ଦେଶ ବିଦେଶ

ଆମେରିକା ସରକାରରେ ସାମିଲ ହେଲେ ଏଲନ ମସ୍କ

ୱାଶିଂଟନ: ଆମେରିକା କ୍ୟାବିନେଟ୍ ପାଇଁ ଟ୍ରମ୍ପଙ୍କ ପସନ୍ଦ ଭିଭିଆଇପି । ଆମେରିକା ସରକାରରେ ସାମିଲ ହେଲେ ଟେସ୍ଲାର ସିଇଓ ଏଲନ ମସ୍କ । ସେହିପରି ବିବେକ ରାମାସ୍ୱାମୀଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ଦିଆଯାଇଛି। ଏଲନ ମସ୍କ ଓ ରାମାସ୍ୱାମୀଙ୍କୁ ଡିପାର୍ଟମେଣ୍ଟ୍ ଅଫ୍ ଗଭର୍ଣ୍ଣମେଣ୍ଟ୍ ଏଫିସେନ୍ସି (ଡିଓଜିଇ) ବିଭାଗର ନେତୃତ୍ୱ ନେବେ।

ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ଜାନୁଆରି ୨୦ରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏହା ପୂର୍ବରୁ ଟ୍ରମ୍ପ ନିଜର ଟିମ୍ ଗଠନରେ ଲାଗି ପଡ଼ିଛନ୍ତି।

ଏକ ବିବୃତି ଜାରି କରି ଟ୍ରମ୍ପ୍ କହିଛନ୍ତି, ‘‘୫୩ ବର୍ଷୀୟ କୋଟିପତି ଏଲନ ମସ୍କ ଓ ୩୯ ବର୍ଷୀୟ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀ ବାହାରୁ ହ୍ବାଇଟ୍ ହାଉସ୍ ପାଇଁ କାମ କରିବେ।’’

ଏପଟେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବରିଷ୍ଠ ସିନେଟର ମାର୍କୋ ରୁବିଓଙ୍କୁ ବୈଦେଶିକ ସଚିବ (ବିଦେଶ ମନ୍ତ୍ରୀ) ପଦ ପାଇଁ ମନୋନୀତ କରିଛନ୍ତି।

ଯଦି ଏହା ନିଶ୍ଚିତ ହୁଏ, ତେବେ ରୁବିଓ ହେଉଛନ୍ତି ପ୍ରଥମ ଲାଟିନୋ ଯିଏ କି ଜାନୁଆରିରେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକାର ଶୀର୍ଷ କୂଟନୀତିଜ୍ଞ ଭାବରେ କାର୍ଯ୍ୟ କରିବେ। ଫ୍ଲୋରିଡାର ବାସିନ୍ଦା ରୁବିଓ ବର୍ଷ ବର୍ଷ ଧରି ଆମେରିକାର ଶତ୍ରୁମାନଙ୍କ ପ୍ରତି ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିବା ସହ ଚୀନ୍, ଇରାନ୍ ଓ କ୍ୟୁବା ଭଳି ଦେଶ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନର ଦୃଢ଼ ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି। ରୁବିଓ ଭାରତ ସହିତ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହାନ୍ତି। ବିଶେଷ କରି ପ୍ରତିରକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ଆମେରିକା-ଭାରତ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button