ମନୋରଞ୍ଜନ

ନିଜ ହାତ ତିଆରି ପକୁଡିକୁ ଆଉ ଟିକେ କ୍ରିସପି କରିବାକୁ ଚାହୁଁଛନ୍ତିକି, ତେବେ ଆପଣାନ୍ତୁ ଏହି ଟିପ୍ସ

ସନ୍ଧ୍ୟା ସ୍ନାକ୍ସରେ ପକୋଡ଼ି ଏକ ଭଲ ଖାଦ୍ୟ। ପିଆଜ, କୋବି, ଆଳୁ ଆଦି ଦେଇ ପକୁଡି ଛାଣିଲେ ତାର ମଜା ଯିଏ ନେଇଛି ସିଏ ଜାଣିଛି ।  ବର୍ଷା ଦିନରେ ତ ଏହି ମଜା ଆହୁରି ବଢିଯାଏ । ଲୋକେ ପକୋଡ଼ି ଛାଣି ଖାଆନ୍ତି ସତ କିନ୍ତୁ ଅନେକଙ୍କର ଅଭିଯୋଗ ଥାଏ କି ଯେତେ ଯତ୍ନରେ କଲେ ମଧ୍ୟ ତାଙ୍କ ପକୁଡି କ୍ରିସପି ହେଉନାହିଁ । କ୍ରିସପି ଆଶାରେ ତେଲରେ ଅଧିକ ଦିନ ରଖିଲେ ପକୋଡ଼ି କ୍ରିସପି ହେବା ବଦଳରେ ପୋଡି ଯାଉଛି । କିନ୍ତୁ ଜାଣନ୍ତିକି, କିଛି ସାଧାରଣ ଟିପ୍ସ ଆପଣେଇଲେ ପକୋଡ଼ି କ୍ରିସପି ହେବା ସହ ତା ସ୍ୱାଦ ମଧ୍ୟ ଦୁଇ ଗୁଣା ବଢିଯାଏ ।

ଡବଲ ଫ୍ରାଏ:

କୌଣସି ପକୋଡାକୁ ଡବଲ ଫ୍ରାଏ କରିବା ହେଉଛି ପକୁଡିକୁ କ୍ରିସପି କରିବାର ସବୁଠୁ ସହଜ ଓ ଉତ୍ତମ ମାଧ୍ୟମ । ଏଥିପାଇଁ ପ୍ରଥମ ଥର ଧିମା ଆଞ୍ଚରେ ପକୋଡ଼ିକୁ ହାଲୁକା ଛାଣି ଦିଅନ୍ତୁ । ପୁଣି ଥରେ ଜୋର ଆଞ୍ଚରେ ଦ୍ଵିତୀୟ ଥର ପକୋଡା ଛାଣି ଦିଅନ୍ତୁ ।

pakoda

ଭଲ ଭାବରେ ଛାଣି ନିଅନ୍ତୁ:

ବେସନରେ ପନିପରିବା ମିଶେଇବା ପୂର୍ବରୁ ଭଲ ଭାବରେ ଛାଣି ନିଅନ୍ତୁ । ନଚେତ ଆପଣଙ୍କ ଘୋଳ ପାଣିଆ ହୋଇଯିବାର ସମ୍ଭାବନା ରହିଛି ।

ବରଫ ପାଣି:

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପକୋଡା ସବୁବେଳେ କୁରକୁରା ବା କ୍ରିସପି ହଉ ତାହେଲେ ଥଣ୍ଡା ପାଣିର ବ୍ୟବହାର କରନ୍ତୁ । ଯଦି ଆପଣ ବେସନ ଘୋଳାରେ ଥଣ୍ଡା ପାଣିର ପ୍ରୟୋଗ କରନ୍ତି ଆପଣଙ୍କ ବ୍ୟାଟରଟି ଶୀଘ୍ର ଥଣ୍ଡା ହେବା ସହ ଏଥିରେ ପ୍ରସ୍ତୁତ ପକୁଡି ବି କ୍ରିସପି ହେବା ସହ ସୁଆଦିଆ ଲାଗିବ ।

ୱାୟର ରେକ ବ୍ୟବହାର:

ଅଧିକାଂଶ ସମୟରେ ଦେଖାଯାଏକି, ଛାଣିବା ପରେ ପେପର ରଖିବା ପାଇଁ ପେପର ଟେବଲ ବା ବେକିଙ୍ଗ ସିଟ ଉପରେ ରଖିବାକୁ ପରାମର୍ଶ ଦିଆଯାଇଥାଏ । ଯଦି ଚାହୁଁଛନ୍ତିକି ଆପଣଙ୍କ ପକୁଡି କୁରକୁରା ହେଉ ତାହେଲେ ପକୋଡା ଛାଣିବା ପରେ ବାୟର ରେକର ବ୍ୟବହାର କରନ୍ତୁ । ଏମିତି କରିବା ଦ୍ୱାରା ପକୋଡାର ତଳ ଭାଗରୁ ଗରମ ବାମ୍ଫ ବାହାରି ଯିବ ଓ ବାମ୍ଫ କାରଣରୁ ଆପଣଙ୍କ ପକୁଡି ଆଉ ନରମ ହେବ ନାହିଁ ।

 

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button