ପ୍ରିୟଙ୍କା ଗାନ୍ଧି ବାରାଣାସୀରୁ ମୋଦୀଙ୍କ ବିରୋଧରେ ଲଢିଲେ ନିଶ୍ଚୟ ଜିତିବେ : ଶିବସେନା ସାଂସଦ – Utkal Mail
ନୂଆଦିଲ୍ଲୀ : ଶିବସେନା (ଉଦ୍ଧବଗୋଷ୍ଠୀ) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଶନିବାର କହିଛନ୍ତି ଯେ ଯଦି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନରେ ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢନ୍ତି, ତେବେ ସେ ନିଶ୍ଚିତ ଜିତିବେ। ସେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ଫ୍ରଣ୍ଟଫୁଟରେ ରହିଛି। ଏହି ଆସନ ପାଇଁ କିଏ ସବୁଠାରୁ ଉପଯୁକ୍ତ ସେ ନେଇ ମେଣ୍ଟ ଆଲୋଚନା କରିବ। ଯଦି ପ୍ରିୟଙ୍କା ଗାନ୍ଧି ବାରଣାସୀରୁ ଲୋକସଭା ନିର୍ବାଚନ ଲଢ଼ିବେ, ତେବେ ସେ ଜିତିବେ। ସେହିପରି ରାହୁଲ ଗାନ୍ଧି ମଧ୍ୟ ଯଦି ଆମେଥିରୁ ଲଢନ୍ତି ତେବେ ସେ ବି ଜିତିପାରିବେ ।
ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଦେଶର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଜନସାଧାରଣ ଅବଗତ ଅଛନ୍ତି । ଏଣୁ ଚଳିତ ବର୍ଷ ଥିଲା ଲାଲକିଲ୍ଲାରୁ ମୋଦୀଙ୍କ ଶେଷ ଭାଷଣ ଓ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଇଣ୍ଡିଆ ମେଣ୍ଟରୁ ନିର୍ବାଚିତ ହେବେ ।
ମୁଦ୍ରାସ୍ଫୀତି ହେଉ, ବେକାରୀ ହେଉ, କୃଷକଙ୍କ ଦୁର୍ଦ୍ଦଶା ହେଉ କିମ୍ବା ମହିଳାଙ୍କ ଉପରେ ଅତ୍ୟାଚାର ସବୁ ବଢ଼ିଛି ଏବଂ ଲୋକମାନେ ଏହାକୁ ଦେଖୁଛନ୍ତି ଏବଂ ସେମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଲାଲକିଲ୍ଲାରୁ ଏହା ତାଙ୍କର (ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ) ଶେଷ ଭାଷଣ ଥିଲା ଏବଂ ଆସନ୍ତା ବର୍ଷ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଆସି ଦେଶକୁ ଆଗକୁ ନେବେ।