ମନୋରଞ୍ଜନ

ଗରିବ ମୁଲିଆର ଝିଅ ବିବାହ ପରେ ବିଦା ହେଲେ ହେଲିକାପ୍ଟରରେ, ବିଦା ହେବା ସମୟରେ କହିଥିଲେ ଏପରି କଥା ଯାହା ଶୁଣି ଆପଣ ବି କାନ୍ଦି ପକେଇବେ

ଯେଉଁଠି ଯୌତୁକ ଏକ ପ୍ରଥା ରୂପରେ ଚାଲି ଆସିଛି ସେହି ଦେଶରେ ଏଭଳି ଏକ ଘଟଣା ନଜରକୁ ଆସିଛି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ।  ଗୋଟେ ଝିଅ ଏମିତି କାମ କରିଛି ଯାହା ସାରା ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାଟି ହିସାରରେ ଥିବା ଏକ ଗରିବ ପରିବାରର ଝିଅ ବିଷୟରେ । ସେହି ଝିଅର ନାଁ ହେଲା ସନ୍ତୋଷ, ତାର ବାପା ଏକ ଦିନ ମଜୁରିଆ ଅଟନ୍ତି । ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା କଣ ।

ଏକ ଗରିବ ପରିବାରର ଝିଅ ବାହା ହେବାପରେ ହେଲିକାପ୍ଟରରେ ବିଦା ହୋଇଥିଲା ନିଜ ନିଜ ଶାଶୁଘରକୁ । ଏହି ଘଟଣାଟି ସେହି ଇଲାକାରେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ମୁତାବିକ ହିସାରରେ ରହୁଥିବା ସଞ୍ଜୟ, ସନ୍ତୋଷ ନାମକ ଏକ ଝିଅ ସହ ଏକ ଟଙ୍କାର ସଗୁନ ନେଇ କରିଥିଲେ ବିବାହ । କେବଳ ସେତିକି ନୁହେଁ ବରଂ ତାଙ୍କର ବିଦାଇ ମଧ୍ୟ ହେଲିକାପ୍ଟରରେ ସଞ୍ଜୟ ହିଁ କରାଇଥିଲେ । ଏହି ବାବଦରେ ଯେବେ ସଞ୍ଜୟଙ୍କ ବାପା ସତବିରଙ୍କ ସହ କଥା ବାର୍ତ୍ତା ହୋଇଥିଲା ତେବେ ନିଜ ପୁଅର ବିବାହ ବିନା ଯୌତୁକରେ କରି ସେ ଝିଅ ବଞ୍ଚାଅ ସନ୍ଦେଶ ଦେବାକୁ ଚାହୁଁଥିଲେ ।

ତେବେ ଏହି ବାହାଘରର ଚର୍ଚ୍ଚା ନା କେବଳ ସେହି ଗାଁରେ ହେଉଛି ବରଂ ଆଖପାଖ ଗାଁରେ ମଧ୍ୟ ଲୋକ ମାନେ ଏହି ବାହାଘର ବିଷୟରେ ଆଲୋଚନା କରୁଛନ୍ତି । ଏମିତି ଏହି ଗାଁରେ ପ୍ରଥମଥର ହୋଇଛି , ଯେଉଁଠି ବିନା ଯୌତୁକରେ ବିବାହ କରିବାପରେ ତାହାର ବିଦାଇ ପୁଣି ହେଲିକାପ୍ଟର ଦ୍ୱାରା କରାଯାଇଛି । ଖବର ମୁତାବିକ ସଞ୍ଜୟଙ୍କ ବାପା ସତବୀର ଝିଅର ବାପାଙ୍କୁ ପ୍ରଥମେ କହିଦେଇଥିଲେ କି ସେ ଯୌତୁକ ନେବେ ନାହିଁ, କାରଣ ଝିଅ ଜଣେ ଗରିବ ମୁଲିଆ ଘରର ଥିଲେ ।

ଏତିକି ନୁହେଁ ନିଜ ପୁଅର ବାହାଘର ପାଇଁ ସେ ହେଲିକାପ୍ଟରର ବ୍ୟବସ୍ଥା କରାଇଥିଲେ ଓ ନିଜ ବୋହୂର ବିଦା ହେଲିକାପ୍ଟର ଦ୍ୱାରା କରାଇଥିଲେ । ହେଲିକାପ୍ଟର ୧୦ ଫେବୃୟାରୀକୁ ସକାଳ ୧୧:୩୦ ସମୟରେ ହସନଗଡ ଗାଁରେ ଓହ୍ଲାଇଥିଲା । ସନ୍ତୋଷ କହିଲେ କି ମୁଁ କେବେ ସ୍ୱପ୍ନରେ ଭାବିନଥିଲି କି ମୋର ବାହାଘର କରିବା ପାଇଁ କେଉଁ ହେଲିକାପ୍ଟର ଆସିବ, ଭଗବାନ ମୋତେ ବିନା କୌଣସି ଇଚ୍ଛାରେ ଏତେ ଖୁସି ଦେଇଛନ୍ତି , ମୋର ବାପା ଓ ଗାଁ ଲୋକେ ମୋତେ ସବୁବେଳେ ମନେ ରହିବେ, ଏହା ଶୁଣିବା ପରେ ଗାଁ ଲୋକେ ଭାବୁକ ହୋଇଗଲେ । ଯେବେ ସନ୍ତୋଷ ନିଜ ଶାଶୁଘରକୁ ଗଲେ ତେବେ ସେ ହେଲିକାପ୍ଟରରେ ବସିବାପରେ ହାତ ହଲାଇ ତାଙ୍କ ବାପା ମା ତାଙ୍କୁ ବିଦାୟ ଜଣାଇଲେ ।

Unmute

Leave a Reply

Your email address will not be published. Required fields are marked *

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button