କ୍ରୀଡା

ଆପିଏଲ ୨୦୨୦ ପୋଷ୍ଟପୋନ ହେବାର ସନ୍ଦେହ, ଜାଣନ୍ତୁ କଣ କହିଲେ ଗାଙ୍ଗୁଲୀ

ଇଣ୍ଡିଆରେ କୋରାନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନ ପ୍ରତିଦିନ ବଢୁଥିବା କାରଣରୁ ସୋମବାର ଦିନ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କେନ୍ଦ୍ର ସରକାରଙ୍କ ସହିତ IPL ପୋଷ୍ଟପୋନ କରିବା ଉପରେ କଥା ହୋଇଛନ୍ତି । IPL ର ୧୩ ତମ ସିଜନ ୨୯ ମାର୍ଚ୍ଚରୁ ମୁମ୍ବାଇ ରେ ଆରମ୍ଭ ହେବ । ଏଠାରେ IPL ର ୭ ଟି ମ୍ଯାଚ ଖେଳାଯିବ । ଏହାର ପ୍ରଥମ ମ୍ଯାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଗତ ବର୍ଷର ଫାଇନାଲିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ।

ଭାରତରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୪୬ କୁ ବୃଦ୍ଧି ପାଇଛି । ଦିଲ୍ଲୀ, ଉତ୍ତର ପ୍ରଦେଶ, ଜାମ୍ମୁ କାଶ୍ମୀର ରୁ ଗୋଟିଏ ଗୋଟିଏ ନୂଆ କେସ ସାମନାକୁ ଆସିଛି । କିନ୍ତୁ ବର୍ତ୍ତମାନ ସୁଧା କୌଣସି କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁର ପୁଷ୍ଟି ହୋଇ ନାହିଁ । ଅଧିକ ସଂଖ୍ଯାରେ ଲୋକ ଏକତ୍ରିତ ହେଲେ ଏହି ଭାଇରସ ବ୍ୟାପିବାର ଅଧିକ ସମ୍ଭାବନା ରହିଛି । ତେଣୁ ଏହିଭଳି କାର୍ଯ୍ୟକ୍ରମ ବର୍ତ୍ତମାନ ଆୟୋଜନ କରାଯିବା ଉଚିତ ନୁହେଁ । ତେଣୁ IPL କୁ ପୋଷ୍ଟପୋନ କରାଯିବା ଉପରେ ଆଲୋଚନା ଚାଲିଛି ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଲେ କି “୧୫ ଜଣ ଲୋକଙ୍କୁ ଅବ୍ଜରଭେସନ ରେ ରଖାଯାଇଛି, ଯେତେବେଳେ କି ୨୫୮ ଜଣଙ୍କୁ ଡିସ୍ଚାର୍ଜ କରା ଯାଇଛି । ମହାରାଷ୍ଟ୍ରରେ ବର୍ତ୍ତମାନ ସୁଧା କୌଣସି ବ୍ୟକ୍ତି କୋରୋନା ଭାଇରସ ରେ ପଜିଟିଭ ବାହାରି ନାହାଁନ୍ତି ।

BCCI ର ପ୍ରେସିଡେନ୍ଟ ସୌରଭ ଗାଙ୍ଗୁଲି ଏକ ଇଣ୍ଟରଭ୍ୟୁ ରେ ଇଣ୍ଡିଆ ଟୁଡେ କୁ କହିଛନ୍ତି କି “IPL ସ୍ଥିର କରାଯାଇଥିବା ସମୟରେ ହିଁ ହେବ ଓ ଟୁର୍ନାମେଣ୍ଟ ସମୟରେ ଯେଉଁମାନେ ଏଥିରେ ଜଡିତ ଅଛନ୍ତି ବୋର୍ଡ ସେମାନଙ୍କର ଆବଶ୍ୟକ ସାବଧାନତାର ଧ୍ୟାନ ରଖିବ ।” ଯେତେବେଳେ ଗାଙ୍ଗୁଲିଙ୍କୁ ପଚରାଗଲା କି ବୋର୍ଡ କୋରୋନା ଭାଇରସ ବିପକ୍ଷରେ କେଉଁଭଳି ପଦକ୍ଷେପ ନେବ, ତେବେ ସେ କହିଲେ କି “ମ୍ୟାଚକୁ ସ୍ଥଗିତ କରାଯିବ ନାହିଁ ଓ BCCI କୋରୋନା ଭାଇରସ ବିପକ୍ଷରେ ଯଥା ସମ୍ଭବ ସୁରକ୍ଷାର ପ୍ରବନ୍ଧ କରିବ ।”

BCCI କହିଛି କି ସରକାର ତରଫରୁ ଜାରି ହୋଇଥିବା ସତର୍କତାର ସମସ୍ତ ନିୟମକୁ ବୋର୍ଡ ଫଲୋ କରିବ । ଏହା ସହିତ ଜଡିତ ସମସ୍ତ ଷ୍ଟେକହୋଲ୍ଡର, ପ୍ଲେୟାର, ଫ୍ରାଞ୍ଚାଇଜ, ଟୀମ ହୋଟେଲ, ଦର୍ଶକ ଓ ଅନ୍ୟ ସମସ୍ତଙ୍କୁ ବୋର୍ଡ ଟୁର୍ନାମେଣ୍ଟ ସମୟରେ ଏହି ନିୟମକୁ ଫଲୋ କରିବାକୁ କହିଛନ୍ତି ।

BCCI ବୋର୍ଡ ଖେଳାଳିମାନଙ୍କୁ ଫ୍ୟାନ ମାନଙ୍କ ସହିତ ସେକ ହ୍ୟାଣ୍ଡ କରିବା ପାଇଁ ମଧ୍ୟ ମନା କରିଦେଇଛନ୍ତି ଓ ଏହା ମଧ୍ୟ କହିଛନ୍ତି କି ଯଥା ସମ୍ଭବ ଅନ୍ୟ କାହାର ଡିଭାଇସ ରୁ ଫଟୋ କ୍ଲିକ କରିବାରୁ ବଞ୍ଚନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button