ଦେଶ ବିଦେଶ

୩ ସଂଦିଗ୍ଧ ଚୀନା ଆପ୍ ଲୁଟିନେଲେ ୧୫୦ କୋଟି, ଇଡି ମାଧ୍ୟମରେ ଫେରିଲା ୬୦ କୋଟି – Utkal Mail


ନୂଆଦିଲ୍ଲୀ: ଚୀନ ଲିଙ୍କ୍ ଥିବା ୩ଟି ଆପ୍ ଭାରତୀୟଙ୍କୁ ପ୍ରାୟ ୧୫୦ କୋଟି ଟଙ୍କା ଠକି ନେଇଛି। ଏହି ଠକେଇ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ମାମଲାରେ ଇଡି ବୈଭବ ଦୀପକ ଶାହା, ସାଗର ଡାଇମଣ୍ଡ, ଆରଏଚସି ଗ୍ଲୋବାଲ ଏକ୍ସପୋର୍ଟସ ଏବଂ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରି ୫୯.୪୪ କୋଟି ଟଙ୍କା ଆଦାୟ କରିଛି।

ଯେଉଁ ଆପ୍ ଜରିଆରେ ଭାରତୀୟମାନେ ଠକେଇର ଶିକାର ହୋଇଛନ୍ତି, ସେଗୁଡ଼ିକ ମଧ୍ୟରେ ପାୱାର ବ୍ୟାଙ୍କ ଆପ୍, ଟେସ୍ଲା ପାୱାର ବ୍ୟାଙ୍କ ଆପ୍, ଏଜପ୍ଲାନ୍ ରହିଛି। ଏହି ଆପଗୁଡିକ ଗୁଗୁଲ ପ୍ଲେ ଷ୍ଟୋରରେ ତାଲିକାଭୁକ୍ତ ହୋଇଛି । ଏହି ଆପ୍ ସାହାଯ୍ୟରେ ଚୀନର ଠକମାନେ ଭାରତର ଲୋକଙ୍କୁ ଟାର୍ଗେଟ କରିଥିଲେ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ କମ୍ପାନି ସେକ୍ରେଟାରୀଙ୍କ ସହାୟତାରେ ସେ ନିବେଶ ଉପରେ ଅଧିକ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦେଇ ଭାରତବାସୀଙ୍କୁ ପ୍ରଲୋଭିତ କରିଥିଲେ। ଗୁଗୁଲ ପ୍ଲେ ଷ୍ଟୋରରେ ଲିଷ୍ଟ ହୋଇଥିବାରୁ ଲୋକମାନେ ଏହି ଆପଗୁଡିକ ଉପରେ ସହଜରେ ବିଶ୍ୱାସ କରୁଥିଲେ । ହେଲେ ରିଟର୍ଣ୍ଣ ନାଁରେ ଲୋକଙ୍କୁ ଟଙ୍କା ମିଳିନଥିଲା। ଏହାପରେ ଇଡି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏହି ଠକେଇ ମାମଲା ଜଣାପଡ଼ିବା ପରେ ଗୁଗୁଲ ପକ୍ଷରୁ ଏବେ ଏହି ୩ଟି ଆପକୁ ନିଜ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି । ଅର୍ଥାତ ଏବେ ଲୋକମାନେ ଆଉ ଏହି ୩ଟି ଆପକୁ ଡାଉନଲୋଡ କରିପାରିବେ ନାହିଁ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button