ଜୀବନଶୈଳୀ

ଗର୍ଭାବସ୍ଥାରେ କେଉଁ ସମୟରେ କ’ଣ ଖାଇଲେ ଆପଣଙ୍କ ପିଲା ହେବ ସୁନ୍ଦର, ବୁଦ୍ଧିମାନ ଓ ନୀରୋଗ

। ସୂଚନା ଅନୁସାରେ ଜଣେ ମହିଳା ଯେତେବେଳେ ଗର୍ଭଧାରଣ କରିଥାଏ । ତା’ ର ମହିଳା ଜୀବନ ସାର୍ଥକ ହେଲା ବୋଲି କୁହାଯାଇଥାଏ । ତେଣୁ ମହିଳା ମାନେ ଗର୍ଭବତୀ ହେଲା ପରେ ନିଜର ତଥା ନିଜ ଗର୍ଭସ୍ଥ ସନ୍ତାନ ପାଇଁ ଅଧିକ ଯତ୍ନବାନ ହେବା ଆବଶ୍ୟକ ହୋଇଥାଏ । ଯାହା ଦ୍ଵାରା ମା’ ଓ ଗର୍ଭସ୍ଥ ଉଭୟଙ୍କର ସ୍ଵାସ୍ଥ ଅବସ୍ତା ଉତ୍ତମ ରହିବ । ତେବେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ଵାସ୍ଥକୁ  ନେଇ ଡାକ୍ତର ଶୁଭଶ୍ରୀ ମିଶ୍ରଙ୍କ ମତ ଅନୁସାରେ କେତେ ଗୁଡିଏ ସ୍ଵାସ୍ଥ ଟିପ୍ସ ଚାଲନ୍ତୁ ଜାଣିବା ।

 

ଗର୍ଭବତୀ ମହିଳା ପ୍ରଥମେତଃ ନିଜ ଖାଦ୍ୟପେୟ ଉପରେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ ହୋଇଥାଏ । ଗର୍ଭବତୀ ମହିଳା ମାନଙ୍କୁ ସୁଷମ ଖାଦ୍ୟ ପ୍ରତ୍ଯେକ ଦିନ ଖାଇବା ଉଚିତ । ଯାହା ତାଙ୍କ ସ୍ଵାସ୍ଥ ପାଇଁ ବହୁତ ହିତକର ରହିବ । ଯଦି ଖାଦ୍ୟ ଠିକ ଭାବରେ ସୁଷମ ହେବ ନାହିଁ । ତେବେ ଏହା ଦ୍ଵାରା ଗର୍ଭସ୍ଥ ସନ୍ତାନର ଓଜନ କମିବା ସହିତ ତା’ ର ଶାରୀରିକ ବିକାଶରେ ବାଧା ପ୍ରାପ୍ତ ହେବାର ଦେଖାଯାଇପାରେ ।

ଏହା ସହିତ ଗର୍ଭବତୀ ମହିଳାକୁ ଠିକ ସେ ପୋଷଣ ମିଳିନପାରିଲେ । ତାହାର ଭିଟାମିନ ଅଭାବରୁ ରକ୍ତ ହୀନତା ହେବା ସହ ଅନେକ ସ୍ଵାସ୍ଥ ସମସ୍ଯା ଶରୀରରେ ପ୍ରକାଶ ପାଇବ । ତେଣୁ ପ୍ରତ୍ଯେକଟି ଗର୍ଭବତୀ ମହିଳା ନିଜର ପ୍ରତିଦିନର ରୁଟିନରେ ସକାଳର ବ୍ରେକଫାଷ୍ଟ ଠାରୁ ଆରମ୍ଭ କରି ରାତି ଖାଇବା ପର୍ଯ୍ୟନ୍ତ ଭାତ, ଡାଲି, ରୁଟି, ବିଭିନ୍ନ ପ୍ରକାର ପରିବାରୁ ପ୍ରସ୍ତୂତ ତରକାରୀ, ଅଣ୍ଡା, ମାଛ, ମାଂସ, କ୍ଷୀର, ବାଦାମ ବିଭିନ୍ନ ପ୍ରକାର ଫଳ ଆଦି ସନ୍ତୁଳିତ ବା ସୁଷମ ଖାଦ୍ୟ ଖାଇବା ଉଚିତ ।

 

ଦିନକୁ ୪ ଲିଟର ପାଣି ପିଇବା ଉଚିତ । ଗର୍ଭବତୀ ମହିଳା ସେହି ଗର୍ଭାବସ୍ତାରେ ଉପବାସ ରହିବା ଜମାରୁ ଉଚିତ ନୁହେଁ । ଏହା ଛଡା ଏହି ସମୟରେ ବାହାରରେ ଜଙ୍କଫୁଡ ଠାରୁ ନିଜକୁ ଦୂରେଇ ରଖିବା ଉଚିତ । ଯଦି କିଛି ଚଟପଟା ଖାଇବାକୁ ଇଛା ହେଉଥାଏ । ତେବେ ନିଜ ଘରେ ଅଳ୍ପ ତେଲ ମସଲା ପ୍ରୟୋଗ କରି ଖାଇପାରିବେ । ଗର୍ଭାବସ୍ତା ସମୟରେ ଅମୃତ ଭଣ୍ଡାର ସେବନ କରିବା ଉଚିତ ନୁହେଁ । ଗର୍ଭବତୀ ମହିଳାଙ୍କର ଥାଇରଏଡ ସମସ୍ଯା ରହୁଥିଲେ । କୋବି ଜାତୀୟ କୌଣସି ଖାଦ୍ୟ ଖାଇବା ଉଚିତ ନୁହେଁ ।

 

ଅଧିକ ପରିମାଣରେ ଚାହା କିମ୍ବା କଫି ସେବନ କରିବା ସ୍ଵାସ୍ଥ ପାଇଁ ସ୍ଵାସ୍ଥପ୍ରଦ ହୋଇନଥାଏ । ନିଜର ଖାଦ୍ୟ ଓ ପେୟ ପ୍ରତି ଯତ୍ନବାନ ହେବା ସହିତ ପ୍ରତ୍ଯେକ ଦିନ ସକାଳୁ ଅଳ୍ପ ସମୟ ପାଇଁ ଲାଇଟ ଏକ୍ସରସାଇଜ ଓ ଯୋଗପ୍ରାଣାୟମ କରିବେ । ଯାହା ଦ୍ଵାରା ମହିଳାର ସ୍ଵାସ୍ଥ ଉତ୍ତମ ରହିବା ସହିତ ମାନସିକ ସ୍ଥିତିରେ ଶାନ୍ତି ମିଳିଥାଏ ।

ତେଣୁ ଗର୍ଭବତୀ ମହିଳା ମାନେ ଯଥା ସମ୍ଭବ ନିଜର ଠିକ ଭାବରେ ଯତ୍ନ ନେବା ଦ୍ଵାରା ନିଜେ ଓ ଗର୍ଭସ୍ଥ ସନ୍ତାନଙ୍କର ଉତ୍ତମ ସ୍ଵାସ୍ଥ ରହିବ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button