ଦେଶ ବିଦେଶ

ଏପରି ଏକ ମନ୍ଦିର ଯେଉଁଥିରେ ଦିଆଯାଏ ମଣିଷ ବଳି

ବିଶ୍ୱରେ ଏପରି ଏକ ରହସ୍ୟମୟୀ ସ୍ଥାନ ଅଛି । ଏହା ଜାଣିବା ପରେ କେହି ଏ କଥା ବିଶ୍ୱାସ କରିବେ ନାହିଁ ।ଏପରି ରହସ୍ୟମୟୀରେ ରହିଛି ଏକ ମନ୍ଦିର । କିଛି ଚତ୍ମକାର କଥା ଶୁଣିବାକୁ ମିଳୁଛି ମନ୍ଦିରରୁ । ସେହି ଚତ୍ମକାର ମନ୍ଦରରେ ମଣିଷ ବଳି ପଡିବାରେ ଶୁଣାଯାଉଛି । ଏହି କଥା ବିଶ୍ୱାସ ହୋଇନଥିଲେ ମଧ୍ୟ ଏହା ସତ ଅଟେ ।
ଏହି ମନ୍ଦିରଟି ବିହାରର ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ ଅବସ୍ଥିତ । ବାଲ୍ମିକିନଗରର ଘନ ଜଙ୍ଗଲରେ ଏହି ମନ୍ଦିର ରହିଛି । ଏହି ମନ୍ଦିରଟି ଆର୍ଦି ଶକ୍ତିଙ୍କୁ ସମର୍ପିତ । ଆଗରୁ ଏହା ମଣିଷମାନଙ୍କୁ ବଳି ଦିଆଯାଉଥିଲା । ସେଥିପାଇଁ ମନ୍ଦିରଟି ନରଦେବୀ ମନ୍ଦିର ନାମରେ ପ୍ରସିଦ୍ଧ ଥିଲା ।ଶହ ଶହ ବର୍ଷ ପୂର୍ବରୁ ରାଜା ଜସରଙ୍କ ପୁଅ ଅଲ୍ହା ଉଦଲଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ରାଜା ଜସର ଦେବୀ ମାତାଙ୍କର ଉକ୍ତ ଥିଲେ । ମା’ଙ୍କ ପୂଜା ସରିବା ପରେ ନର ବଳୀ ଦେଇଥାନ୍ତି । ମା’ଙ୍କର ଆଶୀର୍ବାଦ ପରେ ଏହି ନରମାନଙ୍କର ମୁଣ୍ଡ ପୁଣି ଶରୀରରେ ଯୋଡି ହୋଇଯାଏ ।

ଏହି ନରଦେବୀ ମନ୍ଦିରର ଇତିହାସର ବହୁତ ପରୁଣା ମନ୍ଦିର ଅଟେ । ବର୍ଷସାରାରେ ଲୋକମାନେ ମା’ଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ବିଶ୍ୱାସ ରହିଛି ଯେ ମା’ଙ୍କ ଦର୍ଶନ କରିଲେ ମା’ ସମସ୍ତଙ୍କର ଦୁଃଖ କଷ୍ଟକୁ ଦୂରେଇ ଦେଇଥାନ୍ତି ମା’।
ମନ୍ଦିର ଆଖପାଖରେ ବାଘମାନେ ରୁହନ୍ତି । କିନ୍ତୁ ଆଜି ଯାଏଁ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଆକ୍ରମଣ କରିନହାଁନ୍ତି । ମାନସିକ ଧାରୀ ମାନସିକ କରିଥିବା ତା ପଶୁଙ୍କୁ ଏଠାକୁ ଆଣିଥାନ୍ତି । ପରେ ମା’ଙ୍କ ନକଟରେ ଛାଡି ଦିଅନ୍ତି । ଛଡାଯାଇଥିବା ଛେଳି , କୁକୁଡା ମାନେ ମନ୍ଦିର ବାଡ ଭିତରେ ରହିଥାନ୍ତି । ମନ୍ଦିର ବାଡ ଭିତରେ ଏକ କୂଅ ରହିଛି । ଯାହାର ଜଳ ସମ୍ପୂର୍ଣ୍ଣ ପରିଷ୍କାର ଓ ସ୍ୱଚ୍ଛ ଅଟେ । ଏହି କୂଅର ପାଣି ପିଇଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button