ବିଚାର

ପରୀକ୍ଷା ଉତ୍ତର ଖାତାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଜର ଦୁଃଖଭରା କାହାଣୀ ଲେଖିଲେ। ନିଜ ପରିବାରର ଲୋକମାନେ ସାଜିଥିଲେ ରାକ୍ଷସ।

ଜଣେ ଛାତ୍ର ବା ଛାତ୍ରୀ ପାଇଁ ପରୀକ୍ଷା ତା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ପରୀକ୍ଷାରେ ଭଲ ଉତ୍ତର ଲେଖିଲେ ଭଲ ମାର୍କ ଆସିବ ବୋଲି ସମସ୍ତେ ବର୍ଷ ସାରା ପାଠ ପଢ଼ିଥାନ୍ତି। ପ୍ରଶ୍ନ ଦେଖି ସଠିକ ଉତ୍ତର ଲେଖିବାକୁ ସବୁ ଛାତ୍ରଛାତ୍ରୀ ଚେଷ୍ଟା କରନ୍ତି। କିନ୍ତୁ ଆପଣ ଅନେକ କମ ଶୁଣିଥିବେ ପରୀକ୍ଷା ଦେବାକୁ ଆସି କେହି ପରୀକ୍ଷାର୍ଥୀ ଉତର ଖାତାରେ ନିଜର ଦୁଃଖ କାହାଣୀ ଲେଖୁଛି। ଆଜ୍ଞା ହଁ, ଏହିପରି ଏକ ଘଟଣା ଗୁଡ଼ଗାଁଓର ବାଦଶାହାପୁରରେ ଘଟିଛି। ଜଣେ ଦଶମଶ୍ରେଣୀ ଛାତ୍ରୀ ନିଜ ଶୋଷଣ କାହାଣୀ ନିଜ ପରୀକ୍ଷା ଖାତାରେ ସମ୍ପୂର୍ଣ୍ଣ ଲେଖିଛନ୍ତି।

୧ ଅକ୍ଟୋବରରେ ପରୀକ୍ଷାରେ ସେହି ଛାତ୍ରୀ ଜଣକ ସ୍କୁଲକୁ ଆସିଥିଲେ। ପରୀକ୍ଷା ଆରମ୍ଭରେ ଯେତେବେଳେ ସେ ଉତ୍ତର ଖାତା ପାଇଲେ ସେତେବେଳେ ସେ ନିଜ ସହ ହେଉଥିବା ଘଟଣାବଳୀ ସମ୍ବଧରେ ସବୁ ଲେଖିଥିଲେ। ଉତ୍ତର ଖାତା ଦେଖିବା ବେଳେ ଛାତ୍ରୀଙ୍କର ଏହି ଲେଖା ସ୍କୁଲ କର୍ତ୍ତୃପକ୍ଷଙ୍କର ନଜରକୁ ଆସିବା ପରେ ପୋଲିସକୁ ଏ ବିଷୟରେ ଅବଗତ କରାଇଥିଲେ।

ଖାତାରେ ଲେଖାଥିବା ତଥ୍ୟ ଅନୁସାରେ ସେହି ଛାତ୍ରୀ ନିଜ ଦାଦାଙ୍କ ଦ୍ଵାରା ଶୋଷଣର ଶିକାର ହେଉଥିଲେ। ଏହି ବିଷୟରେ ସେ ନିଜ ବାପା ମାଙ୍କୁ କହିବାକୁ ଅକ୍ଷମ ହେବାରୁ ସେ ପରୀକ୍ଷା ଖାତାରେ ଏହି ସବୁ ଲେଖିବା ପାଇଁ ବାଧ୍ଯ ହେଇଛନ୍ତି।

 

ସୂଚନା ଅନୁସାରେ, ଏହି ସବୁ ଘଟଣାର ତଦନ୍ତ ପରେ ଗତ ବୁଧବାର ଦିନ ପୋଲିସ ୨୩ ବର୍ଷୀୟ ଅମର ନାମକ ଅଭିଯୁକ୍ତକୁ ଗିରଫ କରିଛି। ପଚରାଉଚରାରୁ ଜଣା ପଡିଲା ଯେ, ସେ ଅନେକ ଦିନ ହେବ ଛାତ୍ରୀଙ୍କୁ ଅଶ୍ଳୀଳ ଢଙ୍ଗରେ ଇଙ୍ଗିତ କରୁଥିଲା ଏବଂ ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ଆସୁଥିଲା।

 

ଛାତ୍ରୀଙ୍କୁ ସମୟ ସମୟରେ ସେ ଅନେକ ଧମକ ଚମକ ଦେଉଥିଲା ଏବଂ ଯଦି ଏ ବିଷୟରେ କାହାରିକୁ କହିଲେ ଜୀବନରୁ ମରିଦେଵ ବୋଲି କହି ଛାତ୍ରୀଙ୍କୁ ଡ଼ରେଇ ରଖିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button