କାହିଁକି ହୁଏ ଥାଇରଏଡ ରୋଗ ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ( Dr Sambit Das )

ବନ୍ଧୁଗଣ ଥାଇରଏଡ ଗ୍ରନ୍ଥି ଏକ ପ୍ରଜାପତି ଆକାରର ଗ୍ରନ୍ଥି ଯାହା ଗଳାର ଆଗ ପାର୍ଶ୍ଵରେ ରହିଥାଏ । ସରଲା ଭାଷାରେ ଶରୀରର ମେଟାବୋଲିଜିମ କୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ । ଥାଇରଏଡ ଗ୍ରନ୍ଥିରୁ ଏକ ହରମୋନ ବାହାରିଥାଏ । ଯଦି ସେହି ହରମୋନ କୌଣସି କାରଣରୁ ଅଧିକ ବା କମ ବାହାରେ ତେବେ ଆମକୁ ରୋଗ ହୋଇଥାଏ । ଯଦି ଶରୀରରେ ଅଧିକ ହରମୋନ ବାହାରିଥାଏ ତେବେ ତାହାକୁ ଆମେ ହାଇପର ଥାଇରଏଡ କହିଥାଉ ।
ଏବଂ ଯଦି ହରମୋନ କମ ବାହାରିଥାଏ ତେବେ ତାହାକୁ ଆମେ ହାଇପୋ ଥାଇରଏଡ କହିଥାଉ । ଯଦି କୌଣସି କାରଣରୁ ସେହି ଗ୍ରନ୍ଥିର ଆକାର ବଢିଯାଏ ତେବେ ତାହାକୁ ଆମେ ଗଳଗନ୍ଥକ ରୋଗ ବୋଲି କହିଥାଉ । ବହୁତ କମ ମାତ୍ରାରେ ଏଥିରେ କ୍ୟାନ୍ସର ବା କର୍କଟ ରୋଗ ହୋଇଥାଏ । ଥାଇରଏଡ ରେ ମୂଖ୍ୟତ ହାଇପୋ ଥାଇରଏଡ ଦେଖାଯାଏ ।
ଏହା ଦ୍ଵାରା ଶରୀରରେ ମେଟାବୋଲିଜିମ ବହୁତ ସ୍ଲୋ ହୋଇଥାଏ ଏବଂ ଶରୀର ମଧ୍ୟ କାମ କରିବାରେ ସ୍ଲୋ ହୋଇଥାଏ । ଏହା ବିଶେଷ କରି ସ୍ତ୍ରୀ ଲୋକ ବା ମହିଳା ମାନଙ୍କ ମଧ୍ୟରେ ଦେଖା ଦେଇଥାଏ । ଏହାର ଲକ୍ଷଣ ହେଉଛି ମୋଟାପଣ, ଚୁଟି ଝଡିବା, କମଜୋରି ଲାଗିବା । ହାଇପୋ ଥାଇରଏଡ ରେ ଶରୀରରେ ମେଟାବୋଲିଜିମ ବଢିଯାଇଥାଏ ଯାହା ଦ୍ଵାରା ଶରୀର ବହୁତ ଆକ୍ଟିଭ ହୋଇଥାଏ ।
ଓଜନ ହ୍ରାସ ହେବାରେ ଲାଗିଥାଏ । ହାତ ଥରିଥାଏ । ଥାଇରଏଡ ହେବାର ମୁଖ୍ୟ କାରଣ ହେଉଛି ଶରୀରରେ ଇମ୍ମୁନୀଟି । ଥାଇରଏଡ ରୋଗ ଅଛି ବୋଲି ଆମେ ରକ୍ତ ପରୀକ୍ଷା କରି ଜାଣିପାଇବା । ଥାଇରଏଡ ହେବା ପରେ ଡାକ୍ତର ଥାଇରଏଡ ହରମୋନ ଟ୍ଯାବଲେଟ ଦେଇଥାନ୍ତି ଯାହାକୁ ରୋଗୀକୁ ଜୀବନସାରା ଖାଇବାକୁ ପଡିଥାଏ । ଏହି ଔଷଧକୁ ସକାଳୁ ଖାଲି ପେଟରେ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି ।
ଛୋଟ ଛୁଆ ମାନଙ୍କ କ୍ଷେତ୍ରରେ ଥାଇରଏଡ ରୋଗ ଭଲ ହୋଇନଥାଏ । ଛୋଟ ଛୁଆଙ୍କ ଶରୀରରେ ଯଦି ଥାଇରଏଡ ହରମୋନ ରହିଥାଏ ଏବଂ ଏହାର ଚିକିତ୍ସା କରାଯାଇନଥାଏ ତେବେ ଛୁଆ ମାନଙ୍କ ବ୍ରେନ ଡ୍ୟାମେଜ ମଧ୍ୟ ହୋଇଥାଏ । ଗର୍ଭବତୀ ମହିଳାଙ୍କ ମଧ୍ୟରେ ଥାଇରଏଡ ଥିଲେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ଏବଂ ଔଷଧ ର ସେବନ କରନ୍ତୁ । ଥାଇରଏଡ ରୋଗୀ ସବୁ ପ୍ରକାରର ଖାଦ୍ୟ ଖାଇପାରିବେ । କିନ୍ତୁ ଔଷଧ ର ସେବନ ନିୟମିତ ଭାବେ କରିବା ଦରକାର ହୋଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।