ରାଜନୀତି

ହିମାଚଳରେ ​​ପରାଜୟ ସ୍ବୀକାର କଲା ବିଜେପି, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଦେବେ ଇସ୍ତଫା

ଶିମଲା: ହିମାଚଳ ପ୍ରଦେଶରେ ​​ପରାଜୟ ସ୍ବୀକାର କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଜନାଦେଶକୁ ଗ୍ରହଣ କରିବା ସହ ବିଜୟ ପାଇଁ କଂଗ୍ରେସକୁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେବାକୁ ଯାଇଛନ୍ତି ବୋଲି କହିଛନ୍ତି ଜୟରାମ ଠାକୁର ।

ସେ କହିଛନ୍ତି ଯେ ମୁଁ ଲୋକଙ୍କ ଜନାଦେଶକୁ ସମ୍ମାନ କରେ । ପାଞ୍ଚ ବର୍ଷ ପାଇଁ ହିମାଚଳ ପ୍ରଦେଶର ସେବା କରିବାର ସୁଯୋଗ ପାଇଥିବାରୁ ରାଜ୍ୟର ଲୋକଙ୍କୁ ମୁଁ କୃତଜ୍ଞତା ଜଣାଉଛି ।

“ବିରୋଧୀ ଦଳ କ୍ଷମତା ହାସଲ କରିଵା ସମ୍ଭାବନା ପାଖେଇ ଆସୁଛି ଏବଂ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ହିମାଚଳ ପ୍ରଦେଶର ସମସ୍ତ ଲୋକଙ୍କୁ ବିଶେଷ କରି ଭୋଟରଙ୍କୁ ଅଭିନନ୍ଦନ ଜଣାଉଛି କାରଣ ସେମାନେ ନିର୍ବାଚନ ପ୍ରକ୍ରିୟାରେ ବହୁତ ସହଯୋଗ କରିଛନ୍ତି ବୋଲି ଜୟରାମ ଠାକୁର କହିଛନ୍ତି ।

ହିମାଚଳ ପ୍ରଦେଶରେ ବିଜୟ ସତ୍ତ୍ବେ କଂଗ୍ରେସର ଆଶଙ୍କା ଯେ ଏହାର ବିଧାୟକମାନେ ଘୋଡ଼ା ବେପାରର ଶିକାର ହୋଇପାରନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଏନେଇ ଆଶଙ୍କା ପ୍ରକାଶ କରି କହିଥିଲେ ଯେ ବିଜେପି କିଛି ବି କରିପାରିବ।

ଯେତେବେଳେ କଂଗ୍ରେସର ଏଭଳି ଆଶଙ୍କା ବିଷୟରେ ସାମ୍ବାଦିକମାନେ ଜୟରାମ ଠାକୁରଙ୍କୁ ପଚାରିଥିଲେ ସେ କହିଥିଲେ, ଯେଉଁ ଜନମତ ସେମାନେ ପାଇଛନ୍ତି ତାହାକୁ ସୁରକ୍ଷିତ ରଖିବା ତାଙ୍କ (କଂଗ୍ରେସ) କାମ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button