କ୍ରୀଡା

ପୁଣି ପଡ଼ିଆରେ ପଶିଲେ ଜାର୍ଭୋ – Utkal Mail


ଚେନ୍ନାଇ: ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବେଳେ ଅଭ୍ୟାସଗତ ଭାବେ ପଡ଼ିଆ ଭିତରେ ପଶୁଥିବା ଇଂଲଣ୍ଡର ଲୋକପ୍ରିୟ ୟୁ-ଟ୍ୟୁବର୍‌ ଡାନିଏଲ୍ ଜାର୍ଭିସ୍ ଓରଫ ଜାର୍ଭୋଙ୍କ ପୁରୁଣା ‌ଖୋଇ ଚଳିତ ବିଶ୍ବକପ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ରବିବାରର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ର କଡ଼ା ସୁରକ୍ଷା ବଳୟ ମଧ୍ୟ ତାଙ୍କୁ ଏଭଳି କରିବାରୁ ରୋକିପାରିନାହିଁ। ଗତ ବିଶ୍ବକପ୍‌ (୨୦୧୫)ରେ ଭାରତର ତିନିଟି ମ୍ୟାଚ୍‌ରେ ପଡ଼ିଆ ଭିତରକୁ ଅଚାନକ ପ୍ରବେଶ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଜାର୍ଭି ଆଜି ମଧ୍ୟ ଏକଥା ଦୋହରାଇଥିଲେ। ଚେପକ୍‌ ପଡ଼ିଆ ଭିତରେ ଅତର୍କିତ ଭାବେ ପ୍ରବେଶ କରି ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ସହ କଥାବାର୍ତ୍ତା କରିବା ଆରମ୍ଭ କରି ଦେଇଥିଲେ। କୋହଲି ଏଥିନେଇ ବେଶ୍ ଅସନ୍ତୁଷ୍ଟ ଥିବା ତାଙ୍କ ହାବଭାବରୁ ସ୍ପଷ୍ଟ ବାରି ହେଉଥିଲା। ସେପଟେ ପଡ଼ିଆ ଭିତରେ ଜାର୍ଭୋଙ୍କ ଆକସ୍ମିକ ଆବିର୍ଭାବର ଫଟୋ କ୍ଷଣକ ଭିତରେ ଭାଇରାଲ ହୋଇଯାଇଥିଲା। ଏହା ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button