ଦେଶ ବିଦେଶ

ଲକଡାଉନ ରେ ପୋଲିସ ହେଲେ ଗରିବଙ୍କ ସାହାରା, ମହିଳା ପୋଲିସକର୍ମୀ ନିଜ ହାତରେ ବେଲି

କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଚାଲିଛି, ଏଥିପାଇଁ ସବୁ ଲୋକ ଜଣେ ଅନ୍ୟ ଜଣଙ୍କ ସହାୟତାରେ ଏକାଠି ହୋଇଛନ୍ତି, କିନ୍ତୁ ପୋଲିସ ବି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସବୁଠାରେ ଆଗକୁ ଆସୁଛନ୍ତି, ଆପଣ ଏହାକୁ ସମୟର ଖେଳ ବୋଲି କହିପାରନ୍ତି ବା ପୁଣି ଲକଡାଉନର ମଝବୁରି, କିନ୍ତୁ ଏମିତି କଠିନ ପରିସ୍ଥିତିରେ ପୋଲିସ ଲୋକଙ୍କର ସହଯୋଗ କରୁଛନ୍ତି । ଆଜି ଆମେ ଆପଣଙ୍କୁ ମେରଠ ସହରର ଖବର କହିବାକୁ ଯାଉଛୁ, ଯେଉଁଠାରେ ମେରଠ ପୋଲିସ ଗରିବ ମାନଙ୍କ ପାଇଁ ଭଗବାନଙ୍କର ଦୁତ ହୋଇ ସାମନାକୁ ଆସିଛନ୍ତି, ସେଠାର ମହିଳା ପୋଲିସକର୍ମୀ ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ଖାଇବା ତିଆରି କରୁଛନ୍ତି ।

ସେମିତିରେ ତ ଲୋକଙ୍କ ମନରେ ପୋଲିସଙ୍କ ଛବି ଠିକ ନାହିଁ, ସବୁବେଳେ ଆପଣ ଶୁଣିଥିବେ କି ପୋଲିସ କାହା ସହିତ ବି ଠିକ ବ୍ୟବହାର ଦେଖାଇ ନଥାନ୍ତି ଏବଂ ସେମାନେ ନିଜର ମନଇଛା କାମ କରିଥାନ୍ତି, କିନ୍ତୁ ଏଠାରେ ସଂପୂର୍ଣ୍ଣ ଓଲଟା ଅଟେ, ଲକଡାଉନର ମାହୋଲରେ ଗରିବ ଲୋକଙ୍କ ପରିସ୍ଥିତି ଦିନ କୁ ଦିନ ବିଗିଡିବାରେ ଲାଗିଛି,ଏହି କଠିନ ପରିସ୍ଥିତିରେ ମେରଠ ପୋଲିସ ସେମାନଙ୍କ ସହାୟତାରେ ଏକାଠି ହୋଇଛନ୍ତି, ଏହି ଏମର୍ଜେନ୍ସି ଭଳି ପରିସ୍ଥିତିରେ ଗରିବ ମାନଙ୍କ ପାଇଁ ପୋଲିସ କୌଣସି ଭଗବାନଙ୍କ ଠାରୁ କମ ନୁହେନ୍ତି ।

ମେରଠ ପୋଲିସ ଦେଶ ହିତରେ ସମ୍ଭବତ ଯୋଗଦାନ କରୁଛନ୍ତି, ମେରଠ ପୋଲିସ ମହିଳା କଂଷ୍ଟେବଲ ନିଜର ଡିୟୁଟି ପୁରା କରିବା ପରେ ଗରିବ ଲୋକଙ୍କ ପାଇଁ ନିଜ ହାତରେ ଖାଇବା ପ୍ରସ୍ତୁତ କରି ସେମାନଙ୍କର ପେଟ ଭରୁଛନ୍ତି । ସମଗ୍ର ଦେଶ କରୋନା ଭାଇରସ ଭଳି ମହାମାରୀ ର ସାମନା କରୁଛି, ଏମିତି ପରିସ୍ଥିତିରେ ପୋଲିସର ବି ଅଲଗା ରୂପ ଦେଖିବାକୁ ମିଳୁଛି, ମେରଠ ପୋଲିସ ମହିଳାକର୍ମୀ ଅସହାୟ ଏବଂ ନିର୍ଧନ ଲୋକଙ୍କ ପାଇଁ ଖାଇବା ତିଆରି କରୁଛନ୍ତି ଯିଏ ଭୋକରେ ଡହଳ ବିକଳ ହେଉଛନ୍ତି ଏବଂ ସେମାନେ ନିଜ ପାଇଁ ରୁଟି ଯୋଗାଡ କରିପାରୁ ନାହାଁନ୍ତି ।

ମେରଠ ପୋଲିସ ଏହି ଗରିବ ଲୋକଙ୍କୁ ସମ୍ପୂର୍ଣ୍ଣ ସହାୟତା କରୁଛନ୍ତି, ଖବର ଅନୁସାରେ ଏହା କୁହାଯାଉଛି କି ଏମିତି ବହୁତ ପରିବାର ଅଛନ୍ତି ଯାହାର ଖାଇବା ପାଇଁ କୌଣସି ବି ସୁବିଧା ମିଳିପାରୁ ନାହିଁ, ସେମାନେ ଭୋକ ଓ ଗରିବୀ ପାଇଁ ବହୁତ ଚିନ୍ତିତ ଅଟନ୍ତି ଏବଂ ଲକଡାଉନ ସମୟରେ ସେମାନଙ୍କର ପ୍ରତିଦିନର ଚଳଣି ଯାଇଛି, ଏମିତି ଲୋକଙ୍କ ପାଖରେ ମେରଠ ପୋଲିସ ପହଞ୍ଚି ସେମାନଙ୍କୁ ଖାଇବା ଦେଉଛନ୍ତି ।

ମେରଠ ପୋଲିସଙ୍କର ଏହି ଭଳି ଭଲ କାମକୁ ଦେଖି ଲୋକମାନେ ସେମାନଙ୍କର ବହୁତ ପ୍ରଶଂସା କରୁଛନ୍ତି, ଥାନା ଏବଂ ପୋଲିସ ଲାଇନ ରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମହିଳା କଂଷ୍ଟେବଲ ରୁଟି ବେଲି ଗରିବ ମାନଙ୍କର ପେଟ ଭରୁଛନ୍ତି, ସେମାନେ ନିଜ ଇଚ୍ଛାରେ ଲୋକଙ୍କ ସହାୟତା କରିବା ପାଇଁ ଆଗକୁ ଆସିଛନ୍ତି, ନୌଚାନ୍ଦି ଥାନାରେ କାର୍ଯ୍ୟରତ ଜଣେ ମହିଳା କଂଷ୍ଟେବଲ କହିଛନ୍ତି କି ସେ କୌଣସି ବି ଅଧିକାରୀଙ୍କ ପ୍ରେସରରେ ଏହି କାମ କରୁ ନାହାଁନ୍ତି, ଲକଡାଉନରେ କୌଣସି ବି ଗରିବ ବା ଅସହାୟ ବ୍ୟକ୍ତି ରାସ୍ତା ଉପରେ ଭୋକରେ ନ ରୁହନ୍ତୁ, ତାହାକୁ ଧ୍ୟାନରେ ରଖି ଆମେ ଏହି କାମ ନିଜ ଇଚ୍ଛାରେ କରୁଛୁ, ଏହି କଠିନ ପରିସ୍ଥିତିରେ ଲୋକଙ୍କୁ କାମ ମିଳିପାରୁ ନାହିଁ, ଏମିତିରେ ଆମେ ନିଜ ଆଡୁ ଯଥା ସମ୍ଭବ ସହଯୋଗ କରୁଛୁ । ଆଶା କରୁଛୁ ଆପଣଙ୍କୁ ଏହା ପସନ୍ଦ ଆସିଥିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button