ରାଜନୀତି

ରାଜ୍ୟ ବିଜେପିର କୋର କମିଟି ବୈଠକ ଆରମ୍ଭ – Utkal Mail


ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିର କୋର କମିଟି ବୈଠକ ଆରମ୍ଭ ହୋଇଛି। ଏଥିରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରୋଡ୍ ମ୍ୟାପ୍ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର କାର୍ଯ୍ୟକାଳର ଉପଲବ୍ଧି ଲୋକଙ୍କ ପାଖରେ କେମିତି ସଫଳ ଭାବେ ପହଞ୍ଚାଯିବ, ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ କେମିତ ସଫଳ କରାଯିବ ସେନେଇ ଆଲେଚନା କରାଯିବ।

ପଞ୍ଚାୟତସ୍ତରରେ ବିଭିନ୍ନ ପ୍ରସଙ୍ଗ ନେଇ କେଉଁ ଭଳି ପନ୍ଥା ଆପଣାଯିବ ସେହି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। କୋର କମିଟି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟ ବିଜେପିର କେତେକ ବରିଷ୍ଠ ନେତା ଏହି ବୈଠକରେ ସାମିଲ ହୋଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button