ଭାତୁଡିକୁ ମୂଳରୁ ଶେଷ କରିଦେବ ଏହି ଚମତ୍କାରୀ ଘରୋଇ ଉପାୟ…

। ସୂଚନା ଅନୁସାରେ ନିଜ ଶରୀର ଯେତେ ଦାଗ ଓ ଚିହ୍ନ ମୁକ୍ତ ରହିବ ସେତେହିଁ ଆପଣଙ୍କୁ ଭଲ ଲାଗିଥାଏ । ଆପଣଙ୍କର ଆତ୍ମବଳ ସେତେ ଅଧିକ ବଢିଥାଏ । ବହୁତ ଲୋକଙ୍କ ଶରୀରରେ ବିଭିନ୍ନ ପ୍ରକାର ଭାତୁରି ଦେଖିବାକୁ ମିଳିଥାଏ । ଶରୀରରେ ଯେପରି ବେକ, ହାତ ଓ ମୁହଁର କୌଣସି ସ୍ଥାନରେ ଯେମିତିକି ମଥା, ନାକ, ଗାଲ ଏହି ପରି ଜାଗା ମାନଙ୍କରେ ଭାତୁରି ଦେଖିବାକୁ ମିଳିଥାଏ । ଏହି ଭାତୁରୀକୁ ନିଜ ଶରୀରରୁ ମୂଳରୁ ନାଶ କରିବା ପାଇଁ ଆପଣ କିଛି ଘରୋଇ ଉପାୟ ଅବଲମ୍ବନ କରନ୍ତୁ ।
ତୁଳାରେ କିଛି ଲେମ୍ବୁ ରସ ଚିପୁଡିକି ନିଜ ଶରୀରର ଯେକୌଣସି ସ୍ଥାନରେ ଭାତୁରି ହୋଇଛି ।ତାରି ଉପରେ ଲଗାନ୍ତୁ । କିଛି ସମୟ ପରେ ଏହାକୁ ଭଲ ଭାବରେ ପାଣିରେ ଧୋଇ ସଫା କରିଦିଅନ୍ତୁ । ଏହି ପରି ଭାବରେ ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ ଏହି ପରି କରନ୍ତୁ । ଏପରି କରିବା ଦ୍ଵାରା ଆପଣ ଅନୁଭବ କରିପାରିବେ କିଛି ମାତ୍ରାରେ ଭାତୁରି କମିବାରେ ଲାଗିଛି । ଦିତୀୟ ଉପାୟ ଭାତୁରୀକୁ ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ ସୂତାରେ ବାନ୍ଧିକି ଛାଡି ଦିଅନ୍ତୁ ।
ଶରୀରରୁ ଭାତୁରୀକୁ ରକ୍ତ ପ୍ରବାହ ବନ୍ଦ ହୋଇଯିବ । ତାପରେ ଭାତୁରି ବାହାରିକି ପଳେଇ ଆସିବ। ତୃତୀୟ ଉପାୟ ଖଟା ସେଓ ଆଣି ତାର ରସ ବାହାର କରି ଭାତୁରି ହୋଇଥିବା ଜାଗାରେ ଦିନକୁ ୩ ଥର ଲଗାନ୍ତୁ । ଏହି ପରି ନିୟମିତ ରୂପେ କରିବା ଦ୍ଵାରା କିଛି ସପ୍ତାହ ଭିତରେ ଆପଣଙ୍କ ଭାତୁରି ଆସ୍ତେ ଆସ୍ତେ ଭଲ ହୋଇଯିବ । ଚତୁର୍ଥ ଉପାୟ ଗୋଟିଏ ଧୂପକାଠି ଆଣି ତାକୁ ଜଳାଇ ସେଥିରୁ ନିର୍ଗତ ଗୁଣ୍ଡକୁ ନିଜ ଭାତୁରି ଉପରେ ଲଗାନ୍ତୁ ।
ଫଳ ମିଳିପାରେ । କିନ୍ତୁ ମନେ ରଖନ୍ତୁ କେବଳ ଧୂପକାଠି ଗୁଣ୍ଡକୁ ଭାତୁରି ଉପରେ ଲଗାନ୍ତୁ। ପଞ୍ଚମ ଉପାୟ ଆଳୁକୁ ଆଣି ଭଲ ଭାବରେ ଧୋଇ ଛେଲି ଦିଅନ୍ତୁ । ତାପରେ ତାକୁ କାଟି ଦିଅନ୍ତୁ । ଏହା ପରେ କଟା ଯାଇଥିବା ଆଳୁର ଗୋଟିଏ ଟୁକୁଡା ଆଣି ନିଜ ଭାତୁରି ଉପରେ ଘସନ୍ତୁ । କିଛି ଦିନ ଭିତରେ ଦେଖିବେ ଭାତୁରି ସଂପୂର୍ଣ୍ଣ ଭାବରେ ସମାପ୍ତ ହୋଇଯିବ ।
ଷଷ୍ଠ ଉପାୟରେ ଯଦି ଆପଣ ଗୋଟେ ପିଆଜ ଆଣି ତାର ରସ ବାହାର କରି ସେହି ପିଆଜ ରସକୁ ପ୍ରତିଦିନ ନିୟମିତ ଭାବରେ ଦିନକୁ ଥରେ ଭାତୁରି ଉପରେ ଲଗାନ୍ତୁ କିମ୍ବା ସପ୍ତମ ଉପାୟ ରାତିରେ ବେକିଙ୍ଗ ସୋଡା ଓ ଅରଣ୍ଡୀ ତେଲକୁ ଭାତୁରୀରେ ଲଗାଇବା ଦ୍ଵାରା ଭାତୁରି ଧୀରେ ଧୀରେ ଶରୀରରୁ ଚାଲିଯାଇଥାଏ । ଅଷ୍ଟମରେ ରାତିରେ ଶୋଇବା ପୂର୍ବରୁ ଏବଂ ସକାଳେ ନିଦରୁ ଉଠିକି ଭାତୁରି ଉପରେ ମହୁ ଲଗାଇବା ଦ୍ଵାରା ଭାତୁରି ନାଶ ହୋଇଯାଇଥାଏ ।