ସ୍ୱାସ୍ଥ୍ୟ

ହ୍ଵାଇଟ୍‌ ଡିସଚାର୍ଜ ସମସ୍ୟାରେ ଭୁଲରେ କରନ୍ତୁନି ଏହି ଜିନିଷର ସେବନ, ନଚେତ ବଢ଼ିଯାଇପାରେ ଆହୁରି ସମସ୍ୟା

ମହିଳାଙ୍କ ଠାରେ ହ୍ଵାଇଟ ଡିସଚାର୍ଜ ବା ଧଳାସ୍ରାବ ସମସ୍ୟା ପ୍ରାୟତଃ ଦେଖୁବାକୁ ମିଳେ। ଏହି ହ୍ଵାଇଟ ଡିସଚାର୍ଜ ସମସ୍ୟାକୁ ଲ୍ୟୁକୋରିୟା ମଧ୍ୟ କୁହାଯାଏ। ଧଳା ପାଣି ପିରିୟଡ୍ସ ପୂର୍ବରୁ କିମ୍ବା ପରେ ଆସିବା ସ୍ୱାଭାବିକ କଥା କିନ୍ତୁ ଅଧିକ ମାତ୍ରାରେ ଧଳାସ୍ରାବ ହେବା ରୋଗ ହୋଇଥାଏ। ହ୍ଵାଇଟ୍‌ ଡିସଚାର୍ଜ ସମସ୍ୟା କୌଣସି ବି ବୟସର ମହିଳାଙ୍କୁ ହୋଇଥାଏ।

ଶରୀରର ଦୁର୍ବଳତା, ସଂକ୍ରମଣ, କୌଣସି ଘା କିମ୍ବା ଅଲସର କାରଣରୁ ଏହି ସମସ୍ୟା ହୋଇଥାଏ। ତେଣୁ ଏହି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ଡାଏଟ ପ୍ରତି ଖାସ୍‌ ଧ୍ୟାନ ଦେବାକୁ ପଡିବ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ଫୁଡସ୍‌ ବିଷୟରେ ଜଣାଇବାକୁ ଯାଉଛୁ, ଯାହାର ସେବନ ହ୍ଵାଇଟ ଡିସଚାର୍ଜ ସମସ୍ୟାକୁ ଅଧିକ ବଢ଼ାଇଦେଇଥାଏ।

ଏହି ରୋଗରେ ଯଦି ରୋଗୀ ଚିକିତ୍ସା ସହିତ ଏହି ସବୁ ଫୁଡସ ଠାରୁ ଦୂରେଇ ରହିଲେ ଏହି ସମସ୍ୟା ଜଲଦି ଠିକ ହୋଇଯାଇଥାଏ। ଆସନ୍ତୁ ଜାଣିବା ହ୍ଵାଇଟ ଡିସଚାର୍ଜ ସମସ୍ୟାରେ କେଉଁ ଜିନିଷକୁ ଆଭୋଏଡ୍‌ କରିବା ଉଚିତ।

urine

  1. ଲ୍ୟୁକୋରିୟାରେ ମହିଳାଙ୍କୁ ମାଂସ, ମାଛ, ମଟନ ସେବନ କରିବା ଅନୁଚିତ। ଏଥିରେ ମହଜୁଦ ଥିବା ଏନିମଲ ପ୍ରୋଟୀନ ଶରୀରରେ ଇନଫ୍ଲୋମେସନକୁ ବଢ଼ାଇଥାଏ ଏବଂ ଏହା ହ୍ଵାଇଟ୍‌ ଡିସଚାର୍ଜ ସମସ୍ୟାକୁ ବଢ଼ାଇଦେଇଥାଏ।
  2. ହ୍ଵାଇଟ ଡିସଚାର୍ଜରେ ଆପଣଙ୍କୁ ଇଡଲୀ, ଦୋସା ଆଦିର ସେବନ ମଧ୍ୟ କରିବା ଅନୁଚିତ। ଏହାକୁ ଖାଇଲେ ଏହା ଆପଣଙ୍କ ସମସ୍ୟାକୁ ଆହୁରି ଅଧିକ ବଢ଼ାଇଦେଇଥାଏ।
  3. ଯଦି ଆପଣଙ୍କୁ ଏହି ଅସୁବିଧା ଅଛି ତାହେଲେ ଭଜା ହୋଇଥିବା, ମସଲା ଏବଂ ଖଟା ଜିନିଷ ଠାରୁ ଦୂରେଇ ରୁହନ୍ତୁ। କାରଣ ଏହା ମଧ୍ୟ ଓଭାରୀରେ ଇନଫ୍ଲାମେସନ କରିଥାଏ।
  4. ନିଜ ଡାଏଟରେ ବ୍ରେଡ କିମ୍ବା ମସରୁମକୁ ମଧ୍ୟ ସାମିଲ କରନ୍ତୁନାହିଁ। ଏହା ଦ୍ୱାରା ମଧ୍ୟ ହ୍ଵାଇଟ ଡିସଚାର୍ଜ ସମସ୍ୟା ଅଧିକ ହୋଇଥାଏ।
    କଡା ଚା, କଫି, ଆଲକହଲ ଏବଂ କୋଲ୍ଡ ଡ୍ରିଙ୍କକୁ ଅଧିକ ପିଇବା ଦ୍ୱାରା ମଧ୍ୟ ହ୍ଵାଇଟ ଡିସଚାର୍ଜ ସମସ୍ୟାକୁ ବଢ଼ାଇଦେଇଥାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button