ଦେଶ ବିଦେଶ

ଅସରପା ଓ ମୂଷା ବାହାରିବାରୁ ବନ୍ଦ ହେଲା ମୁମ୍ବାଇର ଲୋକପ୍ରିୟ ରେସ୍ତୋରାଁ ବଡେମିଆଁ – Utkal Mail


ମୁମ୍ବାଇ: ଅସରପା ଓ ମୂଷା ବାହାରିବାରୁ ବନ୍ଦ ହେଲା ମୁମ୍ବାଇର ଲୋକପ୍ରିୟ ରେସ୍ତୋରାଁ ବଡେମିଆଁ। ଖାଦ୍ୟ ଏବଂ ଡ୍ରଗ୍ସ ଆଡମିନିଷ୍ଟ୍ରେସନ (ଏଫଡିଏ) ଅଧିକାରୀମାନେ ବୁଧବାର ଦିନ ଚଢ଼ଉ କରିବା ସମୟରେ ବଡେମିଆଁର ରୋଷେଇ ଘରେ ଅସରପା ଓ ମୂଷା ମିଳିଥିଲା। ଏହା ଦେଖିବା ପରେ ଏବେ ଦକ୍ଷିଣ ମୁମ୍ବାଇରେ ଥିବା ଏହି ଲୋକପ୍ରିୟ ଭୋଜନାଳୟକୁ ବନ୍ଦ କରି କରାଯାଇଛି।

କୁହାଯାଉଛି ଯେ, ସ୍ବଚ୍ଛତା ସମ୍ବନ୍ଧୀୟ ଅନେକ ଅଭିଯୋଗ ପାଇବା ପରେ ଏଫ୍‌ଡିଏ ଅଧିକାରୀମାନେ ଏହି ଭୋଜନାଳୟରେ ଚଢ଼ଉ କରିଥିଲେ। ଯେତେବେଳେ ଏଫଡିଏ ଅଧିକାରୀମାନେ ଭୋଜନାଳୟର କାଗଜପତ୍ରକୁ ଭଲ ଭାବରେ ଦେଖିଲେ, ସେମାନେ ଜାଣିବାକୁ ପାଇଲେ ଯେ ଭୋଜନାଳୟ ପାଖରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧୀକରଣ ଲାଇସେନ୍ସ ନାହିଁ। ରେଷ୍ଟୁରାଣ୍ଟଟି ୭୬ବର୍ଷ ପୁରୁଣା  ହୋଇଥିଲେ ବି ଲାଇସେନ୍ସ ନଥିବା ଏଫଡିଏ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଲାଇସେନ୍ସ ନଥ‌ାଇ ବି ବଡେମିଆଁ ରେସ୍ତୋରାଁ ଦକ୍ଷିଣ ମୁମ୍ବାଇ ଏବଂ ବାନ୍ଦ୍ରାରେ ୨ଟି ଶାଖା ଖୋଲିଥିଲା। ଲାଇସେନ୍ସ ନଥିବା ଦେଖି ରୋଷେଇ ଘର ଯାଞ୍ଚ କରାଯିବା ପରେ ଭିତରୁ ମୂଷା ଓ ଅସରପା ବାହାରିଥିଲା। ଏହାକୁ ଦେଖିବା ପରେ ବଡେମିଆଁକୁ ବନ୍ଦ କରାଯାଇଛି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button