ଓଜନ ସହ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ କଦଳୀ ଚା’, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣମାନେ ତ ନିଶ୍ଚିନ୍ତ କଦଳୀ ଖାଥିବେ କିନ୍ତୁ କଣ କେବେ କଦଳୀରେ ପ୍ରସ୍ତୁତ ଚା’ ପିଇଛନ୍ତି? ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ, ପୋଟାସିୟମ, ଲ୍ୟୁଟିନ, ମ୍ୟାଗ୍ନେସିୟମ ଏବଂ ଫାଇବରରେ ଭରପୁର କଦଳୀ ଚା’ କେବଳ ଓଜନ କମାଇନଥାଏ ବରଂ ଏହାଦ୍ୱାରା ହୃଦ ରୋଗ ସମ୍ବନ୍ଧିୟ ସମସ୍ୟା ମଧ୍ୟ କମ ହୋଇଥାଏ। ଏହି ଚା’ ରେ ଗ୍ରୀନ ଟି ପରି ଅନେକ ଲାଭକାରୀ ଗୁଣ ଭରି ରହିଛି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କଦଳୀ ଚା’ ପ୍ରସ୍ତୁତ କରିବାର ଉପାୟ ଏବଂ ଏହି ଚା’ ପିଇବାର ଜବରଦସ୍ତ ଫାଇଦା ସମ୍ପର୍କରେ।
କଦଳୀ ପ୍ରସ୍ତୁତ କରିବାର ୨ଟି ଉପାୟ:
ପ୍ରଥମ ଉପାୟ
ସର୍ବପ୍ରଥମେ ୨ ରୁ ୩ କପ୍ ପାଣି ଫୁଟାନ୍ତୁ। ଏବେ ସେଥିରେ ଏକ ପାଚିଲା କଦଳୀ ଚୋପା ବାହାର କରି ପକାଇ ଦିଅନ୍ତୁ। ଏହାକୁ ୫ ରୁ ୧୦ ମିନିଟ୍ ଅଳ୍ପ ଆଞ୍ଚରେ ରଖନ୍ତୁ। ଏହାପରେ ସେଥିରେ ଡାଲଚିନି କିମ୍ବା ମହୁ ମିଶାଇ ପିଅନ୍ତୁ।
ଦ୍ୱିତୀୟ ଉପାୟ
ପ୍ୟାନରେ ୧କପ ପାଣି ଫୁଟାନ୍ତୁ। ଏହାପରେ କଦଳୀକୁ ଧୋଇ ଚୋପା ସହ ପାଣିରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ରଖନ୍ତୁ। ଏବେ ଏହାକୁ ଛାଣି ସେଥିରେ ଡାଲଚିନି ଏବଂ ମହୁ ମିଶାଇ ସେବନ କରନ୍ତୁ। ଏହି ଚା’ ସକାଳର ଜଳଖିଆରେ ନିଶ୍ଚିନ୍ତ ସେବନ କରନ୍ତୁ।
ଜାଣନ୍ତୁ କଦଳୀ ଚା’ ପିଇବାର ଜବରଦସ୍ତ ଫାଇଦା ସମ୍ପର୍କରେ:
-କଦଳୀ ଚା’ରେ ମେଟାବଲିଜ୍ମ ବୃଦ୍ଧି କରିଥାଏ, ଯାହାଦ୍ୱାରା ଫ୍ୟାଟ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ। ଏହି ଚା’ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରଖିଥାଏ ଏବଂ ଭୋକ କମ କରିଥାଏ। ଏଥିରେ ସେରୋଟୋନିନ, ଡୋପାମାଇନ ଏବଂ ଟ୍ରିପ୍ଟୋଫାନ ରହିଥାଏ, ଯାହା ଭୋକକୁ ନିୟନ୍ତ୍ରଣରେ ରଖିଥାଏ।
-ପୋଟାସିୟମରେ ଭରପୂର ଏହି ଚା’ ଉଚ୍ଚ ରକ୍ତଚାପ କମ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଏହି ଚା’ ରକ୍ତ ବାହିକା ଏବଂ ଧମନୀ ଉପରେ ପଡୁଥିବା ଯନ୍ତ୍ରଣାକୁ କମ କରିବା ସହ ହୃଦ ରୋଗର ଭୟ ମଧ୍ୟ ଦୂର କରିଥାଏ।
-ସେରୋଟୋନିନ, ଡୋପାମାଇନ ଏବଂ ଟ୍ରିପ୍ଟୋଫାନରେ ଭରପୁର ଏହି ଚା’ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ। ପ୍ରତ୍ୟେକ ଦିନ ୧ କପ କଦଳୀ ଚା’ ପିଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିବା ସହ ଅଲ୍ଜାଇମର ସମସ୍ୟା ମଧ୍ୟ କମ ହୋଇଥାଏ।
-ଏଥିସହ ପ୍ରତ୍ୟେକ ଦିନ,ଡି ଚା’ ୧କପ ପିଇବା ଦ୍ୱାରା ଶରୀରରେ ଇମ୍ୟୁନ ସିଷ୍ଟମ ବୁଷ୍ଟ ହୋଇଥାଏ, ଯାହାଦ୍ୱାରା ଆପଣଙ୍କ ଶରୀରରେ ତଣ୍ଡା, କାଶ, ଇନଫେକ୍ସନ ସହ ଅନ୍ୟାନ୍ୟ ରୋଗ ଦୂର ହୋଇଥାଏ।
-କଦଳୀରେ କାର୍ବୋହାଇଡ୍ରେଟ ଏବଂ ସୁଗାରର ମାତ୍ରା ଅଧିକ ରହିଥାଏ। ଏହିକାରଣରୁ ଶରୀରରେ ସୁଗାରର ସ୍ତର ଅଧିକ ବଢିଯାଇଥାଏ, ଯାହା ଡାଇବେଟିଜ୍ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
-ଏହାବ୍ୟତୀତ ଯେଉଁ ଲୋକମାନଙ୍କ କିଡନୀ ସମସ୍ୟା ଯେପରି ଷ୍ଟୋନ କିମ୍ବା ଅନ୍ୟ କୌଣସି ସମସ୍ୟା ରହିଥାଏ ତେବେ ସେହି ଲୋକମାନେ କଦଳୀ ଚା’ ସେବନ କରନ୍ତୁ ନାହିଁ।


