କ୍ରୀଡା

ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦା, ପ୍ରଥମ ଥର ସେମିରେ ଆଫଗାନିସ୍ତାନ

କିଙ୍ଗ୍ସଟାଉନ: ରସିଦ ଖାନଙ୍କ ନେତୃତ୍ଵାଧୀନ ଆଫଗାନିସ୍ତାନ ଟିମ୍ ପ୍ରଥମ ଥର ଟି-୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ସୁପର ୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୮ ରନର (ଡିଏଲ୍ ପଦ୍ଧତି) ରୋମାଞ୍ଚକ ବିଜୟ ସହ ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିଛି । କୌଣସି ବିଶ୍ବକପ (ଦିନିକିଆ ଓ ଟି-୨୦)ରେ ପ୍ରଥମ ଥର ସେମିକୁ ଉନ୍ନୀତ ହୋଇଛି ଆଫଗାନିସ୍ତାନ। ବାଂଲାଦେଶର ପରାଜୟ ସହ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ପ୍ରଥମେ ଆଫଗାନିସ୍ତାନ ଓ ଗତକାଲି ଭାରତ ଠାରୁ ହାରିବା ପରେ ଅଷ୍ଟ୍ରେଲିଆର ସେମିଫାଇନାଲ ଭାଗ୍ୟ ଆଫଗାନିସ୍ତାନ-ବାଂଲାଦେଶ ମ୍ୟାଚ୍ ଉପରେ ନିର୍ଭର କରୁଥିଲା । ଆଫଗାନିସ୍ତାନ ପରାସ୍ତ ହୋଇଥିଲେ ଅଷ୍ଟ୍ରେଲିଆ ସେମିଫାଇନାଲ ଟିକେଟ୍ ପାଇଥାନ୍ତା । କିନ୍ତୁ ଅଷ୍ଟ୍ରେଲିଆର‌ ଆଶା ଧୂଳିସାତ୍ ହୋଇଯାଇଛି।

ସୁପର-୮ର ୩ ମ୍ୟାଚରୁ ଅଷ୍ଟ୍ରେଲିଆ କେବଳ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଥିଲା । ଅନ୍ୟପକ୍ଷରେ ଆଫଗାନିସ୍ତାନ ୩ଟି ମ୍ୟାଚରୁ ଦୁଇ ବିଜୟ ସହ ୪ ପଏଣ୍ଟ ହାସଲ ପୂର୍ବକ ଗ୍ରୁପ୍ ୧ରୁ ଭାରତ ପରେ ଦ୍ବିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।

ଜୁନ୍ ୨୭ରେ ତ୍ରିନିଦାଦରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବ । ସେହି ଦିନ ଗୟାନାରେ ଦ୍ବିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ।

ଆଜି ବାଂଲାଦେଶ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସୁପର ୮ ମ୍ୟାଚରେ ରସିଦ ଖାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୧୧୬ ରନ୍‌ କରିପାରିଥିଲା । ଦଳ ପକ୍ଷରୁ ରହମାନୁଲ୍ଲା ଗୁରୁବାଜ ସର୍ବାଧିକ ୪୩ ରନ୍ କରିଥିଲେ। ହେଲେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ଏହି ମାମୁଲି ଟାର୍ଗେଟକୁ ଡିଫେଣ୍ଡ କରିବାରେ ସଫଳ ହୋଇଥିଲା।

ବାଂଲାଦେଶ ୧୧୬ ରନ୍ ଟାର୍ଗେଟ ଜବାବରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଓପନର ଲିଟନ୍ ଦାସ ଗୋଟିଏ ପଟେ ଏକାକୀ ଲଢ଼ିଥିଲେ । କିନ୍ତୁ ତାଙ୍କୁ ଅନ୍ୟପଟୁ ଉପଯୁକ୍ତ ସହାୟତା ମିଳିନଥିଲା। ବାଂଲାଦେଶ ଇନିଂସ୍ ମଝିରେ ବର୍ଷା ଯୋଗୁଁ ଡିଏଲ୍ ନିୟମାନୁଯାୟୀ ଦଳର ଟାର୍ଗେଟ ୧୯ ଓଭରରେ ୧୧୪ ରନକୁ ହ୍ରାସ କରାଯାଇଥିଲା। ହେଲେ ବାଂଲାଦେଶ ୧୭.୫ ଓଭରରେ ୧୦୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ବାଂଲାଦେଶ ପକ୍ଷରୁ ଲିଟନ୍ ୫୪ ରନ୍ କରି ଅପରାଜିତ ରହିଥିଲେ ।b

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button