ବିଚାର

Exclusive: ମୋ ଗୀତ ଶୁଣି ରାଷ୍ଟ୍ରପତି Droupadi Murmu ମୋତେ କଲ୍ କରିଥିଲେ, Saroj Jena

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଆମ ଓଡିଶାର ଜଣେ ନାମୀ ପ୍ଲେ ବ୍ୟାକ ସିଙ୍ଗରଙ୍କ ସମ୍ପର୍କରେ ଯାହାଙ୍କ ଗୀତ ଆମ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କାନରେ ବାଜିଛି ଏବଂ ସ୍ମୃତି ମଧୁର ଲାଗିଛି । ତାଙ୍କୁ ଗୀତଟି ଏତେ ଭଲ ଲାଗିଥିଲା କି ନିଜେ ରାଷ୍ଟ୍ରପତି  ତାଙ୍କୁ କଲ କରି କଥା ହୋଇଥିଲେ ଏବଂ ଶୁଭେଛା ଜଣାଇଥିଲେ । ତେବେ ଆଉ ଡେରି ନକରି  ଆସନ୍ତୁ ଜାଣିବା କିଏ ସେହି ସିଙ୍ଗର ଏବଂ କେଉଁ ଗୀତଟି ରାଷ୍ଟ୍ରପତିଙ୍କ ମନକୁ ଛୁଇଁଛି ।

ଆପଣ ମାନେ ନିହାତି ଆମ ଓଡିଶାର ସିଙ୍ଗର ସରୋଜ ଜେନାଙ୍କୁ ଭଲ ଭାବରେ ଜାଣିଥିବେ । ସରୋଜ ଜେନାଙ୍କ ଗୀତ ହିଁ ଆମ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନକୁ ଛୁଇଁଛି । ଯାହାଫଳରେ ସେ ଭାବ ବିହ୍ଵଳ ହୋଇ ନିଜର ତାଙ୍କୁ କଲ କରି କଥା ହୋଇଥିଲେ ଏବଂ ତାଙ୍କର ପ୍ରଶଂସା କରିଥିଲେ । ଦ୍ରୌପଦୀ ମୁର୍ମୁ ହେବେ ଆମ ରାଷ୍ଟ୍ରପତି ସରୋଜା ଜେନା ଗାଇଥିବା ଏହି ଗୀତ ଆମ ଓଡିଶା ପାଇଁ ଏକ ଇତିହାସ ରଚିସାରିଛି ।

ସରୋଜଙ୍କ କହିବା ଅନୁଯାୟୀ ଓଡିଶାରୁ ଜଣେ ଯାଇ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହେବା ବହୁତ ବଡ କଥା । ତେଣୁ ଷ୍ଟୂଡିଓରେ ବସିଥିବା ସମୟରେ ହଠାତ ତାଙ୍କ ମନରେ ଆସିଥିଲା ଦ୍ରୌପଦୀ ମୁର୍ମୁଙ୍କୁ ଏକ ଗୀତ ଅଧାରରେ ସମ୍ବୋଧନ ଜଣାଇବା ପାଇଁ । ସେହି ଗୀତଟିକୁ ସୁନ୍ଦର ଭାବେ ପଦ ସଜାଡି ଲେଖିଥିଲେ ବିଭୁତି ସ୍ଵାଇଁ । ଏବଂ ସେହି ଗୀତଟିକୁ ସରୋଜ ଜେନା ନିଜର ସୁମଧୁର କଣ୍ଠରେ ଗାଇଥିଲେ ।

ଯାହା ଆଜି ସାରା ଓଡିଶାବାସୀଙ୍କ ହୃଦୟକୁ ଜିତିବା ସହ ମହାମହିମ ରାଷ୍ଟ୍ରପତିଙ୍କ ହୃଦୟଙ୍କୁ ମଧ୍ୟ ଛୁଇଁପାରିଛି । ଯାହା ସତରେ ଏକ ଗୌରବର କଥା ଅଟେ । ସରୋଜ କହିଛନ୍ତି କି ଯେତେବଳେ ସେ ଜାଣିଲେ କି ତାଙ୍କୁ ମହାମହିମ ରାଷ୍ଟ୍ରପତି ନିଜେ କଲ କରିଛନ୍ତି ସେ ସେତେବେଳେ ବସିଥିବା ସୋଫାରୁ ତଳକୁ ଗଳିପଡିଥିଲେ । ତାଙ୍କ ପାଇଁ ଏହା ଅବିଶ୍ଵସନୀୟ ଥିଲା । ତାଙ୍କ କହିବା ଅନୁଯାୟୀ ସରୋଜଙ୍କୁ ଦ୍ରୌପଦୀ ମୁର୍ମୁ ଅନେକ ଭଲ ପାଇବା ଦେଇଛନ୍ତି ।

ଭବିଷ୍ୟତରେ ଆଗକୁ ବଢିବାର ବାର୍ତ୍ତା ଦେଲେ ମହାମହିମ ରାଷ୍ଟ୍ରପତି । ସରୋଜଙ୍କ କହିବା ଅନୁଯାୟୀ ତାଙ୍କ 17 ବର୍ଷର ଗୀତ ଗାଇବାର ଯାହା ମିଳିନଥିଲା ତାଙ୍କୁ ଆଜି ତାହା ମିଳିଯାଇଛି । 17ବର୍ଷର ସିଙ୍ଗର କ୍ଯାରିଅର ଆଜି ତାଙ୍କର ସାର୍ଥକ ହେବାର କଥା ସେ କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button