋଇଥାଏ। ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ସିଙ୍ଗଲ୍ ରହିବା କେମିତି ଭଲ ହୋଇପାରିବ। ଆଜି ଆପଣଙ୍କୁ ଜଣାଇବୁ ସିଙ୍ଗଲ୍ ରହିଲେ ଆପଣ କେମିତି ଖୁସିରେ ରହିପାରିବେ।

ନିଜ ଜୀବନକୁ ଆପଣ ଯେମିତି ଚାହିଁବେ ଉପଭୋଗ କରିପାରିବେ

singleସିଙ୍ଗଲ ରହିଲେ ଆପଣ ସବୁ ଜିନିଷକୁ ଆରାମରେ ଉପଭୋଗ କରିପାରିବେ। ଆପଣଙ୍କ ଜୀବନକୁ ଖୁସିରେ ବିତାଇ ପାରିବେ ଏବଂ ଯେଉଁ ଜିନିଷରେ ଆପଣ ଖୁସି ହେଉଛନ୍ତି ସେହି ଜିନିଷକୁ ଆପଣ ନିଶ୍ଚୟ କରିବା ଉଚିତ। ନିଜ ସାଙ୍ଗ-ସାଥିଙ୍କୁ ଘରକୁ ଡାକି ତାଙ୍କ ସହିତ ମଧ୍ୟ ସମୟ ବିତାଇ ପରିବେ ଏବଂ ମଉଜ-ମସ୍ତି କରିପାରିବେ। ଏହି ସବୁକୁ କରିବା ପାଇଁ କେହି ବି ଆପଣଙ୍କୁ ରୋକିବା ପାଇଁ ନଥିବେ।

ସିଙ୍ଗଲ ରହିଲେ ଆପଣ ଆପଣଙ୍କ ମସ୍ତିଷ୍କ ମଧ୍ୟ ଶାନ୍ତ ରହିଥାଏ। ଆପଣଙ୍କୁ ସବୁ କାମରେ ବିରୋଧ କରୁଥିବା କେହି ନଥିବେ ତେଣୁ ଆପଣ ଖୁସିରେ ସ୍ବାଧୀନ ଭାବରେ ନିଜ ଲାଇଫୁ ଉପଭୋଗ କରିପାରିବ।

ରିଲେସନସିପରେ ରହିବା ଦ୍ବାରା ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଡିଥାଏ ଯେପରି ଡେଟରେ ଯିବା,କୌଣସି ଦାମି ଉପହାର ଦେବା। ଏଥିପାଇଁ ଏହି ସବୁରୁ ରକ୍ଷା ପାଇବାକୁ ପାଇଁ ଆପଣଙ୍କର ସିଙ୍ଗଲ ରହିବା ହିଁ ଭଲ ଅଟେ।

giel_sigleବେଳେବେଳେ ଯୁକ୍ତି ତର୍କ କାରଣରୁ ଆପଣଙ୍କ ସମ୍ପର୍କରେ ପ୍ରଭାବ ପକାଇଥାଏ। ଯାହା ଆପଣଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାଛଡା ଆପଣ ନିଜ ସାଥିଙ୍କ ସହିତ ନିଜର ପସନ୍ଦକୁ ସେୟାର କରନ୍ତି, ଯାହା ସିଙ୍ଗଲ ରହିଲେ ହୋଇନଥାଏ। ଆପଣଙ୍କ ମନର ଇଚ୍ଛା ଆପଣ ନିଜେ ହିଁ କରିପାରିବେ ଏଥିପାଇଁ କାହା ସହିତ ସେୟାର କରିବାର ଆପଶ୍ୟକତା ପଡିନଥାଏ।

ସିଙ୍ଗଲ ରହିଲେ ଆପଣ ଯାହା ଚାହିଁବେ ତାହା କରିପାରିବେ। ଯାହା ଖାଇବାକୁ ଇଚ୍ଛା ହେବ ତାହା ଖାଇପାରିବେ ଏବଂ ଯାହା କରିବାକୁ ଇଚ୍ଛା ଥିବ ତାହା ମଧ୍ୟ କରିପାରିବେ, ଏଥିପାଇଁ ଆପଣଙ୍କୁ କେହି ବିରୋଧ କରିବାକୁ ନଥିବେ ଏବଂ କାହାକୁ ଅନୁମତି ମାଗିବାକୁ ମଧ୍ୟ ପଡିନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button