କେବଳ ୧ ମିନିଟରେ ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିଫୁଲା,ପାଇରିଆ ଭଲ ହେବ
ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଶରୀରରେ ଯଦି କୌଣସି ସ୍ଥାନରେ କୌଣସି ଅସୁବିଧା ରହିଥାଏ ତାହେଲେ ଆମର ମନ ସେହିଠାରେ ରହିଥାଏ, ଆଉ କୌଣସି କାର୍ଯ୍ୟ ରେ ମନ ଲାଗି ନ ଥାଏ |ବେଳେ ବେଳେ ଆମ ର ଶରୀର ରେ ଦାନ୍ତ ଜନିତ ସମସ୍ୟା ଦେଖା ଯାଇଥାଏ ଆଉ ଯେଉଁଥିପାଇଁ ଆମେ ଚିନ୍ତା ରେ ରହିଥାଉ ବୋଲି କୁହାଯାଉଛି | ତାହା ସହିତ ଦାନ୍ତ ରେ ପୋକ ଲାଗିଵା, ଦାନ୍ତ ମୂଳ ରେ ବିନ୍ଧା ହେବା, ରକ୍ତ ପଡିଵା ଓ ପାଇରିଆ ଭଳି ସମସ୍ୟା ପାଇଁ ଆମେ ମାନେ ଅନେକ ସମୟରେ ଚିନ୍ତା ରେ ମଧ୍ୟ ରହିଥାଉ | ତେବେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଏହି ଭଳି ସମସ୍ତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-ଲବଙ୍ଗ, ଫିଟିକିରି, ସୋରିଷ ତେଲ, ହଳଦୀ ଓ ଲୁଣ
ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-1- ପ୍ରଥମ ଉପଚାର ଟି କୁ ଆପଣ ମାନେ ଦାନ୍ତ ବିନ୍ଧା ଭଳି ସମସ୍ୟା ପାଇଁକି ବ୍ୟବହାର କରି ପାରିବେ | ତେବେ ସେଥିପାଇଁ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଗୋଟା ଲବଙ୍ଗ |ତେବେ ଆପଣ ମାନେ 5-10 ଟି ଲବଙ୍ଗ କୁ ନେଇକି ତାହାକୁ କୋଡେଇରେ ହାଲକା ଭାଜି ନେଲେ ଆଉ ତାହା ପରେ ସେହି ଲବଙ୍ଗ କୁ ଗୁଣ୍ଡ କରି ସେଥିରେ ଅଳ୍ପ ପାଣି ମିଶାଇ ରଖିବେ |ଆଉ ଦାନ୍ତ ବିନ୍ଧା ହେଉଥିବା ସ୍ଥାନରେ ଆପଣ ମାନେ ତୁଳା ସାହାଯ୍ୟ ରେ ଲଗାଇ ପରିବେ ଓ ସେଥିରୁ ମୁକ୍ତି ପାଇପାରିବେ |
2- ଦ୍ଵିତୀୟ ଉପଚାର ପାଇଁକି ଆପଣ ମାନଙ୍କର ଆବଶ୍ୟକ ପଡିବ ତାହା ହେଉଛି ଫିଟିକିରି | ଆପଣଅନେକ ଅଳ୍ପ ଫିଟିକିରି କୁ ନେଇକି ତାହାକୁ ଚୁର୍ଣ୍ଣ କରିଦେବେ ଆଉ ସେଥିରେ ଆପଣ ମାନେ ଅଳ୍ପ ସୋରିଷ ତେଲ ମଧ୍ୟ ମିଶାଇବେ ଓ ତାହା ପରେ ଫିଟିକିରି ତେଲ ରେ ମିଶିବା ପର୍ଯ୍ୟନ୍ତ ତାହାକୁ ମିଶାଇବେ ଓ ପରେ ସେହି ମିଶ୍ରଣ କୁ ତୁଳା ସାହାଯ୍ୟ ରେ ନେଇ ଆପଣ ମାନଙ୍କର ଦାନ୍ତ ରେ ପୋକ ଲାଗିଥିବା ସ୍ଥାନ ଯେଉଁଠି ଯନ୍ତ୍ରଣା ଅଧିକ ହୋଇଥାଏ ସେଠାରେ ଲଗାଇ ପାରିବେ |ଏହା ଛଡା ଆପଣ ମାନେ ଉଷୁମ ପାଣି ରେ ଅଳ୍ପ ଫିଟିକିରି ପକେଇ କୁଳି କରି ପାରିବେ |
3- ତୃତୀୟ ଉପଚାର କୁ ଆପଣ ମାନେ ଦାନ୍ତ ରେ ରକ୍ତ ବାହାରିବ ଵା ପାଇରିଆ ଭଳି ସମସ୍ୟା ଥିଲେ ବ୍ୟବହାର କରି ପରିବେ ବୋଲି କୁହାଯାଉଛି | ଆଉ ସେଥିପାଇଁ ଆପଣ ମାନଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ହଳଦୀ ଗୁଣ୍ଡ ଗୋଟିଏ ଚାମଚ ଓ ସେଥିରେ ଚୁମୁଟାଏ ଲୁଣ ଓ ସେଥିରେ ଆପଣ ସୋରିଷ ତେଲ କୁ ଦେଇ ଏକ ପେଷ୍ଟ ପ୍ରସ୍ତୁତ କରିବେ | ଆଉ ସେହି ପେଷ୍ଟ କୁ ଆଙ୍ଗୁଳି ସାହାଯ୍ୟ ରେ ନେଇ ଦାନ୍ତ ରେ ରକ୍ତ ବାହାରୁଥିବା ସ୍ଥାନ ରେ ଲଗାଇବେ ଓ ବ୍ରସ କରିବେ 4-5 ମିନିଟ ବୋଲି କୁହାଯାଉଛି | ତେବେ ଏହା ଥିଲା ଦାନ୍ତ ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |