ଦେଶ ବିଦେଶ

ଆଉ ଏକ ଖୁଲାସା, ଆର୍‌ ଜି କର ମେଡିକାଲରେ ଚାଲିଥିଲା ସେକ୍ସ ରାକେଟ୍‌

ଦିନକୁ ଦିନ କୋଲକାତା ଆର୍ ଜି କର ମେଡିକାଲ କଲେଜକୁ ନେଇ ହେଉଛି ଗୋଟିଏ ପରେ ଗୋଟିଏ ଖୁଲାସା। ଏହି ମେଡିକାଲ କଲେଜକୁ ନେଇ ଏବେ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ। ଏହି ମେଡିକାଲ କଲେଜର ସେତେବେଳର ଡେପୁଟି ଅଧ୍ୟକ୍ଷ ଅଖତାର ଅଲ୍ଲୀ ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷଙ୍କ କଳା କାରନାମା।

ତାଙ୍କ କହିବା ମୁତାବକ, ଏହି ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍। ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ। ସେତେବେଳର ଡେପୁଟି ଅଧକ୍ଷ ଅଖତର୍ ଅଲ୍ଲୀ ଗତବର୍ଷ ପ୍ରଥମେ ସନ୍ଦୀପ ଘୋଷଙ୍କ ଗୁମର ଖୋଲିଥିଲେ। ହେଲେ କିଛି ବଡ଼ ବଡିଆଙ୍କ ହାତ ସନ୍ଦୀପଙ୍କ ଉପରେ ଥିଲା, ତେଣୁ ତାଙ୍କୁ ସୁରକ୍ଷା ମିଳୁଥିଲା।

ଅଖତାର ଅଲ୍ଲୀ ଆହୁରି କହିଛନ୍ତି, ହସ୍ପିଟାଲରେ ଅଙ୍ଗ ତସ୍କରୀ କରାଯାଏ। ବାୟୋ ୱେଷ୍ଟକୁ ବାଂଲାଦେଶ ଚାଲାଣ ଭଳି ଅନେକ କାମ ସନ୍ଦୀପ ଘୋଷ କରୁଥିଲେ। ଏହି ଅଙ୍ଗ ଚାଲାଣ କାମରେ ତାଙ୍କ ଝିଅ ମଧ୍ୟ ସାମିଲ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସନ୍ଦୀପ ଘୋଷ ଆସିବା ପୂର୍ବରୁ ଆର୍.ଜି କର ପୂରା ଠିକ୍ ଚାଲିଥିଲା। ୨୦୨୧ ଜାନୁଆରୀରେ ସନ୍ଦୀପ ଆସିବା ପରେ ସବୁ ବଦଳିଗଲା। ପିଲାମାନଙ୍କୁ ଧମକ ଦେବା, ହଇରାଣ କରିବା ରିତିମତ ଚାଲିଲା। ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ହାତରେ ରଖି ସେ ଏଠି ଅରାଜକତା ଚଳାଉ ଥିଲେ। ତାଙ୍କର କିଛି ବନ୍ଧୁ ଓ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଆର୍ଜି କର ଗେଷ୍ଟହାଉସ୍କୁ ଝିଅ ଆଣି ଯୋଗାଇ ଦେଉଥିଲେ।

ବହୁତ ଛାତ୍ରଛାତ୍ରୀଙ୍କ କ୍ୟାରିଅର ବରବାଦ କରିଦେଇଛନ୍ତି ସନ୍ଦୀପ। ଏସବୁ ଅଭିଯୋଗ ନେଇ ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲି। ହାଇକୋର୍ଟ ଆବେଦନ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତାର ଅଲ୍ଲୀ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button