ଦେଶ ବିଦେଶ

ସମୁଦ୍ରଯାନ ପ୍ରକଳ୍ପ: ବଙ୍ଗୋପସାଗରର ୬୦୦୦ ମିଟର୍‌ ଗଭୀରକୁ ଯିବ କ୍ଷୁଦ୍ର ବୁଡ଼ାଜାହାଜ ‘ମତ୍ସ୍ୟ’ – Utkal Mail


ନୂଆଦିଲ୍ଲୀ: ମୂଲ୍ୟବାନ୍‌ ଧାତୁ ଏବଂ ‘କୋବାଲ୍‌ଟ୍‌, ନିକେଲ୍‌ ଓ ମାଙ୍ଗାନିଜ୍‌ ଭଳି ଖଣିଜ ପଦାର୍ଥର ସନ୍ଧାନ ନିମନ୍ତେ ଭାରତୀୟ ବୈଜ୍ଞାନିକମାନେ ‘ସମୁଦ୍ରଯାନ ପ୍ରକଳ୍ପ’ରେ ବଙ୍ଗୋପସାଗରର ୬୦୦୦ ମିଟର୍‌ ଗଭୀରକୁ ‘ମତ୍ସ୍ୟ’ ନାମକ କ୍ଷୁଦ୍ର ବୁଡ଼ାଜାହାଜ ପଠାଇବ। ଏଥିରେ ୩ଜଣ ଲୋକ ଯିବେ।

ସ୍ବଦେଶୀ ଜ୍ଞାନକୌଶଳରେ ୨ ବର୍ଷ ହେଲା ନିର୍ମାଣ ଚାଲିଥିବା ‘ମତ୍ସ୍ୟ ୬୦୦୦’ର ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ୨୦୨୪ ପ୍ରାରମ୍ଭରେ ଚେନ୍ନାଇ ଉପକୂଳ ଅନ୍ତର୍ଗତ ବଙ୍ଗୋପସାଗରରେ କରାଯିବ।

‘ଟାଇଟାନିକ୍‌’ ଭଗ୍ନାଂଶ ପରିଦର୍ଶନ କରାଇବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଇଥିବା କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ ସଙ୍କୁଚିତ ହୋଇ ଫାଟିବା ଘଟଣା ପରେ ସମ୍ପ୍ରତି ବୈଜ୍ଞାନିକମାନେ ‘ମତ୍ସ୍ୟ’ର ଡିଜାଇନ୍‌କୁ ଭଲଭାବେ ନିରୀକ୍ଷଣ କରୁଛନ୍ତି।

Image Courtesy of ABP

‘ମତ୍ସ୍ୟ ୬୦୦୦’କୁ ନିର୍ମାଣ କରିଥିବା ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ୍‌ ଟେକ୍ନୋଲୋଜି’ର (ନିଅଟ୍‌) ବୈଜ୍ଞାନିକମାନେ ଏହାର ଡିଜାଇନ୍‌, ନିର୍ମାଣରେ ବ୍ୟବହୃତ ସାମଗ୍ରୀ, ପରୀକ୍ଷା, ପ୍ରାମାଣିକତା ଆଦି ସମୀକ୍ଷା କରିଛନ୍ତି।

ପୃଥ୍ବୀ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍‌. ରବିଚନ୍ଦ୍ରନ୍‌ କହିଛନ୍ତି, ‘ଗଭୀର ସମୁଦ୍ର ଅଭିଯାନ’ର ଅଂଶ ଭାବେ ‘ସମୁଦ୍ରଯାନ ଅଭିଯାନ’ ଚାଲିଛି। ୨୦୨୪ର ପ୍ରଥମ ୩ ମାସ ମଧ୍ୟରେ ଆମେ ୫୦୦ ମିଟର୍‌ ଗଭୀର ସମୁଦ୍ରରେ ଏହାର ପ୍ରଥମ ସାମୁଦ୍ରିକ ପରୀକ୍ଷଣ କରିବୁ।

୨୦୨୬ରେ ଏହି ଅଭିଯାନ ସାକାର ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, କେବଳ ଆମେରିକା, ରୁଷ୍‌, ଜାପାନ, ଫ୍ରାନ୍ସ୍‌ ଓ ଚୀନ୍‌ ମାନବ ଯାତ୍ରା କରିପାରୁଥିବା ଏହି ଧରଣର କ୍ଷୁଦ୍ର ବୁଡ଼ାଜାହାଜ ନିର୍ମାଣ କରିବାରେ ସମର୍ଥ ହୋଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button