ଦେଶ ବିଦେଶ

ସ୍ବାମୀଙ୍କୁ ଭିଡିଓ କଲ୍‌ କରୁଥିବା ବେଳେ ହମାସ୍‌ ଆକ୍ରମଣରେ ଆହତ ହେଲେ କେରଳୀ ମହିଳା – Utkal Mail


କୋଚି: ଭାରତରେ ବାସ କରୁଥିବା ସ୍ବାମୀଙ୍କ ସହିତ ଭିଡିଓ କଲ୍‌ ମାଧ୍ୟମରେ କଥାବାର୍ତ୍ତା କରୁଥିବା ବ‌େଳେ ଇସ୍ରାଏଲ୍‌ରେ କାମ କରୁଥିବା ଜଣେ କେରଳୀ ନର୍ସ ହମାସ୍‌ ଆକ୍ରମଣରେ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଆହତ ମହିଳା ହେଉଛନ୍ତି ୪୧ ବର୍ଷୀୟ ଶୀଜା ଆନନ୍ଦ। ୭ ବର୍ଷ ହେବ ଇସ୍ରାଏଲ୍‌ରେ ବାସ କରୁଥିବା ଶୀଜା ଭାରତରେ ଥିବା ତାଙ୍କ ପରିବାରବର୍ଗଙ୍କୁ ଫୋନ୍‌ କରି କହୁଥିଲେ କି, ଶନିବାର ପ୍ରତ୍ୟୁଷରେ ଇସ୍ରାଏଲ୍‌ ଉପରେ ହମାସ୍‌ ଅପ୍ରତ୍ୟାଶିତ ଭାବେ ଅତର୍କିତ ଆକ୍ରମଣ କରିବା ବେଳେ ସେ ନିରାପଦ ଥିଲେ।

ପରେ ପରେ ସେ ପୁଣି ଥରେ ସ୍ବାମୀଙ୍କ ପାଖକୁ କଲ୍‌ କଲେ। ହଠାତ୍‌ ଗୋଟାଏ ପ୍ରଚଣ୍ଡ ବିସ୍ଫୋରଣ ଶୁଭିଲା ଓ ଫୋନ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲା।

ପରେ ଆଉ ଜଣେ କେରଳୀ ଆନନ୍ଦଙ୍କ ପରିବାରବର୍ଗଙ୍କୁ ସୂଚନା ଦେଲେ ଯେ, ଶୀଜା ଆହତ ‌ହୋଇଛନ୍ତି ଓ ତାଙ୍କର ଅସ୍ତ୍ରୋପଚାର ଚାଲିଛି। ଆଉ ଗୋଟାଏ ଅସ୍ତ୍ରୋପଚାର ଲାଗି ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ନିଆଯିବ।

Image Courtesy of Asinet Newsable

ଶୀଜାଙ୍କ ସ୍ବାମୀ ଓ ୨ ପିଲା ଭାରତରେ ବାସ କରନ୍ତି। ତାଙ୍କ ସ୍ବାମୀ ପୁଣେରେ କାର୍ଯ୍ୟ କରନ୍ତି। ସଂଗୃହୀତ ସୂଚନା ଅନୁସାରେ, କେରଳ ରାଜ୍ୟର ପ୍ରାୟ ୨୦୦ ଲୋକ ବେଥେଲ୍‌ହେମ୍‌ର ଏକ ହୋଟେଲ୍‌ରେ ଆଶ୍ରୟ ନେଇଛନ୍ତି ଓ ନିରାପଦ ଅଛନ୍ତି। ଆଜି ସେମାନଙ୍କୁ ଇଜିପ୍ଟ ନିଆଯିବ।

ସେହିପରି କୋଚିର ଆଉ ୪୫ଜଣ ଲୋକ ପାଲେଷ୍ଟାଇନ୍‌ର ଏକ ହୋଟେଲ୍‌ରେ ଫସି ରହିଥିବା ସମ୍ବାଦପତ୍ର ‘ମାତୃଭୂମି’ ରିପୋର୍ଟ କରିଛି। ସେମାନ‌େ ନିରାପଦ ଅଛନ୍ତ ଓ ସୀମା ପାରି ହେବା ଲାଗି ଅନୁମତି ପାଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button