ମନୋରଞ୍ଜନ

ପ୍ରଥମ ଥର ପାଇଁ କ୍ୟାମେରାରେ ନଜର ଆସିଲେ ଇଶାନ ଖଟ୍ଟରଙ୍କ ତଥାକଥିତ ପ୍ରେମିକା ଚାନ୍ଦିନୀ – Utkal Mail


ମୁମ୍ବାଇ: ଅଭିନେତ‌ା ଇଶାନ ଖଟ୍ଟରଙ୍କୁ ପ୍ରଥମ ଥର ପାଇଁ ଜଣେ ଯୁବତୀଙ୍କ ସହ ଦେଖିବାକୁ ମିଳିିଛି। ଏହି ଯୁବତୀ ଇଶାନଙ୍କ ପ୍ରେମିକା ଚାନ୍ଦିନୀ ବେଞ୍ଜ୍‌ ବୋଲି କୁହଯାଉଛି। ଦୀର୍ଘ ଦିନ ଧରି ଇଶାନଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରେମସଂପର୍କ ବିଷୟରେ ଲୋକ ଜାଣିବାକୁ ଚାହିଁଥିଲେ ବି କୌଣସି ସୂଚନା ମିଳିନଥିଲା। ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି ଅଭିନେତାଙ୍କ ପ୍ରେମିକା ଚାନ୍ଦିନୀ।

ଗତକାଲି ରାତିରେ, ଇଶାନ ଖଟ୍ଟରଙ୍କ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକମାନେ ଅନୁମାନ କରୁଛନ୍ତି ଯେ ଏହି ଯୁବତୀଙ୍କ  ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି। ଇଶାନ ଚାନ୍ଦନୀଙ୍କ ସହ ଏକ ରାତ୍ରୀ ଭୋଜନରେ ଯାଇଥିବା ବେଳେ ଉଭୟେ କ୍ୟାମେରାରେ  କଏଦ ହୋଇଥିଲେ। ଇଶାନ ଏପର୍ଯ୍ୟନ୍ତ ନିଜ ପ୍ରେମିକାଙ୍କୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ।

 

ଏଥର ଏହା ସମ୍ଭବ ହୋଇ ପାରିନଥିଲ। କାରଣ ତାଙ୍କୁ ଚାରିପାଖରୁ ପାପାରାଜି ଘେରି ରହିଥିଲେ। ଚାନ୍ଦନୀଙ୍କ ସହ ରାତ୍ରୀ ଭୋଜନ କରିବା ପରେ ଇଶାନ ବାହାରକୁ ଆସିବା ମାତ୍ରେ ସମସ୍ତ କ୍ୟାମେରାମ୍ୟାନେ ସେ ଦୁହିଁଙ୍କୁ ନିଜ କ୍ୟାମେରାରେ କଏଦ କରିବା ଆରମ୍ଭ କରି ଦେଇଥିଲେ। ତେବେ ଇଶାନ ଚାନ୍ଦନୀଙ୍କ ତାଙ୍କ ହାତ ଧରି କ୍ୟାମେରା ଆଗକୁ ଆସିଥିଲେ।

ପ୍ରଥମ ଥର ପାଇଁ ସବା ଆଜାଦଙ୍କ ସହ ହ୍ରିତିକ ରୋଶନଙ୍କୁ କ୍ୟାମେରା ଆଗରେ ଦେଖିବା ଦୃଶ୍ୟ ସହ ଏହି ଦୃଶ୍ୟ ସମାନ ଥିଲା। ପ୍ରଥମେ, ଇଶାନ ଚାନ୍ଦନୀଙ୍କୁ କାର ଭିତରେ ତାଙ୍କ ହାତ ଧରି ବସାଇଥିଲେ।  ତା’ପରେ ନିଜେ ପାପାରାଜିମାନଙ୍କୁ ଫଟୋ ପୋଜ୍‌ ଦେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button