ଚର୍ବି କମେଇବା ପାଇଁ ଏହି ଜିନଷକୁ ଖାଦ୍ୟରେ କରନ୍ତୁ ସାମିଲ

ଖାଦ୍ୟରେ ବିଭିନ୍ନ ପ୍ରକାର ଜିନଷ ଆମକୁ ବିଭିନ୍ନ ପ୍ରକାରର ସହାୟତା କରିଥାଏ l କେଉଁ ଜିନିଷ ଆମକୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ ତ କେଉଁ ଜିନିଷ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ କରିଥାଏ l କେଉଁ ଜିନିଷ ଶରୀରର ବୃଦ୍ଧିରେ ସହାୟତା ହୋଇଥାଏ ତ ପୁଣି କେଉଁ ଜିନିଷ ଶରୀରର ମୋଟପା କମେଇବାରେ ସହାୟ ହୋଇଥାଏ l ଏମିତି ଅନେକ ପ୍ରକାର ଜିନିଷ ଆମେ ଆମ ଦୈନନ୍ଦିନ ଜୀବନରେ ସେବନ କରିଥାନ୍ତି l
ଆଜି ଏପରି ଏକ ଜିନିଷ ବିଷୟରେ ଜାଣିବା ଯାହା ଆମ ଶରୀରର ଚର୍ବି ତଥା ମୋଟପା କମେଇବାରେ ସହାୟକ ହେବ l ଅନେକ ପ୍ରକାର ଖାଦ୍ୟ ସାମଗ୍ରୀ ରହିଛି ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଆଉ ସେଥିମଧ୍ୟରୁ ଗୋଟିଏ ହେଉଛି ଡାଲଚିନି । ମୋଟାପା କମେଇବା ପାଇଁ ସର୍ବ ପ୍ରଥମେ ଆମକୁ ଆମର ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ l ତେବେ ଏକ ଛୋଟ ଡାଲଚିନିର ଟୁକୁଡା ଆମ ଶରୀର ପାଇଁ କେତେବେଳେ ଯେ ସହାୟ ହୋଇଥାଏ ତାହା ଆପଣ ଭାବିପାରିବେ ନାହିଁ l ସଠିକ୍ ଉପାୟରେ ଡାଲଚିନିକୁ ବ୍ୟବହାର କରିବା ଦ୍ୱାରା ଆମ ପେଟର ଚର୍ବି କମାଇ ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ l
ଡାଲଚିନିର ସ୍ୱାଦ ସାମାନ୍ୟ ମିଠା ସହିତ ରାଗ ହୋଇଥାଏ । ଏହାକୁ ଆମେ ଚା’ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ତଥା ତରକାରୀମାନଙ୍କରେ ପକାଇଥାଉ । ଓଜନ ହ୍ରାସ ନିମନ୍ତେ ଚା’ ବତୀତ ଆପଣ ଡାଲଚିନିରେ ଚା’ ପ୍ରସ୍ତୁତ କରି ପିଇପାରିବେ । ଏଥିପାଇଁ ଆପଣଙ୍କୁ ଗୋଟିଏ କପ୍ ପାଣି, ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଏକ ଛୋଟ ଡାଲଚିନି ଖଣ୍ଡ ଆବଶ୍ୟକ । ଏକ ପାତ୍ରରେ ପାଣି ନେଇ ଏହାକୁ ଡାଲଚିନି ମିଶାଇ ଫୁଟାଇବା ପରେ ଏହାକୁ ଏକ କପ୍ ରେ ଛାଣି ଲେମ୍ବୁ ରସ ଓ ମହୁ ମିଶାଇ ପିଇଲେ ମୋଟାପା କମାଇବାରେ ଏହା ଖୁବ ସହାୟକ ହୋଇଥାଏ ।
କେବଳ ସେତିକି ନୁହେଁ ଡାଲଚିନିର ସ୍ୱାଦ ମିଠା ଆଉ ରାଗ ହୋଇଥିବାରୁ ଏହାକୁ ଆପଣ କଫିରେ ମିଶାଇ ମଧ୍ୟ ସେବନ କରିପାରିବେ । ଏହା କଫିର ସ୍ୱାଦକୁ ଆହୁରି ବଢ଼ାଇଦେବ । ଏହା ବ୍ୟତୀତ ଓଜନ ହ୍ରାସ କରିବା ପାଇଁ ଡାଲଚିନି ପାଣି ମଧ୍ୟ ପିଆଯାଇପାରିବ । ଡାଲଚିନି ପାଣି ତିଆରି କରିବା ପାଇଁ, ଏକ ଗ୍ଲାସ ପାଣିରେ ଅଧା ଚାମଚ ଡାଲଚିନି କିମ୍ଭା ଡାଲଚିନି ଗୁଣ୍ଡ ପକାଇ ରାତ୍ରି ଭୋଜନ କରିବାର ଅଧ ଘଣ୍ଟା ପରେ ପିଅନ୍ତୁ । ଏହା ଶରୀର ପାଇଁ ଖୁବ ଭଲ l ମୋଟାପା କମାଇବା ସହ ହଜମ ପ୍ରକ୍ରିୟା ବଢ଼ାଇ ଶରୀରକୁ ସୁସ୍ଥ ରଖିବାରେ ଏହା ଅନେକ ମାତ୍ରାରେ ସାହାଯ୍ୟ କରିଥାଏ l