ଓଡିଶା

ସୁଭଦ୍ରା ଯୋଜନା: ଆଧାର ସଂଶୋଧନ ଟୋକନ ନ ପାଇ ମହିଳାଙ୍କ ରାସ୍ତା ଅବରୋଧ

ଭୋଗରାଇ: ସୁଭଦ୍ରା ଯୋଜନାକୁ ନେଇ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଦେହୁର୍ଦ୍ଦା ପୋଷ୍ଟ ଅଫିସ ସମ୍ମୁଖରେ ଭିଡ଼ ଯୋଗୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଆଧାର କାର୍ଡ ସଂଯୋଗ ପାଇଁ ବୁଧବାରଠାରୁ ଲୋକେ ଧାଡ଼ିରେ ନିଜ ନିଜ ପାଳିକୁ ଅପେକ୍ଷା କରିଥିଲେ। ରାତିସାରା ଲୋକଙ୍କୁ ପୋଷ୍ଟ ଅଫିସ ପରିସରରେ ରାତି ବିତାଇବାକୁ ପଡ଼ିଥିଲା।

ପୁଣି ଗୁରୁବାର ସକାଳୁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ସୁଭଦ୍ରା ଯୋଜନା ପାଇଁ ଆଧାର ସଂଶୋଧନ କରିବାକୁ ସେମାନଙ୍କୁ ଶେଷରେ ଟୋକନ ମିଳି ନ ଥିଲା । ୪ଦିନ ଲାଇନରେ ଛିଡା ହେବା ପରେ ମଧ୍ୟ ଟୋକନ ବହୁ ମହିଳା ପାଇ ନ ଥିଲେ।

ସୁଭଦ୍ରା ପାଇଁ ଆଧାର ସଂଯୋଗରେ ଅତ୍ୟଧିକ ଭିଡ଼ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଠାରୁ ଧାଡ଼ିରେ ଠିଆ ହୋଇ ସେମାନେ ଅପେକ୍ଷା କରିଥିଲେ।

ତେବେ ଦିନ ପିଛା ପ୍ରାୟ ୨୫ରୁ୩୦ ଟି ଆଧାର କାର୍ଡ ସଂଶୋଧନ ଓ ସଂଯୋଗ ହୋଇପାରୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବହୁ ସମୟରେ ନେଟ୍ କଟି ଯାଉଥିବାରୁ କାମରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି।

କେତେକ ମହିଳାଙ୍କୁ ସୁଯୋଗ ନ ମଳିବାରୁ ସେମାନେ ବିଳମ୍ବକୁ ନେଇ ରାସ୍ତା ଅବରୋଧ କରିଥିଲେ। ଏହା ଯୋଗୁ ଅଭାବନୀୟ ସ୍ଥିତି ଉପୁଜିଥିଲା। ଫଳରେ ଜଳେଶ୍ବର ଚନ୍ଦନେଶ୍ବର ରାଜ୍ୟ ରାଜପଥକୁ ଅସନ୍ତୁଷ୍ଟ ମହିଳାମାନେ ଅବରୋଧ କରିଥିଲେ।

ଫକୀରମୋହନଙ୍କ ବିରୋଧରେ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ବିବାଦୀୟ ମନ୍ତବ୍ୟ

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ରାସ୍ତାରେ ବସିଥିବା ମହିଳାଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ମହିଳାମାନେ ରାସ୍ତାରୁ ହଟିଥିବା କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button