ଓଡିଶା

ମିଲେଟ୍‌ ମିଶନ୍‌ ଓ ମିଶନ୍‌ ଶକ୍ତି ମିଳିତ ବିକ୍ରୟ କେନ୍ଦ୍ର ଉଦଘାଟିତ

ଛତ୍ରପୁର: ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ଶସ୍ୟ ଜାତୀୟ ଖାଦ୍ୟ ସାମଗ୍ରୀ ବିକ୍ରି ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ୍‌ ଓ ମିଶନ୍‌ ଶକ୍ତି ମିଳିତ ଉଦ୍ୟମରେ ଏକ ବିକ୍ରୟ କେନ୍ଦ୍ର ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଏହାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉଦ୍‌ଘାଟନ କରିଛନ୍ତି। ଏଠାରେ ମାଣ୍ଡିଆ ଭଳି ଶସ୍ୟରୁ ପ୍ରସ୍ତୁତ ସୁଆଦିଆ ଓ ସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥ ସମେତ ମିଶନ୍‌ ଶକ୍ତି ଅନ୍ତର୍ଗତ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଅନ୍ୟାନ୍ୟ ସାମଗ୍ରୀ ମଧ୍ଯ ବିକ୍ରି ନିମନ୍ତେ ଉପଲବ୍ଧ ହେବ। କ୍ୟାଲସିୟମ୍‌, ପ୍ରୋଟିନ୍‌, ଆମିନୋ ଏସିଡ୍‌, ଭିଟାମିନ-ଏ, ଭିଟାମିନ୍‌-ବି ତଥା ଫସଫରସ୍‌ ଯୁକ୍ତ ଫିଙ୍ଗର ମିଲେଟ୍‌ (ମାଣ୍ଡିଆ), ଫକ୍ସଟେଲ୍‌ ମିଲେଟ୍‌ (କାଙ୍ଗୁ), ଲିଟିଲ୍‌ ମିଲେଟ୍‌ (ସୁଆଁ/ କୋଶଳା), ଫାଇବର୍‌ ଯୁକ୍ତ ଜଓ୍ବାର ମିଲେଟ୍‌ (ଜହ୍ନା) ଆଦି ଖାଦ୍ୟପଦାର୍ଥ ଏଠାରେ ବିକ୍ରୟ କରାଯିବ। ଏହି ଅବସରରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍‌, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button