ବିଚାର

ଏହି ୫ଟି କଥା ଆପଣେଇଲେ ଶାଶୂ ବୋହୁ ମଧ୍ୟରେ ସମ୍ବନ୍ଧ ହୋଇଥାଏ ମଜବୁତ ଓ ମଧୁର

ଭାରତୀୟ ସମାଜରେ ବିବାହ କେବଳ ଦୁଇ ଲୋକଙ୍କ ମଧ୍ୟରେ ହୁଏ ନାହିଁ, ଏଠି ବିବାହ ଏକ ବଡ ପର୍ବ ଯାହା ଜୀବନରେ ଥରେ ଆସିଥାଏ ଓ ଏହା ଏକ ଏମିତିଆ ବନ୍ଧନ ଯାହା କେବଳ ଝିଅ ପୁଅ ମଧ୍ୟରେ ହୁଏ ନାହିଁ ଏହା ଦୁଇ ପରିବାରକୁ ଗୋଟେ କରିଥାଏ । ଏମିତିଆ ବନ୍ଧନରେ ଝିଅକୁ କେବଳ ନିଜ ସ୍ଵାମୀ ସହ ସମ୍ବନ୍ଧ ନୁହେଁ ବରଂ ସ୍ଵାମୀ ପରିବାର ସହ ସମ୍ବନ୍ଧ ଭଲ କରିବାକୁ ପଡିଥାଏ ।

ଏହି ବାବଦରେ ଶାଶୁ ସହ ଭଲ ଓ ସୁଖ ସମ୍ବନ୍ଧକୁ ଲୋକ କଠିନ ବୋଲି କହିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ପାଞ୍ଚୋଟି କଥା କହିବୁ ଯାହା କଲେ ଆପଣଙ୍କ ଶାଶୂ ସହ ଆପଣଙ୍କ ସମ୍ବନ୍ଧ ମାଁ ଝିଅ ପରି ହୋଇଯିବ ।

ନିଜ ଅଭ୍ୟାସ ବଦଳନ୍ତୁ :

ଆପଣଙ୍କ ଶାଶୂ ସବୁ କାମ ପାଇଁ ଆପଣଙ୍କୁ କିଛି ନା କିଛି କହୁଛନ୍ତି ତାହେଲେ ସବୁଠାରୁ ଭଲ ଚୁପ ରୁହନ୍ତୁ ଆପଣ କିଛି ନ କହିଲେ କିଛିଦିନ ପରେ ଶାଶୂଙ୍କ ଅଭ୍ୟାସ ବି ବଦଳିବା ଆରମ୍ଭ ହୋଇ ଯିବ । ଯେତେ ହେଉ ଝଗଡାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ନିଜ କାମ ଧ୍ୟାନ ଦେଇ କରନ୍ତୁ ଓ ଶାଶୂଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରନ୍ତୁ ।

ପ୍ରଶଂସା କରିବାକୁ ଦିଅନ୍ତୁ :

ଯଦି ଆପଣଙ୍କ ଶାଶୂଙ୍କର ନିଜ ପ୍ରଶଂସା କରିବା ଅଭ୍ୟାସ ଅଛି ତାହେଲେ ଆପଣ କେବେ ବି ଏହି କଥା ପାଇଁ ଚିଢନ୍ତୁ ନାହିଁ, ଯାହା ବି ହେଲେ ସେ ଆପଣଙ୍କ ସ୍ଵାମୀଙ୍କ ମାଁ ସେଥିପାଇଁ ତାଙ୍କୁ ନିଜ ମାଁ ପରି ସ୍ନେହ ଦିଅନ୍ତୁ ।

କମ କଥା ହୁଅନ୍ତୁ :

ଯଦି ଅଧିକ କଥା ହେଲେ ଆପଣ ଦୁହିଁଙ୍କ ମଧ୍ୟରେ ଝଗଡା ହବାର ଆଶଙ୍କା ରହୁଛି ତାହେଲେ କଥା କମ କରନ୍ତୁ । ଏମିତି କଥା ହୁଅନ୍ତୁ ଯେମିତି ତାଙ୍କୁ ଏକା ବି ନ ଲାଗୁ ଓ ଆପଣଙ୍କ ସହ ଝଗଡା ପାଇଁ ତାଙ୍କୁ କିଛି ନ ମିଳୁ ।

ଛୁଆ ଓ ଜେଜେମାଁ ମଧ୍ୟରେ ପଡନ୍ତୁ ନାହିଁ :

ନିଜ ଛୁଆ ଓ ତାଙ୍କ ଜେଜେମାଁ ମଧ୍ୟରେ ଆପଣ କିଛି କୁହନ୍ତୁ ନାହିଁ, ଜେଜେମାଁ ଓ ଛୁଆଙ୍କ ମଧ୍ୟରେ ବହୁତ ବିଶେଷ ସମ୍ପର୍କ ହୋଇଥାଏ । ଛୁଆ ନିଜ ଜେଜେମାଁ ଦ୍ଵାରା ବହୁତ କିଛି ଶିଖି ପାରିବେ ଓ ଏହା ଆପଣଙ୍କ ପାଇଁ ଖୁସିର କଥା ସେଥିପାଇଁ ତାଙ୍କ ମଝିରେ ପଡନ୍ତୁ ନାହିଁ ।

କାମ ପାଇଁ କିଛି କୁହନ୍ତୁ ନାହିଁ :

ଆପଣ ଘର ବହୁ କୌଣସି ମେଶିନ ନୁହନ୍ତି ଯେ ସବୁ କାମ ଏକା ସହ କରି ପାରିବେ, ସେଥିପାଇଁ ଥରକରେ ସେତିକି କାମ ହାତରେ ନିଅନ୍ତୁ ଯେତିକି ଆପଣ ସମ୍ଭାଳି ପାରିବେ, ନଚେତ କାମ ଚିନ୍ତାରେ ଆପଣ ଚିଡିବେ ଓ ଏହା ପାଇଁ ଘରେ ଚିନ୍ତା ସୃଷ୍ଟି ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button