ଦେଶ ବିଦେଶ

ଡିସେମ୍ବରରେ ବେକାରୀ ହାର ୮.୩% ବୃଦ୍ଧି, ୧୬ ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ବେକାରୀ ହାର କ୍ରମାଗତ ବଢ଼ିବାରେ ଲାଗିଛି । ଡିସେମ୍ବର ମାସରେ ଭାରତରେ ବେକାରୀ ହାର ୮.୩ ପ୍ରତିଶତ ବୃଦ୍ଧି ପାଇଛି। ଗତ ୧୬ ମାସ ମଧ୍ୟରେ ଏହା ସର୍ବାଧିକ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ) ଦ୍ୱାରା ଜାରି ତଥ୍ୟରୁ ଏହା ଜଣାପଡ଼ିଛି । ଗତ ମାସରେ ଅର୍ଥାତ୍ ନଭେମ୍ବର ୨୦୨୨ ରେ ଏହି ସଂଖ୍ୟା ୮ ପ୍ରତିଶତ ଥିଲା । ତଥ୍ୟ ଅନୁଯାୟୀ, ସହରାଞ୍ଚଳରେ ବେକାରୀ ହାର ଡିସେମ୍ବର ମାସରେ ୧୦.୦୯ ପ୍ରତିଶତ ଛୁଇଁଥିଲା, ଯାହା ପୂର୍ବ ମାସରେ ୮.୯୬ ପ୍ରତିଶତ ଥିଲା। ଅପରପକ୍ଷରେ ଗ୍ରାମାଞ୍ଚଳରେ ବେକାରୀ ହାର ୭.୫୫ ପ୍ରତିଶତରୁ ୭.୪୪ ପ୍ରତିଶତକୁ ହ୍ରାସ ପାଇଛି।

ସିଏମ୍ଆଇଇ ପରିଚାଳନା ନିର୍ଦ୍ଦେଶକ ମହେଶ ଭାୟା କହିଛନ୍ତି ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡିସେମ୍ବର ମାସରେ ନିଯୁକ୍ତି ମଧ୍ୟ ବଢ଼ିଛି । ଡିସେମ୍ବରରେ ନିଯୁକ୍ତି ହାର ୩୭.୧ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଜାନୁୟାରୀ ୨୦୨୨ ପରେ ସର୍ବାଧିକ।

୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ଉଚ୍ଚ ମୁଦ୍ରାସ୍ଫୀତି ଦର ଉପରେ ଲଗାମ ଏବଂ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। ମୂଲ୍ୟ ବୃଦ୍ଧି, ବେକାରୀ ଏବଂ “ବିଭାଜନକାରୀ ରାଜନୀତି” ଭଳି ପ୍ରସଙ୍ଗରେ କଂଗ୍ରେସ ‘ଭାରତ ଯୋଡୋ’ ଯାତ୍ରା ଚାଲିଥିବା ବେଳେ ବିଜେପି ନେତୃତ୍ଵାଧୀନ ସରକାର ଉପରେ ଚାପ ବଢ଼ିବାରେ ଲାଗିଛି ।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଇଇ) ର ତଥ୍ୟ ଅନୁଯାୟୀ, ଡିସେମ୍ବର ମାସରେ ହରିୟାଣାରେ ବେକାରୀ ହାର ସର୍ବାଧିକ ୩୭.୪ ପ୍ରତିଶତ ଥିବାବେଳେ ରାଜସ୍ଥାନ ୨୮.୫ ପ୍ରତିଶତ ଏବଂ ଦିଲ୍ଲୀରେ ୨୦.୮ ପ୍ରତିଶତ ରହିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button