ବିଚାର

ଛଅ ମହଲାରେ ଲଟକିଥିଲା ଏହି ଛୋଟ ଶିଶୁଟି, ଯେମିତି ହିଁ ହାତ ଖସିଲା ସେମିତି ହିଁ… ଦେଖନ୍ତୁ ଭିଡିଓ

ଦୁନିଆରେ କିଛି କଥା ଏମିତି ଅଛି ଯାହା କି ପ୍ରାୟତଃ ଆମକୁ ଭାବିବା ପାଇଁ ବାଧ୍ୟ କରି ଦିଏ କି କଣ ଏମିତି ବି ହୋଇପାରେ ଆଜିର ଦୁନିଆରେ    । ଆଜିକାଲି ଖବର କିଛି ଏମିତି ହୋଇଯାଇଛି କି ଯାହା ଉପରେ ବିଶ୍ଵାସ କରିବା ବହୁତ କଷ୍ଟ ଅଟେ । ଏମିତି ହିଁ କିଛି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣଙ୍କର ରୁମ ଟାଙ୍କୁରି ଉଠିବ ।

ଏହିଭଳି ଏକ ହୋସ ଉଡାଇଦେବା ଭଳି ମାମଲା ଦକ୍ଷିଣ – ପଶ୍ଚିମ ଚୀନରୁ ସାମ୍ନାକୁ ଆସୁଛି । ଏଠି ଏକ ଏମିତି ଦୁର୍ଘଟଣା ହୋଇଛି ଯାହାକୁ ଦେଖି ସମସ୍ତଙ୍କର ନିଶ୍ଵାସ ବନ୍ଦ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ୩ ବର୍ଷର ଏକ ଛୋଟ ଶିଶୁଟି ବିଲଡିଙ୍ଗର ଷଷ୍ଠ ମହଲା ଉପରେ ଝୁଲୁଥିଲା । ଯାହାକୁ ସେଠିକାର ପଡୋଶୀମାନେ ବଡ ବ୍ଳାଙ୍କେଟ ଦ୍ଵାରା ଧରି ପକାଇଲେ ।

କହିଦେଉଛୁ ଯେ ଏହି ଘଟଣାଟି ସୋମବାର ଦିନ ହୋଇଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ଦେଖି ପାରିବେ କି ଏକ ଛୋଟ ଶିଶୁ ଷଷ୍ଠ ମହଲାର ବାଲକୁନିରେ ଝୁଲିଥିଲା । ସେ ଉପରକୁ ଯିବାକୁ ଚେଷ୍ଟା ବି କରୁଥିଲା । କିନ୍ତୁ ବାରମ୍ବାର ତାହାର ହାତ ଖସି ଯାଉଥିଲା ।

ଏହା ପରେ କିଛି ସମୟ ପରେ ସେ ହାତ ଛାଡି ଦେଲା । ତଳେ ଥିବା ଲୋକମାନେ ବଡ ବ୍ଳାଙ୍କେଟ ଧରି ରଖିଥିଲେ ଓ ସେମାନେ ଶିଶୁଟିକୁ ଧରି ପକାଇଲେ ।  ଅନ୍ୟ ପଟେ ଏହି ଘଟଣାରେ ପୋଲିସ କହିଲେ କି ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ଘରେ କେହି ବି ନ ଥିଲେ । ତାହାର ଜେଜେମା ଘରର ଜିନିଷପତ୍ର ଆଣିବା ପାଇଁ ମାର୍କେଟ ଯାଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସଫା ହୋଇ ନାହିଁ କି ଶିଶୁଟି କାଚର କବାଟକୁ କେମିତି ଖୋଲିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button