ସ୍ୱାସ୍ଥ୍ୟ

ଏହାକୁ କେବଳ ଦୁଇ ଥର ପିଇ ଦିଅନ୍ତୁ, ରକ୍ତର ଅଭାବ, ମୋଟା ପଣ, କ୍ୟାଲସିୟମ ଅଭାବ, ଅଣ୍ଟାରେ କଷ୍ଟ ୯୦ ବର୍ଷ ପର୍ଯ୍ୟନ୍ତ ହେବନାହିଁ

ଆଜି କାଲି ଦୁନିଆର ଏହି ବ୍ୟସ୍ତ ଜୀବନରେ ସମସ୍ତେ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ ଭାବରେ ନେଇ ପାରନ୍ତି ନାହିଁ ଏଥି ପାଇଁ ସମସ୍ତେ ଚାହାନ୍ତି କିଛି ଏପରି ଘରୋଇ ଉପଚାର ବ୍ୟବହାର କରିବା ପାଇଁ ଯାହା କି ଅତି ସହଜରେ ମିଳିଯାଉଥିବ ଓ ଅତି ସହଜରେ ବ୍ୟବହାର କରି ପାରିବେ । ତେବେ ଆସନ୍ତୁ ଜାଣିବା ଏପରି ଏକ ଉପାୟ ବିଷୟରେ ଯାହା ଦ୍ୱାରାକି ଆପଣଙ୍କ ବହୁତ ଦିନରୁ ହେଉଥିବା ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିବ ଏହା ସହ ଶରୀର କ୍ୟାଲସିୟମ, ରକ୍ତ ହୀନତା, ଦୁର୍ବଳତା ଓ ମୋଟା ପଣ ମଧ୍ୟ ଭଲ ହୋଇଥାଏ ।

ମୁଣ୍ଡ ବିନ୍ଧା ବା କାନ୍ଧ ଯନ୍ତ୍ରଣା କିମ୍ବା ଯେ କୌଣସି ହାଡ଼ ଜନିତ ସମସ୍ୟା ଅଛି ସେଥିରୁ ମୁକ୍ତି ପାଇବାର ଏକ ସହଜ ଉପାୟ ବିଷୟ ରେ ଜାଣିବା । ଆପଣମାନେ ତ ସମସ୍ତେ ଖଜୁରୀ କୋଳିର ବ୍ୟବହାର ବା ଖାଇ ଥିବେ ନିଶ୍ଚିତ । ତ ଆପଣ ଏହି ଉପଚାର ପାଇଁ ଶୁଖିଲା ଖଜୁରୀ ର ବ୍ୟବହାର କରିବେ କିନ୍ତୁ ବଜାରରେ ମିଳୁଥିବା ଗୁଡ଼ ମିଶା ଖଜୁରୀ ନୁହେଁ । ଏହା କେବଳ ଶୁଖିଲା ଖଜୁରୀ ସହଜ ଭାବରେ ବଜାର ରେ ମିଳିଯିବ । ଏହି ଖଜୁରୀରେ ପୋୖଷ୍ଟିକତା ଭାରି ରହିଥାଏ ।

ଶୀତ ଦିନରେ ଏହାର ସେବନ ବହୁତ ଅଧିକ ଲାଭ ଦେଇଥାଏ । ଏହା ଆମ ଶରୀରକୁ ଗରମ ଦେଇଥାଏ । ଏଥିରେ ପ୍ରଚୁର ମାତ୍ର ରେ କ୍ୟାଲସିୟମ ମିଳିଥାଏ ସେଥିପାଇଁ ସମସ୍ତ ପ୍ରକାରର ହାଡ଼ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାଛଡା ଆମ ଶରୀରର ବହୁତ ପ୍ରକାର ରୋଗକୁ ସମାଧାନ କରିଥାଏ । ଏହି ଉପାୟ କୁ କରିବା ପାଇଁ ୫ ରୁ ୧୦ ଟି ଶୁଖିଲା ଖଜୁରୀ ନେଇ ତାକୁ ଏକ ପାତ୍ରରେ କିଛି ପାଣି ନେଇ ଅଧା ଘଣ୍ଟା ପର୍ଯ୍ୟନ୍ତ ବତୁରେଇ ରଖନ୍ତୁ ।

ଏହା ନରମ ହୋଇଗଲା ପରେ ଏଥିରୁ ମଞ୍ଜି ବାହାର କରିଦିଅନ୍ତୁ । ଏହି ମଞ୍ଜିକୁ ଆପଣ ଫୋପାଡନ୍ତୁ ନାହିଁ କାରଣ ଏହା ମଧ୍ୟ ବହୁତ କାମରେ ଲାଗେ । ଏହି ମଞ୍ଜିକୁ ଗୁଣ୍ଡ କରି ବା ଘୋରି ଆଖିରେ ଆଲୁଅ ବାହାରିଥିବା ଜାଗାରେ ଲଗାନ୍ତୁ ଦେଖିବେ ଏହା ଭଲ ହୋଇଯିବ । ଏବେ ସେହି ମଞ୍ଜି ନଥିବା ଖଜୁରୀକୁ ଛୋଟ ଛୋଟ କରି କାଟି ରଖନ୍ତୁ ଓ ଏକ ପାତ୍ରରେ କିଛି କ୍ଷୀର ନେଇ ଫୁଟାଇ ସେଥିରେ ଏହି କଟା ଖଜୁରୀକୁ ପକାଇ ୬ ରୁ ୭ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ଏହା ଦ୍ୱାରା ଖଜୁରୀ ଭଲ ଭାବରେ ସିଝିଯିବ ।

ଆବଶ୍ୟକ ପଡ଼ିଲେ ସ୍ୱାଦ ଅନୁଯାଇ ମିଶିରି ମିଶାଇ ପାରିବେ । ଯେଉଁ ମାନେ ଶାରୀରିକ ଭାବେ ପତଳା ଅଛନ୍ତି ଏହି କ୍ଷୀର ସେବନ କରିବା ଦ୍ୱାରା ସେମାନଙ୍କର ଶାରୀରିକ ଦୁର୍ବଳତା ଦୂର ହୋଇଥାଏ । ଯେଉଁ ମାନଙ୍କୁ ରକ୍ତ ହୀନତା ଅଛି ସେମାନେ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସୃଷ୍ଟି ହୋଇଥାଏ । ରାତି ସମୟରେ ଏହାକୁ ସେବନ କରନ୍ତୁ । ଏଥିରୁ କ୍ୟାଲସିୟମ ର ଅଭାବ ଦୂର ହୋଇଥାଏ ।

ହୃଦ ରୋଗରୁ ବି ମୁକ୍ତି ମିଳିଥାଏ । ଅଣ୍ଟା ବିନ୍ଧା ଓ ମୋଟାପଣରୁ ରକ୍ଷା ମିଳିଥାଏ । ମହିଳା ମାନେ ଏହାକୁ ସେବନ କରିବା ଦ୍ୱାରା ବହୁତ ଫାଇଦା ମିଳିଥାଏ । ଏହାକୁ ସେବନ କରିବାର ଏକ ଘଣ୍ଟା ବା ଦୁଇ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ । ଆପଣ ଶୁଖିଲା ଖଜୁରୀ ଖାଲି ବି ଖାଇ ପାରିବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button