ବିଚାର

କୋଭିଡ ରୋଗୀଙ୍କର ଅକ୍ସିଜେନ୍ ସ୍ତର କମୁଛି କାହିଁକି ? ଜାଣନ୍ତୁ ଏହାର କାରଣ- Dr Khirod Ku Rout

ଯେଉଁ ବ୍ୟକ୍ତିଙ୍କ ଶରୀରରେ ଅକ୍ସିଜେନ୍ ବା ଅମ୍ଳଜାନ ସ୍ଥର ହ୍ରାସ ପାଏ, ତାଙ୍କୁ ଅକ୍ସିଜେନର ଆବଶ୍ୟକତା ପଡ଼ିଥାଏ । ତେବେ ଆପଣ କଣ ଜାଣିଛନ୍ତି କି, କେଉଁ ପରିସ୍ଥିତିରେ ମଣିଷ ଶରୀରରୁ ଅକ୍ସିଜେନ୍ ସ୍ଥର ହ୍ରାସ ପାଏ? ବା କରୋନା ଭାଇରସ ଦ୍ଵାରା ଆକ୍ରାନ୍ତଙ୍କ ଠାରେ ଅକ୍ସିଜେନ୍ ସ୍ଥର କାହିଁକି କମୁଛି? ଆସନ୍ତୁ ଜାଣିବା ଏହା ଉପରେ ଏସିଆନ୍ ଇନଷ୍ଟିଚ୍ୟଟ ଅଫ୍ ପବ୍ଲିକ ହେଲଥ୍ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ କଣ ମତ ପ୍ରକାଶ କରିଛନ୍ତି । ପ୍ରଥମତଃ, ଅକ୍ସିଜେନ୍ ନିଃଶ୍ୱାସ ରେ ଆମ ନାକ ବାଟେ ପ୍ରବେଶ କରି ଫୁସଫୁସ୍ ରେ ଯାଇ ପହଞ୍ଚେ ।

ଅକ୍ସିଜେନ୍ ପରି କରୋନା ଭାଇରସ୍ ମଧ୍ୟ ନାକ ଦେଇ ହିଁ ଫୁସଫୁସ୍ କୁ ଯାଏ । ଫୁସଫୁସ୍ ରେ ପ୍ରବେଶ କଲା ପରେ ତାହା ବହୁଗୁଣିତ ହେବାକୁ ଆରମ୍ଭ କରେ । ଆମ ଫୁସଫୁସ୍ ରେ ଥିବା କୋଷ ରକ୍ଷକ ପ୍ରୋଟିନ ତାକୁ ଅଟକାଇବାକୁ ଚେଷ୍ଟା କରେ ।

ମାତ୍ର କରୋନା ଭାଇରସ୍ ତାକୁ ପରାସ୍ତ କରିଦିଏ । ତା ପରେ ତାକୁ ଅଟକାଇବାକୁ ଲିକୋସାଇଡ୍, ନ୍ଯୁଟ୍ରୋଫିଲ୍, ହିଷ୍ଟୋସାଇଡ୍, ହାଗୋସାଇଡ୍ ପରି ଅନେକ କୋଷ ରକ୍ଷକ ସବୁ ଆସନ୍ତି । ଏମାନଙ୍କର ପ୍ରତିକ୍ରିୟାରେ ଫୁସଫୁସ୍ ରୁ କିଛି ପାଣି ବା ରସ ବାହାରେ । ଏହି ରସ ବାହାରୁ ସେହି ଜାଗାରେ ଫାଇବ୍ରିନ ଦ୍ଵାରା ଏକ ପ୍ୟାଚ୍ ତିଆରି ହୁଏ । ଯାହାକୁ ନିମୋନାଇଟିସ ପ୍ୟାଚ ବୋଲି କୁହାଯାଏ । ଏହି ପରି ପ୍ୟାଚ ଫୁସଫୁସ୍ ସାରା ହୋଇଯିବା ପରେ ଫୁସଫୁସ୍ ପ୍ରଭାବିତ ହୋଇଛି ବୋଲି କୁହନ୍ତି ।

କାରଣ ସେହି ଜାଗା ମାନଙ୍କରେ ଆଉ ଅକ୍ସିଜେନ୍ ଯାଇ ପାରେ ନାହିଁ କି କାର୍ବନ ଡାଇଅକ୍ସାଇଡ୍ ଛାଡ଼ି ମଧ୍ୟ ହୁଏ ନାହିଁ । ଯେହେତୁ ଆମ ଶରୀର ଆଉ ଅକ୍ସିଜେନ୍ ଗ୍ରହଣ କରି ପାରେ ନାହିଁ ଓ ହିମୋଗ୍ଲୋବିନ ସହ ତାର ସାଚୁରେସନ କମିଯାଏ । ସେତେବେଳେ ଅକ୍ସିଜେନ୍ ସ୍ତର ହ୍ରାସ ପାଉଥିବାର ଦେଖାଯାଏ । ସାଧାରଣ ବ୍ୟକ୍ତି ନିଃଶ୍ୱାସରେ ଅକ୍ସିଜେନ୍ ଓ ନାଇଟ୍ରୋଜେନ୍ ସଙ୍ଗେ କିଛି ଜଳୀୟ ବାଷ୍ପ ମଧ୍ୟ ଭିତରକୁ ନିଏ ଓ ପ୍ରଶ୍ୱାସରେ ଅନେକ ବିଷାକ୍ତ ଗ୍ୟାସ ସବୁ ବାହାରକୁ କାଢି ଦିଏ ।

ତେଣୁ ଶରୀର ଭିତରୁ ବିଷାକ୍ତ ଗ୍ୟାସ କାଢ଼ିବାକୁ ହେଲେ ପ୍ରଚୁର ପରିମାଣରେ ଅକ୍ସିଜେନ୍ ନେବାକୁ ହୋଇଥାଏ । ଅକ୍ସିଜେନ ମଧ୍ୟ କିଛି ପରିମାଣରେ ଭାଇରସ ଓ ବ୍ୟାକ୍ଟେରିଆକୁ ଅଟକାଇ ପାରେ ଓ ପ୍ରଶ୍ୱାସରେ କାର୍ବନ ଡାଇଅକ୍ସାଇଡ ସହ ଆହୁରି ଅନେକ ବିଷାକ୍ତ ଗ୍ୟାସ, ଭାଇରସ ଓ ବିଷାକ୍ତ ବାଷ୍ପ ଆଦି ବାହାରକୁ ବାହାରି ଯାଏ । ଯାହା ଦ୍ଵାରା ମଣିଷ ଖୁବ୍ ଆରାମ ଓ ସୁସ୍ଥ ଅନୁଭବ କରେ ।

ମାତ୍ର କରୋନାରେ ଆକ୍ରାନ୍ତ ଲୋକମାନେ ନିଜ ଶରୀରରୁ କିଛି ବିଷାକ୍ତ ଗ୍ୟାସ ପ୍ରଶ୍ବାସ ବାଟେ କାଢି ପାରନ୍ତି ନାହିଁ କି ନିଃଶ୍ୱାସରେ ଭଲ ଗ୍ୟାସ ମଧ୍ୟ ନେଇ ପାରନ୍ତି ନାହିଁ । ତେଣୁ ଏହା ଦ୍ବାରା ସଂକ୍ରମଣ ବଢ଼ି ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ପ୍ରଭାବିତ କରି ଆକ୍ରାନ୍ତକୁ ଦୁର୍ବଳ କରି କରି ଚାଲେ । ଶେଷରେ ମଣିଷ ମୃତୁର ଶିକାର ହୋଇଥାଏ । ତେବେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇ ଆପଣ ନିଜକୁ ଏହି ସଂକ୍ରମଣରୁ ରକ୍ଷା କରି ପାରିବେ ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ଆର୍ଟିକାଲଟି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button