ସ୍ୱାସ୍ଥ୍ୟ

ଜାଣନ୍ତୁ ଗୋରା ଓ ସ୍ଵାସ୍ଥ୍ୟାବାନ ପିଲା ହେବା ପାଇଁ କଣ ଖାଇବେ, କଣ ଖାଇବେ ନାହିଁ- Health Tips

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଗୋରା ଏବଂ ସୁସ୍ଥ ଛୁଆ ହେବା ପାଇଁ ଗର୍ଭବତୀ ଥିବା ସମୟରେ କଣ ସବୁ ଖାଦ୍ୟ ଖାଇବା ଉଚିତ୍ । ବନ୍ଧୁଗଣ ଆଜିକାଲି ପ୍ରତ୍ୟେକ ମାତା ପିତା ଚାହୁଁଛନ୍ତି ଯେ ତାଙ୍କର ସନ୍ତାନ ଗୋରା , ସୁନ୍ଦର ଏବଂ ସ୍ୱାସ୍ଥବାନ ହୋଇ ଜନ୍ମ ଗ୍ରହଣ କରୁ । କାରଣ ଗୋରା ଏବଂ ସୁସ୍ଥ ସନ୍ତାନ ବରଦାନ ସଦୃଶ ହୋଇଥାଏ।ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି କିଛି ଟିପସ ସମ୍ବନ୍ଧରେ କହିବୁ ଯାହାକୁ ପୁରାତନ କାଳରୁ ଲୋକମାନେ ଗୋରା ଏବଂ ସୁସ୍ଥ ଛୁଆ ହେବା ପାଇଁ ପ୍ରୟୋଗ କରି ଆସୁଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଗୋରା ଏବଂ ସୁସ୍ଥ ଛୁଆ ହେବା ପାଇଁ କଣ ସବୁ ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ।

ବନ୍ଧୁଗଣ ଏମିତିରେ କହିବାକୁ ଗଲେ ଛୁଆ ର ରଙ୍ଗ ବାପା ଏବଂ ମାଆ ଙ୍କ ଗୁଣସୂତ୍ର ରେ ଥିବା ଜିନ ଉପରେ ନିର୍ଭର କରେ। କିନ୍ତୁ ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ଗର୍ଭ ରେ ବଢୁଥିବା ଶିଶୁର ରଙ୍ଗ ଉପରେ ପ୍ରଭାବ ପଡ଼ିଥାଏ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, କେଶର ଯୁକ୍ତ କ୍ଷୀର। ଗର୍ଭବତୀ ମହିଳାଙ୍କୁ ପ୍ରତିଦିନ କ୍ଷୀରକୁ ଫୁଟାଇ ସେଥିରେ କେଶର ମିଶାଇ ପିଇବା ଉଚିତ। କାରଣ କେଶର ରହିଥିବା କିଛି ବିଶେଷ ଗୁଣ ଉଭୟ ମାଆ ଏବଂ ଛୁଆ ର ରଙ୍ଗରେ ପ୍ରଭାବ ପକାଇଥାଏ ଏବଂ କ୍ଷୀର ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ। କିନ୍ତୁ ଏହା ମନେ ରଖିବା ଉଚିତ ଯେ ଅଧିକ ମାତ୍ରାରେ କେଶର ସେବନ କରିବା ଅନୁଚିତ କାରଣ ଏହା ଗର୍ଭ କୁ ସଙ୍କୁଚିତ କରିଥାଏ। କିନ୍ତୁ ଏହାର ଅଳ୍ପ ସେବନ ଦ୍ୱାରା ଏହାର ଲାଭ ମିଳିଥାଏ ଏବଂ ଶରୀରରେ ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ନଡ଼ିଆ। ଗର୍ଭବତୀ ମହିଳା ନଡ଼ିଆ ଖାଇବା ଦ୍ୱାରା ଏହା ଶିଶୁ ର ରଙ୍ଗକୁ ଗୋରା କରିଥାଏ ଏବଂ ନଡ଼ିଆ ପାଣି ପିଇବା ଦ୍ୱାରା ମଧ୍ୟ ଏହା ଶିଶୁ ର ରଙ୍ଗ ଉପରେ ପ୍ରଭାବ ପକାଇଥାଏ ଏବଂ ଏଥିରେ ଥିବା ପୋଷକ ତତ୍ତ୍ୱ ମଧ୍ୟ ଶରୀରକୁ ମିଳିଥାଏ। ଏହାଦ୍ବାରା ମାନସିକ ଚାପ ରୁ ମଧ୍ୟ ଦୂରରେ ରୁହନ୍ତି ଏବଂ ଭଲ ନିଦ ହୋଇଥାଏ। ନଡ଼ିଆ ଖାଇବା ଦ୍ଵାରା ଏହା ଗର୍ଭବତୀ ମହିଳା ଙ୍କ ମର୍ନିଙ୍ଗ ସିକନେସ କୁ ମଧ୍ୟ ଦୂର କରିଥାଏ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, କ୍ଷୀର। ଗର୍ଭବତୀ ମହିଳା ମାନେ କ୍ଷୀର ପିଇବା ଦ୍ୱାରା ଏହା ଶିଶୁର ରଙ୍ଗକୁ ଗୋରା କରିଥାଏ ଏବଂ ଏଥିରେ ଥିବା କ୍ୟାଲସିୟମ ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ। ଏହାସହିତ କ୍ଷୀର ପିଇବା ଦ୍ୱାରା ଅସ୍ଥି ମଧ୍ୟ ମଜବୁତ ହୋଇଥାଏ। ତେଣୁ ସୁସ୍ଥ ଛୁଆ ନିମନ୍ତେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ରାତିରେ ଗୋଟିଏ ଗ୍ଲାସ କ୍ଷୀର ପିଇବା ନିହାତି ଆବଶ୍ୟକ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଅଣ୍ଡା। ଗର୍ଭବତୀ ମହିଳା ମାନେ ଅଣ୍ଡା ଖାଇବା ଦ୍ୱାରା ଗୋରା ଏବଂ ସୁନ୍ଦର ଛୁଆ ହେବାର ସମ୍ଭାବନା ରହିଥାଏ। ଅଣ୍ଡା ଥିବା ପ୍ରୋଟିନ ଉଭୟ ମାଆ ଏବଂ ଛୁଆଙ୍କୁ ସୁସ୍ଥ ରଖିଥାଏ। ଗର୍ଭ ଧାରଣ ର ଚତୁର୍ଥ ମାସ ଆରମ୍ଭ ରୁ ହିଁ ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ନିହାତି ଆବଶ୍ୟକ ଅଟେ। ଏହାଦ୍ବାରା ମାଆ ଶରୀରକୁ ପ୍ରୋଟିନ ମିଳିଥାଏ ଏବଂ ସୁସ୍ଥ ଛୁଆ ଜନ୍ମ ହୋଇଥାଏ।

୫. ବନ୍ଧୁଗଣ ପଞ୍ଚମ ରେ ହେଉଛି, ଡାଳିମ୍ବ। ଡାଳିମ୍ବ ରେ ପ୍ରଚୁର ପରିମାଣରେ ଭିଟାମିନ ଏ, ଭିଟାମିନ ସି ଏବଂ ଭିଟାମିନ ଇ ରହିଥାଏ ଏବଂ ଏହା ସହ ମିନେରାଲସ, ଫସଫରସ, କ୍ୟାଲସିୟମ, ପୋଟାସିୟମ ଏବଂ ଆଇରନ ରହିଥାଏ। ଯଦି ଗର୍ଭବତୀ ମହିଳା ପ୍ରତିଦିନ ସକାଳେ ଖାଲି ପେଟ ରେ ଡାଳିମ୍ବ ର ରସ ସେବନ କରନ୍ତି ତେବେ ଜନ୍ମ ହେବାକୁ ଥିବା ଶିଶୁ ସୁନ୍ଦର ଏବଂ ଗୋଲାପୀ ରଙ୍ଗ ର ହୋଇଥାଏ ଏବଂ ତାର ଓଠ ମଧ୍ୟ ଗୋଲାପୀ ରଙ୍ଗ ର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button