ଦେଶ ବିଦେଶ

: ପ୍ରଭୁଙ୍କ ସହ, ପ୍ରଭୁଙ୍କ ପାଇଁ ବଞ୍ଚ, ପ୍ରଭୁମୟ ହୁଅ

୨୩ ନଭେମ୍ବର ସତ୍ୟସାଇବାବାଙ୍କର ଶୁଭ ଆବିର୍ଭାବ ଦିବସ। ବ୍ରିଟିଶ ଭାରତର ମାଡ଼୍ରାସ ପ୍ରେସିଡେନ୍‌ସି ଅନ୍ତର୍ଗତ ପୁଟ୍ଟପର୍ତ୍ତିଠାରେ ସେ ଜନ୍ମଗ୍ରହଣ କରିଥିଲେ। ତାହା ଏବେ ଅାନ୍ଧ୍ରପ୍ରଦେଶର ଅନ୍ତର୍ଭୁକ୍ତ।
ସତ୍ୟସାଇବାବାଙ୍କର ପିଲାଦିନର ନାମ ଥିଲା ରତ୍ନାକରମ୍‌ ସତ୍ୟନାରାୟଣ ରାଜୁ। ମାତ୍ର ୧୪ ବର୍ଷ ବୟସରେ ସେ ନିଜକୁ ଶିରିଡ଼ି ସାଇବାବାଙ୍କର ଅବତାର ରୂପେ ଘୋଷଣା କରିଥିଲେ। ସେହି ଉପାଖ୍ୟାନ ଅତ୍ୟନ୍ତ ‌େରାଚକ।

କିଂବଦନ୍ତି ଅନୁସାରେ, ଦିନେ ସେ ପରିବାର ଲୋକଙ୍କୁ ଶୂନ୍ୟରୁ ମିଠେଇ ସୃଷ୍ଟି କରି ଖୁଆଇଲେ। ଶୂନ୍ୟରୁ ଫୁଲ ସୃଷ୍ଟି କରିଦେଲେ। ତାହା ଦେଖି ତାଙ୍କର ପିତା ତାଙ୍କ ଉପରେ ଭୂତ ସବାର ହୋଇଛି ବୋଲି ଭାବିଲେ ଏବଂ ବେତମାଡ଼ର ଭୟ ଦେଖାଇ ‘ତୁମେ କିଏ?’ ବୋଲି ପଚାରିଲେ। ସେ କହିଲେ, ‘ମୁଁ ଶିରିଡ଼ି ସାଇବାବା’। ତା’ପରେ ଦିନେ, ‘ମୋତେ ମୋର ଭକ୍ତମାନେ ଡାକୁଛନ୍ତି, ମୋତେ ଯିବାକୁ ହେବ’ କହି ଘରଛାଡ଼ି ଚାଲିଗଲେ। ପରେ ସେ ‘ସତ୍ୟସାଇବାବା’ ନାମରେ ପ୍ରସିଦ୍ଧ ହେଲେ।

ସତ୍ୟସାଇବାବାଙ୍କର ଅନେକ ଅନୁଗାମୀ ଅଛନ୍ତି। ସେମାନଙ୍କ ନିମନ୍ତେ ତାଙ୍କର ଅନେକ ଦିବ୍ୟବାଣୀ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି- ‘‘ପ୍ରଭୁଙ୍କ ସହିତ ଜିଇବା ହେଉଛି ଶିକ୍ଷା; ପ୍ରଭୁଙ୍କ ପାଇଁ ଜିଇବା ହେଉଛି ସେବା ଏବଂ ପ୍ରଭୁମୟ ହୋଇ ଜିଇବା ହେଉଛି ବୋଧ। ଏଣୁ ପ୍ରଭୁଙ୍କ ସହ ଓ ପ୍ରଭୁଙ୍କ ପାଇଁ ବଞ୍ଚ, ପ୍ରଭୁମୟ ହୁଅ। ଯଦି ତୁମେ ପ୍ରଭୁଙ୍କ ପ୍ରତି ସଦାସର୍ବଦା ପୂର୍ଣ୍ଣ ବିଶ୍ବାସ ରଖିବ, ତେବେ ତୁମକୁ ତାଙ୍କର ଅନୁକମ୍ପା ଅବଶ୍ୟ ମିଳିବ। ସେହି ଅନୁକମ୍ପା ତୁମର କର୍ମର ଦୁଃଖ ଦୂର କରିଦେବ।’’ ସତ୍ୟସାଈବାବା ଜନ୍ମଗ୍ରହଣ କରିଥିଲେ ୧୯୨୬ ମସିହାରେ। ଆଉ‌ ଗୋଟିଏ ବର୍ଷ ପରେ ତାଙ୍କର ଜନ୍ମଶତବାର୍ଷିକୀ ପାଳିତ ହେବ। କିନ୍ତୁ ତାଙ୍କର ଏହିପରି ଅନେକ ଦିବ୍ୟବାଣୀ ବା ଦିବ୍ୟ ସନ୍ଦେଶ ଅଗଣିତ ଅନୁଗାମୀଙ୍କୁ ତାଙ୍କ ପ୍ରତି ସତତ ଆକର୍ଷିତ କରି ରଖିଥିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button