ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ସାବୁନ ଖାଉଥିବା ଝିଅର ଭିଡିଓ, ପରେ ରହସ୍ୟରୁ ଉଠିଲା ପରଦା – Utkal Mail
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଆମେ ପୂର୍ବରୁ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିଛେ। ଏପରି ଏକ ଭିଡିଓ ନିକଟରେ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବତୀ ସାବୁନ ଖାଉଥିବା ଦେଖାଯାଏ। ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ଝିଅଟି ଆନନ୍ଦରେ ସାବୁନ ଖାଉଥିବା ଦେଖି ସୋସିଆଲ ମିଡିଆରେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ସେୟାର କରିଛନ୍ତି। ଭିଡିଓଟି ଇନ୍ଷ୍ଟାରେ ସେୟାର୍ ହେବା ପରେ ଏହାକୁ ୧.୫ ଲକ୍ଷ ଲାଇକ୍ ମିଳି ସାରିଲାଣି।
ଇନଷ୍ଟାଗ୍ରାମରେ ୨୧ବି-କୋଲକାତା ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ,ଝିଅଟି ଗୋଟିଏ ହାତରେ ସାବୁନ ଏବଂ ଅନ୍ୟ ହାତରେ ହ୍ୟାଣ୍ଡୱାସ୍ ଧରିଥିବା ଦେଖାଯାଏ ଏବଂ କେଉଁଟି ତୁମର ପ୍ରିୟ ଅଟେ ବୋଲି ସେ ପ୍ରଶ୍ନ ବି କରୁଛନ୍ତି।
ଏହା ପରେ ଝିଅଠି ବହୁତ ଖୁସିରେ ଗୋଲାପୀ ରଂଗର ସାବୁନରୁ ଖଣ୍ଡେ ଖାଇ କରି ତାଙ୍କର ସାବୁନ ପସନ୍ଦ ବୋଲି କହୁଛନ୍ତି। ତାଙ୍କର ଅଙ୍ଗୀଭଙ୍ଗୀ ଦେଖିଲେ ଲାଗୁଛି ଯେପରି ସେ ଏହି ସାବୁନ୍ ଖାଇବାକୁ ପ୍ରକୃତରେ ପସନ୍ଦ କରନ୍ତି।
କିନ୍ତୁ ଭିଡିଓ ଶେଷରେ ରହସ୍ୟ ଉନ୍ମୋଚିତ ହୋଇଛି ଯେ ସାବୁନ୍ ପରି ଦେଖାଯାଉଥିବା ଏହି ଜିନିଷ ପ୍ରକୃତରେ ଅନ୍ୟ କିଛି ଅଟେ। ଯେତେବେଳେ ଝିଅଟି ସାବୁନକୁ ଦୁଇ ଭାଗରେ କାଟିଦଉଛନ୍ତି ତ ଜଣାପଡୁଛି ଯେ ଏହା ଏକ ଚକୋଲେଟ୍ କେକ୍।
ଭିଡିଓରେ ଏବେ ସୁଦ୍ଧା ୧ ଲକ୍ଷ ୪୦ ହଜାରରୁ ଅଧିକ ଲାଇକ୍ ମିଳି ସାରିଲାଣି ଏବଂ ଲୋକମାନେ ଖୁବ୍ ଅଧିକ ମନ୍ତବ୍ୟ ଦେଇ ଚାଲିଛନ୍ତି ଏଥିରେ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ମୁଁ ଅନୁଭବ କଲି ଯେ ମୁଁ ତୁମକୁ ସାବୁନ ଖାଉଥିବାର ଦେଖୁଛି।’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ମୁଁ ନିଜକୁ ସାବୁନ ଖାଉଥିବାର କେବେ ବି କଳ୍ପନା କରିପାରିବି ନାହିଁ।’’ ତୃତୀୟ ଜଣକ ଲେଖିଛନ୍ତି, ‘‘ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।’’