ବିଚାର

ଲାଇଫରେ ଯଦି କେବେ ବି ହାରିବାକୁ ଚାହାନ୍ତିନାହିଁ , ତେବେ ମା ଦୂର୍ଗାଙ୍କଠୁ ନିଶ୍ଚିତ ଶିଖନ୍ତୁ ଏହି ୫ ଟି କଥା

ନବରାତ୍ରି ସମୟରେ ମାତା ଦୂର୍ଗାଙ୍କର ସମସ୍ତ ରୂପର ପୂଜା ଅର୍ଚ୍ଚନା କରାଯାଇଥାଏ । ମାତା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ପୂଜା ଅର୍ଚ୍ଚନା କରିଥାନ୍ତି । ନବରାତ୍ରିରେ ମାତା ଦୂର୍ଗାଙ୍କର ଭକ୍ତମାନେ ପୁରା ୯ ଦିନର ବ୍ରତ ରଖନ୍ତି, ଯାହା ଦ୍ଵାରା ସମସ୍ତଙ୍କର ମନୋକାମନା ପୁରା ହୋଇଥାଏ । ଏମିତିରେ ଯଦି ମହିଳାମାନେ ଚାହାନ୍ତି କି ସେମାନେ ନିଜ ଜୀବନର ସମସ୍ତ କଷ୍ଟ ସହିତ ସହଜରେ ଲଢି ପାରିବେ,

ତେବେ ତାଙ୍କୁ ମାତା ଦୂର୍ଗାଙ୍କ ବିଷୟରେ ତଳେ କୁହାଯାଇଥିବା କଥାରୁ କିଛି ଶିଖିବା ଦରକାର ।

ଶିଖିବା ପାଇଁ ଇଚ୍ଛା

ମାତା ଦୂର୍ଗାଙ୍କ ଭିତରେ ବ୍ରହ୍ମା, ବିଷ୍ଣୁ ଓ ମହେଶ ତିନି ଶକ୍ତି ଅଛି । ଏତିକି ନୁହେଁ ନିଜ ଶକ୍ତିର ସଠିକ ବ୍ୟବହାର କରିବା ପାଇଁ ମାତା ଦୂର୍ଗା ସର୍ବଦା ପ୍ରୟାସ କରନ୍ତି, ସେଥିପାଇଁ ମହିଳାଙ୍କୁ ବି ନିଜ ଜୀବନରେ ଆଗକୁ ବଢିବା ପାଇଁ ସବୁବେଳେ ପ୍ରୟାସ କରିବା ଆବଶ୍ୟକ ।

ନୀଡର ରହିବା

ନିଜ ଜୀବନରେ ମହିଳାଙ୍କୁ ମାତା ଦୂର୍ଗାଙ୍କ ଭଳି ନୀଡର ରହିବା ଦରକାର । ଯେଉଁଥି ପାଇଁ ତାଙ୍କୁ ମାତା ଦୂର୍ଗାଙ୍କ ଠାରୁ ବିଶ୍ଵାସ ଓ ନିଡରତା ଶିଖିବା ଦରକାର । ଯଦି ମହିଳାମାନେ ନୀଡର ହୋଇ ନିଜ ଜୀବନକୁ ବ୍ୟତିତ କରିବେ, ତେବେ ତାଙ୍କୁ ଜୀବନରେ କୌଣସି ପ୍ରକାରର ସମସ୍ୟା ଆସିବ ନାହିଁ

ମଲ୍ଟି ଟ୍ୟାଲେଂଟେଡ ହେବା

ଦୂର୍ଗାଙ୍କର ଆଠ ହାତ ଏହା ସଂକେତ ଦେଇଥାଏ କି ସମସ୍ତ ମହିଳାଙ୍କୁ ମଲ୍ଟିଟ୍ୟାଲେଂଟେଡ ହେବା ଦରକାର । ଯଦି ଆପଣ ନିଜ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି ତେବେ ମଲ୍ଟିଟ୍ୟାଲେଂଟେଡ ହୁଅନ୍ତୁ ।

ଲକ୍ଷ ନିର୍ଦ୍ଧାରିତ କରନ୍ତୁ

ମାତା ଦୂର୍ଗା କେବେ ବି ବିନା ଲକ୍ଷରେ କୌଣସି କାମ କରନ୍ତି ନାହିଁ । ଏହିଭଳି ସମସ୍ତ ମହିଳାଙ୍କୁ କରିବା ଦରକାର । ନିଜ ଜୀବନର ଏକ ଲକ୍ଷ ନିର୍ଦ୍ଧାରିତ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଆତ୍ମବିଶ୍ଵାସ ବହୁତ ବଢିଯାଏ ।

ସବୁ ରୂପରେ ଲଢିବା

ମାତା ଦୂର୍ଗାଙ୍କର ଅନେକ ରୂପ ଅଛି । କିନ୍ତୁ ସେ ନିଜର ସବୁ ରୂପରେ ଢଳି ଯାଆନ୍ତି । ସେହିଭଳି ଗୋଟିଏ ସ୍ତ୍ରୀକୁ ସବୁ କ୍ଷେତ୍ରରେ ସମସ୍ତ ରୂପରେ ଢଳିବା ଉଚିତ । ଯେମିତି କି ଝିଅ, ବୋହୁ, ପତ୍ନୀ, ମା ଏବଂ ଜେଜେମା ଇତ୍ୟାଦି ରୂପରେ ନିଜକୁ ଢଳି ନିଜ ଶକ୍ତିକୁ ବଢାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button