ସ୍ୱାସ୍ଥ୍ୟ

ଆସିଛି ବର୍ଷା ଋତୁ! ଡେଙ୍ଗୁ, ମ୍ୟାଲେରିଆ ଭଳି ଭୟଙ୍କର ରୋଗ ଠାରୁ ନିଜକୁ ଏହି ୬ଟି ଉପାୟରେ କରନ୍ତୁ ରକ୍ଷା

ଚଳିତବର୍ଷ ପ୍ରଚଣ୍ଡ ଖରା ପରେ ଆସିଛି ବର୍ଷା ଋତୁ। ବର୍ଷା ଏବେ ଥଣ୍ଡା ପାଣିପାଗ ମଣିଷ ଶରୀରକୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଥିବା ବେଳେ କିନ୍ତୁ ଏହି ସିଜନରେ ବହୁ ପ୍ରକାର ସଂକ୍ରାମକ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ। ଡେଙ୍ଗୁ, ମ୍ୟାଲେରିଆ ଏବଂ ଜଣ୍ଡିସ୍ ଭଳି ରୋଗ ଗୁଡିକ ଠାରୁ ଶରୀରକୁ ବଞ୍ଚାଇବା ପାଇଁ ବର୍ଷାଦିନେ ଶରୀରର ଖାସ୍ ଧ୍ୟାନ ରଖନ୍ତୁ।

୧. ପ୍ରଥମତଃ ବର୍ଷାଦିନେ ଷ୍ଟ୍ରିଟ୍ ଫୁଡ଼ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହି ଖାଇବାରେ କେଉଁପ୍ରକାରର ତେଲ ବ୍ୟବହାର କରାଯାଉଅଛି ଏବଂ ସ୍ୱଚ୍ଛତାକୁ ନେଇ କେତେ ଧ୍ୟାନ ଦିଆ ଯାଉଅଛି ତାହା ଆପଣଙ୍କୁ ଜଣା ନାହିଁ। ତେଣୁ, ବର୍ଷାଦିନେ ଏହା ଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ।

୨. ବର୍ଷାଦିନେ ଫୁଟାପାଣି ପିଇବା ଆରମ୍ଭ କରନ୍ତୁ। ପାଣିକୁ ଫୁଟାଇବା ଦ୍ୱାରା ଏଥିରେ ରହିଥିବା ବ୍ୟାକ୍ଟେରିଆ ଏବଂ ରୋଗ ଜୀବାଣୁ ନଷ୍ଟ ହୋଇ ଯାଇଥାନ୍ତି।

୩. ବର୍ଷାଦିନେ ଯଥା ସମ୍ଭବ କମ୍ ଲୁଣ ଖାଆନ୍ତୁ। ଶରୀରରେ ସୋଡିୟମର ମାତ୍ରା ବଢ଼ିବା ଦ୍ୱାରା ଉଚ୍ଚ ରକ୍ତଚାପ, ହୃଦରୋଗ, ମଧୁମେହ, ହାଇପରଟେନସନ୍ ଭଳି ରୋଗକୁ ଆମନ୍ତ୍ରଣ ଦେଇଥାଏ।

୪. ବର୍ଷାଦିନିଆ ଫଳ ଯଥା ଜାମୁକୋଳି, ଅମୃତଭଣ୍ଡା, ସେଓ, ନାସପାତି, ଡାଳିମ୍ବ, ପିଚ୍ ଇତ୍ୟାଦି ଖାଆନ୍ତୁ। ଏଥିରୁ ମିଳୁଥିବା ପୃଷ୍ଟିସାର ଆପଣଙ୍କୁ ସଂକ୍ରମଣ ଏବଂ ଅଲର୍ଜି ଠାରୁ ରକ୍ଷା କରିବ। ଏହା ବ୍ୟତୀତ ଦୈନିକ ୭-୮ ଘଣ୍ଟା ନିଦରେ ଶୁଅନ୍ତୁ।

୫. ବର୍ଷାଦିନେ ଶରୀରର ମେଟାବଲିଜିମ୍ ଯଥେଷ୍ଟ କମ୍ ରହିଥାଏ। ତେଣୁ, ଏହି ସମୟରେ ଦୀର୍ଘ ସମୟ ଧରି କଟା ହୋଇ ରହିଥିବା ଫଳ କିମ୍ବା ବାହାରୁ ଫଳ ରସ ପିଇବା ଉଚିତ୍ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button