ଓଡିଶା

ଶ୍ରୀନିବାସ ଓ ସିମାଞ୍ଚଳ ଦ୍ୱିତୀୟ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ: କଳିଙ୍ଗା ମହାବିଦ୍ୟାଳୟ ଚମ୍ପିଅନ

ଘୁ ଉଦୟଗିରି: ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ପକ୍ଷରୁ ଶ୍ରୀନିବାସ ଓ ସିମାଞ୍ଚଳ ଦ୍ୱିତୀୟ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି । ଏହି ପ୍ରତିଯୋଗିତା ୧୬ଟି ଦଳକୁ ନେଇ ଆୟୋଜିତ ହୋଇଥିବା ବେଳେ ଶେଷ ଦିବସରେ ଡେ ନାଇଟ୍ ଖେଳ ଅନୁଷ୍ଠିତ ହୋଇଥିଲା।

ଉଦ୍‌ଯାପନୀ ଦିବସରେ କଳିଙ୍ଗା ମହାବିଦ୍ୟାଳୟ ସହିତ ରୁଦାଙ୍ଗିଆ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା ଓ ଶେଷରେ କଳିଙ୍ଗା ମହାବିଦ୍ୟାଳୟ ଦଳ ଚମ୍ପିଅନ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପଧ୍ୟକ୍ଷା ସାଧବାଣୀ ନାୟକ,ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କହଁର, ଭାରତୀୟ ଜନତା ପାର୍ଟି ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ରାମବିଶି ଦିଗାଲ, ଶିକ୍ଷକ ତଥା କ୍ରୀଡାବିତ୍ ରୁପେସ କୁମାର ନାୟକ, କଳିଙ୍ଗା ସରପଞ୍ଚ ବକ୍ସି ମଲ୍ଲିକ, ଜ୍ୟୋତି ମୋହନ ପ୍ରଧାନ , ସମାଜସେବୀ ପାପା ଭାଇ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ଖେଳ କଳିଙ୍ଗାବାସୀଙ୍କ ଭାଇଚାରାର ଖେଳ ଯାହା କଳିଙ୍ଗା ଭଲିବଲ ଆସୋସିଏସନ୍ ପକ୍ଷରୁ ଆୟାଜନ କରାଯାଇଥିବା ବେଳେ ଅଞ୍ଚଳର ସହ ସହ ଖେଳପ୍ରେମୀ ଏହାକୁ ଦେଖି ଉପଭୋଗ କରିଥିଲେ । ଦୀର୍ଘ ୬ ଦିନ ଧରି ଖେଳ ଅନୁଷ୍ଠିତ ହୋଇଥିଲା।

ଚମ୍ପିଅନ ଭାବରେ କଳିଙ୍ଗା ମହାବିଦ୍ୟାଳୟ ୧୫୦୦୧ ଟଙ୍କା ପୁରସ୍କାର ରାଶି ସହିତ ଟ୍ରଫି ଗ୍ରହଣ କରିଥିବା ବେଳେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ରୁଦଙ୍ଗିଆ ଦଳ ୯୯୯୯ ଟଙ୍କା ଓ ଟ୍ରଫି ଗ୍ରହଣ କରିଥିଲା ।
ଅଧିକ ପଢ଼ନ୍ତୁ: ପ୍ରଚାରରେ କମ୍ପୁଛି ଦିଲ୍ଲୀ: ଜନତାଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟି, ନିଶାନା କଲେ କେଜ୍ରିୱାଲ୍

ଆୟୋଜକ ଦଳ ଅନେକଙ୍କୁ ସମ୍ମାନିତ କରି ଶାନ୍ତି ଶୃଙ୍ଖଳା ସହିତ ଖେଳକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଆୟୋଜକ ଭାବରେ ଯୁବ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ,ସଭାପତି ସୁବ୍ରତ ଆଚାର୍ଯ୍ୟ,ଉପ ସଭାପତି ଅରୁଣ କୁମାର୍ ସାହୁ, ସମ୍ପାଦକ ଶଙ୍କର କୁମାର୍ ସାହୁ, କୋଷାଧ୍ୟକ୍ଷ ବୁଦ୍ଧଦେବ ମହାରଣା ସମେତ କମିଟିର ଯୁବକମାନେ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ। ସ୍କୋର୍‌ର ଭାବରେ ତୁଷାର କୁମାର୍ କହଁର, କେଶନ ଦିଗାଲ ଓ ଆସିସ ନାୟକ ସୁନ୍ଦର୍ ଭାବରେ ପରିଚାଳିତ କରିଥିବା ବେଳେ ରେଫରି ଭାବରେ ଅସିତ୍ କୁମାର୍ ପ୍ରଧାନ(ଲାପୁ ଭାଇ) ଏବଂ ସ୍ମୃତି ନାୟକ (କାଳିଆ) ସୁଚାରୁ ରୂପେ ଖେଳକୁ ପରିଚାଳିତ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button