ଦେଶ ବିଦେଶ

ଆପଣଙ୍କ ଆଖିର ଚିକିତ୍ସା କରାନ୍ତୁ, କଂଗ୍ରେସ ଅଧ୍ୟକ୍ଷଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ – Utkal Mail


ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲାଲକିଲ୍ଲା ଯାଇନଥିଲେ | ଲାଲକିଲ୍ଲା ନ ଯିବାର ସମସ୍ୟା ବାବଦରେ ଖଡ଼ଗେ କହିଥିଲେ ଯେ ଆଖିରେ କିଛି ସମସ୍ୟା ଥିବାରୁ ସେ ଏଥିରେ ଯୋଗ ଦେଇ ପାରିନଥିଲେ । ଏହି ସମୟରେ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ମୋଦୀ ଆସନ୍ତାବର୍ଷ ତାଙ୍କ ବାସଭବନରୁ ପତାକା ଉତ୍ତୋଳନ କରିବେ। ଖଡ଼ଗେଙ୍କ ଏହି ବିବୃତ୍ତି ପରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ହରଦୀପ ସିଂ ପୁରୀ କହିଛନ୍ତି, ବୋଧହୁଏ ଖଡ଼ଗେ ସାହେବଙ୍କ ଆଖିରେ ସମସ୍ୟା ରହିଛି। ସେ ନିଜ ଆଖିର ଚିକିତ୍ସା କରାନ୍ତୁ | ସେ ଲାଲକିଲ୍ଲାକୁ ଯଦିଓ ଆସିନାହାଁନ୍ତି, କିନ୍ତୁ ଅନ୍ୟ କାର୍ଯ୍ୟକ୍ରମକୁ ଯାଇଛନ୍ତି। ତେବେ ମୋର ଏତିକି କହିବାର ଅଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ବର୍ଷ ପୁଣିଥରେ ଲାଲକିଲ୍ଲାରୁ ଦେଶର ଲୋକଙ୍କୁ ସମ୍ବୋଧିତ କରିବେ। ବାସ୍ତବରେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଯଦି ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସଂଖ୍ୟାଗରିଷ୍ଠତା ହାସଲ କରେ, ତେବେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅବସରରେ ଲୋକଙ୍କୁ ସମ୍ବୋଧିତ କରିବେ |

କିନ୍ତୁ ଯଦି ବିରୋଧୀ ଦଳଙ୍କ ମେଣ୍ଟ ଇଣ୍ଡିଆ ଜିତିଯାଏ, ତେବେ ଏହା ସମ୍ଭବ ହେବ ନାହିଁ | ବାସ୍ତବରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମଠାରୁ ଦୂରରେ ରହିବାର କାରଣ ବିଷୟରେ ଯେତେବେଳେ ଖଡ଼ଗେଙ୍କୁ ପଚରାଯାଇଥିଲା, ସେ କହିଥିଲେ ଯେ ମୋର ଆଖିରେ କିଛି ସମସ୍ୟା ଅଛି | ପ୍ରୋଟୋକଲ୍ ଅନୁଯାୟୀ, ମୁଁ ସକାଳେ ମୋ ବାସଭବନରେ ପତାକା ଉତ୍ତୋଳନ କଲି | ଏହା ପରେ ମୋତେ କଂଗ୍ରେସ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବାକୁ ପଡିଲା। ଖଡ଼ଗେ ଆହୁରି କହିଥିଲେ ଯେ ‘ସୁରକ୍ଷା ଏତେ କଠୋର ଯେ ପ୍ରଧାନମନ୍ତ୍ରୀ ଯିବା ପୂର୍ବରୁ କାହାକୁ ଯିବାକୁ ଅନୁମତି ନାହିଁ | ଯଦି ମୁଁ ସେଠାକୁ ଯାଇଥା’ନ୍ତି, ତେବେ ମୁଁ ଏଠାରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନ ଥା’ନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button