ଜୀବନଶୈଳୀ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼ାଇବା ପାଇଁ ବେଡ୍‌ରୁମ୍‌ରେ ଲଗାନ୍ତୁ ଏହି ଫଟୋ, ଦାମ୍ପତ୍ୟ ଜୀବନରେ ଭରିଯିବ ମଧୁରତା

ଶୋଇବା କକ୍ଷରେ କେଉଁ ଫଟୋ ଲଗାଇବା କଥା ଓ କ’ଣ ନ ଲଗାଇବା କଥା ସେ ନେଇ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ବେଳେବେଳେ ଶୋଇବା ଘରେ ଲୋକମାନେ ମନ ଇଚ୍ଛା କେତେକ ଫଟୋ ଲଗାଇଥାନ୍ତି ଯାହା ଫଳରେ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଯାଏ। ଖାସ୍‌ କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି କାରଣରୁ କଳି, ଝଗଡ଼ା ଆଦି ହୋଇଥାଏ। ଏହି ଫଟୋକୁ ବେଡରୁମ୍‌ରୁ ବାହାର କରିବା ପରେ ପୁଣିଥରେ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଶୟନ କକ୍ଷରେ କେଉଁ ୫ଟି ଫଟୋ ଲଗାଇବା ଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରେମ ଭରିଯାଇଥାଏ।

Image result for love couple

  • ଯଦି ସ୍ୱାମୀ-ସ୍ତ୍ରୀ କୌଣସି ମାନସିକ ଚିନ୍ତାରେ ରହୁଛନ୍ତି କିମ୍ବା ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇପାଉନାହିଁ ତେବେ ଶୋଇବା ଘରେ ରାଧାକୃଷ୍ଣଙ୍କର ଏକ ସୁନ୍ଦର ମୂର୍ତ୍ତି ଲଗାନ୍ତୁ।

  • ଶୋଇବା ଘରେ ହିମାଳୟର ସୁନ୍ଦର ଫଟୋ ଲଗାନ୍ତୁ। ଏହା ଆପଣଙ୍କ ମନକୁ ଶାନ୍ତ ରଖିବା ସହ ପ୍ରସନ୍ନତାରେ ଭରି ଦେବ। ଏହା ଦ୍ୱାରା ଆପଣ ପ୍ରେମର ଶିଖରକୁ ଛୁଇଁପାରିବେ।
  • ଯଦି ଶୟନ କକ୍ଷରେ ରାଧାକୃଷ୍ଣଙ୍କ ଫଟୋ ଲଗାଇପାରୁନାହାନ୍ତି ତେବେ ହଂସ ଯୋଡ଼ାଙ୍କ ସୁନ୍ଦର ଫଟୋ ଲଗାନ୍ତୁ। ଦାମ୍ପତ୍ୟଜୀବନରେ ପ୍ରେମ ବଢ଼ିବ।

  • ଶୟନ କକ୍ଷରେ ଶଙ୍ଖର ଏକ ବଡ଼ ଚିତ୍ର ଲଗାନ୍ତୁ। ଏହା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବାରେ ସାହାଯ୍ୟ କରିବ।
  • ବଇଁଶୀର ଫଟୋ ମଧ୍ୟ ଜୀବନରେ ମଧୁରତା ଭରିବାରେ ସହାୟକ ହୋଇଥାଏ।

 

  • ତେବେ ଧ୍ୟାନ ରଖନ୍ତୁ ଉପରୋକ୍ତ ମଧ୍ୟରୁ କୌଣସି ଗୋଟିଏ ଫଟୋ ଶୟନ କକ୍ଷରେ ଲଗାନ୍ତୁ।
  • ଯଦି ଶୋଇବା ଘର ଅଗ୍ନିକୋଣରେ ଅଛି ତେବେ ପୂର୍ବ-ମଧ୍ୟ କାନ୍ଥରେ ଶାନ୍ତ ସମୁଦ୍ରର ଚିତ୍ର ଲଗାନ୍ତୁ।
  • ଶୟନ କକ୍ଷରେ ଭୁଲରେ ବି ପାଣି ସମ୍ବନ୍ଧୀୟ କୌଣସି ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ପରକୀୟା ପ୍ରୀତିର ଆଶଙ୍କା ବଢ଼ିଥାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button