ସ୍ଵାମୀ ଙ୍କ ଠାରୁ ମିଳିଲା ଧୋକା ତ UPSC ଅଫିସର ହେଇ ଏମିତି ଦେଲେ ଜବାବ- Inspiring IAS Story

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ କେବଳ ଏବେ ନୁହେଁ ବହୁତ ପୁରାତନ କାଳ ରୁ ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆ ଯାଇନାହିଁ । ପୁରୁଷ ମାନେ ନାତି ଉପରେ ଅ-ତ୍ୟା-ଚା-ର କରି ଆସିଛନ୍ତି । କାରଣ ପୁରୁଷ ମାନେ ସର୍ବଦା ନାରୀ କୁ ଅବଳା ଦୁର୍ବଳା ଭାବିଥାନ୍ତି ।
ସେହିପରି ବର୍ତ୍ତମାନ ସମୟ ରେ ମଧ୍ୟ ନାରୀ ମାନଙ୍କ ଉପରେ ବିଭିନ୍ନ ପ୍ରକାର ଅ-ତ୍ୟା-ଚା-ର, ଶୋ-ଷ-ଣ କରାଯାଉଛି । ତେଣୁ ଅନେକ ଲୋକ ଝିଅ ଜନ୍ମ କରିବା ପାଇଁ ମଧ୍ୟ ଡ଼ରୁଛନ୍ତି । ଅନେକ ଲୋକ କନ୍ୟା ଭ୍ରୁ-ଣ କୁ ନ-ଷ୍ଟ କରିଦେଇଥାନ୍ତି । ନାରୀ ମାନେ ମାନସିକ ସ୍ତର ରେ ବହୁତ ସବଳ ହେଲେ ମଧ୍ୟ ଶାରୀରିକ ସ୍ତର ରେ ଅଳ୍ପ ଦୁର୍ବଳ ହୋଇଥାଆନ୍ତି । ତେଣୁ ଅନେକ ପୁରୁଷ ଏହାର ଫାଇଦା ଉଠାଇ ନାରୀ ମାନଙ୍କ ଉପରେ ଶୋ-ଷ-ଣ କରିଥାନ୍ତି ।

ବର୍ତ୍ତମାନ ମଧ୍ୟ ସେହିପରି ଏଜ ଘଟଣା ଦେଖିବାକୁ ମିଳିଛି । ବିବାହ ପରେ ଜଣେ ପତି ନିଜ ପତ୍ନୀ ଙ୍କୁ ଧୋ-କା ଦେଇ ଛାଡି ଚାଲିଯାଇଥିଲେ କିନ୍ତୁ ପତ୍ନୀ ଜଣଙ୍କ ଆଇ ଏ ଏସ ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ ପତି ଙ୍କୁ ଜବାବ ଦେଇଥିଲେ ।
ବନ୍ଧୁଗଣ ଆମେ ଯେଉଁ ମହିୟସୀ ନାରୀ ଙ୍କ ବିଷୟ ରେ କଥା ହେଉଛୁ ତାଙ୍କ ନାମ ହେଉଛି କୋମଳ ଗଣାତ୍ରା । ସେ ଜଣେ ଆଇ ଏ ଏସ ଅଫିସର ଅଟନ୍ତି । ସେ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରାଳୟ ରେ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ତାଙ୍କ ପିତା ଜଣେ ଶିକ୍ଷକ ଅଟନ୍ତି । ସେ ନିଜ ମାତୃଭାଷା ଅର୍ଥାତ ଗୁଜୁରାଟୀ ମିଡିୟମ ରେ ପାଠ ପଢିଥିଲେ ଓ ସେହି ଭାଷା ରେ ହିଁ ୟୁପିଏସସି ପରୀକ୍ଷା ଦେଇ ଟପ କରିଥିଲେ ।

ତାଙ୍କ ଘରେ ପୁଅ ଝିଅ ଙ୍କୁ ନେଇ କୌଣସି ଭେଦ ଭାବ ନ ଥିଲା । ଯାହା ଦ୍ୱାରା ତାଙ୍କୁ ମଧ୍ୟ ପାଠ ପଢିବା ପାଇଁ ପ୍ରେରଣା ଦିଆଯାଇଥିଲା । ସେ ପ୍ରଥମେ ଏକ ହଜାର ଟଙ୍କା ଦରମା ରେ ଗୋଟିଏ ବିଦ୍ୟାଳୟ ରେ ଶିକ୍ଷକ ଭାବରେ ପାଠ ପଢ଼ାଉଥିଲେ । ସେହି ସମୟ ରେ ସେ ଚାକିରୀ ପାଇଁ ପ୍ରସ୍ତୁତ ହୋଇଥିଲେ ।
ସେହି ସମୟ ରେ ତାଙ୍କ ବିବାହ ଜଣେ ଏନ ଆର ଆଇ ଙ୍କ ସହିତ ହୋଇଥିଲା । ସେ ତାଙ୍କୁ ୟୁପିଏସସି ର ଇଣ୍ଟରଭ୍ୟୁ ଦେବା ପାଇଁ ମନା କରିଥିଲେ । ସେ ତାଙ୍କ ଇଚ୍ଛା କୁ ସମ୍ମାନ ଜଣାଇ ତାଙ୍କ ସ୍ୱପ୍ନ କୁ ଅଧା ବାଟ ରେ ଛାଡି ଦେଇଥିଲେ । କାରଣ ସେ ତାଙ୍କୁ ବହୁତ ଭଲ ପାଉଥିଲେ । ବିବାହ ର ୧୫ଦିନ ପରେ ତାଙ୍କ ପତି ନ୍ୟୁଜଲ୍ୟାଣ୍ଡ ଚାଲି ଯାଇଥିଲେ ।

ଏହାପରେ ସେ କେବେ ହେଲେ ଥରେ ମଧ୍ୟ ତାଙ୍କ ପାଖକୁ ଆସି ନ ଥିଲେ କିମ୍ବା ତାଙ୍କୁ ଫୋନ ମଧ୍ୟ କରି ନ ଥିଲେ । ସେତେବେଳେ ତାଙ୍କୁ ବହୁତ ବଡ଼ ଝ-ଟ-କା ଲାଗିଥିଲା । ଏହା ପରେ ସେ ଭାବିଲେ ଯେ ତାଙ୍କୁ ତାଙ୍କ ଲକ୍ଷ୍ୟ କୁ ପୂରଣ କରିବାକୁ ହେବ । ଯାହା ଦ୍ୱାରା ସେ ନିଜ ପତି ଙ୍କୁ ମଧ୍ୟ ଉଚିତ ଜବାବ ଦେଇପାରିବେ । ଏହିପରି ଏକ ଦୁଃଖଦ ପରିସ୍ଥିତି ରେ ରହି ମଧ୍ୟ ସେ କେବେ ଭାଙ୍ଗି ପଡି ନ ଥିଲେ ।

ସେ ବୁଝିପାରିଥିଲେ ଯେ ତାଙ୍କୁ ବର୍ତ୍ତମାନ ତାଙ୍କ ସ୍ୱପ୍ନ ପୁରା କରିବା ପାଇଁ ସମୟ ମିଳିଯାଇଛି । ଏହା ପରେ ସେ ବହୁତ ଦୁଃଖ କଷ୍ଟ ରେ ୟୁପିଏସସି ପରୀକ୍ଷା ଦେଇଥିଲେ ଓ ସେଥିରେ ସଫଳ ଭାବରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ନିଜ ପତି ଙ୍କ ସହିତ ସମସ୍ତ ସମାଜ କୁ ମଧ୍ୟ ଉଚିତ ଜବାବ ଦେଇଥିଲେ ।



