ମନୋରଞ୍ଜନ

ସଚିନ ତେନ୍ଦୁଲକର ଓ ଅଞ୍ଜଳିଙ୍କ ପ୍ରେମ କାହାଣୀ ଏମିତି ହେଇଥିଲା ଆରମ୍ଭ, ଜାଣନ୍ତୁ ଦୁଇଜଣଙ୍କର ଦେଖାହେବାର ମଜେଦାର କଥା

ଭଲ ପାଇବା ଏକ ଏପରି ଶବ୍ଦ ଯାହା ଶୁଣିବା ମାତ୍ରେ ହୃଦୟରେ ଖୁସି ଭରି ଯାଇଥାଏ । ଏହି ଭଲପାଇବା କେବଳ କ୍ରିକେଟ ଏବଂ ସିନେମା ସହିତ ଯୋଡି ହୋଇଥିବା ଲୋକଙ୍କୁ ହୁଏ କହିବା ଟା ଠିକ ନୁହେଁ ଏହା ସାଧାରଣ ଲୋକ ମାନଙ୍କୁ ବି ହୋଇଥାଏ । ଭଲପାଇବା ହେବା ପରେ ମଣିଷ ଜୀବନରେ ପରିବର୍ତନ ଆସିଥାଏ । ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ର ଭଗବାନ ବୋଲି କୁହାଯାଇଥାଏ । ସାରା ବିଶ୍ଵରେ ସୁନାମ ଅର୍ଜନ କରିଥିବା ଏହି କ୍ରିକେଟର ଖେଳରେ ଏମିତି କୌଣସି ରେକର୍ଡ ନାହିଁ ଯାହାକୁ ସେ ଭାଙ୍ଗି ନଥିବେ ।

ସଚିନଙ୍କ କଥା ମନରେ ଆସିବା ମାତ୍ରେ କ୍ରିକେଟ ର ଛବି ଆଖି ସାମନାକୁ ଆସି ଯାଇଥାଏ । ଆସନ୍ତୁ ଜାଣିବା ସଚିନ ଏବଂ ଅଞ୍ଜଳି ଙ୍କ ପ୍ରେମ କାହାଣୀ ବିଷୟରେ । ସଚିନ ଏବଂ ଅଞ୍ଜଳି ଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀ ଠାରୁ କମ ନୁହେଁ ଏବଂ ସେମାନଙ୍କର ପ୍ରଥମ ସାକ୍ଷାତକାର ବହୁତ ହୃଦୟସ୍ପର୍ଶୀ ଅଟେ ।

Google

ଅଞ୍ଜଳି ଡକ୍ଟର ହେବା ପରେ ଗୋଟିଏ ମେଡିକାଲରେ କାମ କରୁଥିବା ସମୟରେ ସଚିନ କ୍ରିକେଟ ଜଗତରେ ବହୁତ କ୍ଷିପ୍ର ଗତିରେ ନିଜର ନାମ କମାଇବାରେ ଲାଗିଥିଲେ ।୧୯୯୦ ମସିହାରେ ସଚିନ ଭାରତ ଆସୁଥିବା ସମୟରେ ତାଙ୍କର ମୁମ୍ବାଇ ଏୟାରପୋର୍ଟରେ ଅଞ୍ଜଳି ଙ୍କ ସହିତ ଦେଖା ହୋଇଥିଲା । ଅଞ୍ଜଳି ତାଙ୍କ ସାଙ୍ଗଙ୍କ ସହିତ ତାଙ୍କ ମାଆଙ୍କୁ ଆଣିବା ପାଇଁ ଏୟାରପୋର୍ଟ ଯାଇଥିଲେ । ସେଠାରେ ସେ ସଚିନ ଙ୍କୁ ଦେଖିଥିଲେ କିନ୍ତୁ ସେ ସେତେବେଳେ ଜାଣି ନଥିଲେ କି ସଚିନ ଜଣେ କ୍ରିକେଟର ବୋଲି ।

Google

ଏହାପରେ ଅଞ୍ଜଳି ସଚିନଙ୍କ ସହିତ କଥା ହେବା ପାଇଁ ତାଙ୍କୁ ଫଲୋ କରୁଥିଲେ । ସଚିନଙ୍କ ନଜର ବି ଅଞ୍ଜଳିଙ୍କ ଉପରେ ପଡିଥିଲା କିନ୍ତୁ ସିକ୍ୟୁରିଟି ବ୍ୟବସ୍ଥା ଲାଗି ସେମାନଙ୍କର କଥା ହେବା ସମ୍ଭବ ହୋଇ ନଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା କି ଅଞ୍ଜଳି ତାଙ୍କ ମାଆଙ୍କୁ ରିସିବ କରିବା ପାଇଁ ଭୁଲି ଯାଇଥିଲେ । ଏହି ପରି କଥା ଆମେ ଫିଲ୍ମ ଏବଂ ସିରିୟଲରେ ଦେଖିଥାଉ କିନ୍ତୁ ଏହା ସଚିନ ଏବଂ ଅଞ୍ଜଳିଙ୍କ ଜୀବନରେ ଦେଖିବାକୁ ମିଳିଥିଲା ।

ଅଞ୍ଜଳି କ୍ରିକେଟ ଖେଳ ପ୍ରତି ବିଶେଷ ଆଗ୍ରହୀ ନଥିଲେ । ସଚିନ ଜଣେ କ୍ରିକେଟର ଜାଣିବା ପରେ ବି ତାଙ୍କୁ କିଛି ଫରକ ପଡିନଥିଲା । ଅଞ୍ଜଳି ବହୁତ ଚେଷ୍ଟା କରି ସଚିନଙ୍କ ନମ୍ବର ପାଇଥିଲେ ଏବଂ ଗୋଟିଏ ଦିନ ସେମାନେ କଥା ହେବା ସମୟରେ ଅଞ୍ଜଳି ନିଜର ପରିଚୟ ଦେଲେ । ଏହାପରେ ସେମାନଙ୍କ ଭିତରେ ବନ୍ଧୁତା ଆରମ୍ଭ ହୋଇଗଲା ।

Google

ଗୋଟେ ଥର ସଚିନ ଅଞ୍ଜଳି ଙ୍କୁ ନିଜ ଘରକୁ ଆଣିଥିଲେ ଏବଂ ତାଙ୍କ ନିଜ ପରିବାରକୁ ଅଞ୍ଜଳି ଜଣେ ଜର୍ନାଲିଷ୍ଟ ବୋଲି ପରିଚୟ ଦେଇ କହିଥିଲେ ସେ ମୋର ଇଣ୍ଟେରଭ୍ୟୁ ନେବାକୁ ଆସିଛନ୍ତି । ଅଞ୍ଜଳିଙ୍କୁ ଭେଟିବା ପରେ ସଚିନଙ୍କ ଘର ଲୋକ ସବୁ ବୁଝି ଯାଇଥିଲେ । ୫ ବର୍ଷ ପରେ ତାଙ୍କ ଭଲ ପାଇବା ପ୍ରେମ ସମ୍ପର୍କରେ ବଦଳିଗଲା ଏବଂ ସେମାନେ ୧୯୯୫ ମସିହାରେ ବିବାହ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button