ସ୍ୱାସ୍ଥ୍ୟ

ଖରା ଦିନରେ ଆପଣ ମଧ୍ୟ ପିଉଛନ୍ତି ଫ୍ରିଜ ପାଣି ? ମାଡି ଆସିବ ଏହି ଭୟଙ୍କର ରୋଗ

ଚାଲିଛି ଗ୍ରୀଷ୍ମ ଋତୁ । ତେବେ ଯଦି ଏହି ଋତୁରେ ଆପଣ ଏହି ଭୁଲ କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । ଏପରି କଲେ ଆପଣ ଏକ ବଡ଼ ସମସ୍ୟାରେ ପଡ଼ି ପାରନ୍ତି ।

ଖରା ଦିନ ଆସିବା ମାତ୍ରେ ଲୋକମାନେ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ପିଇବା ଆରମ୍ଭ କରିଥାନ୍ତି । ଅଧିକାଂଶ ଲୋକଙ୍କର ଏକ ଅଭ୍ୟାସରେ ପରିଣତ ହୋଇଥାଏ ଫ୍ରିଜ୍ ପାଣି । ହେଲେ କଣ ଆପଣ ଜାଣନ୍ତି ଏହି ଅଭ୍ୟାସ ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ ।

G

ତେବେ ଜାଣନ୍ତୁ ଖରା ଦିନେ ଫ୍ରିଜ୍ ପାଣି ପିଇବ ଦ୍ଵାରା ଆପଣଙ୍କର କି କି କ୍ଷତି ହୋଇଥାଏ , ବିଶେଷ କରି ଆପଣ ଯେତେବେଳେ ଖରାରୁ ଆସି ଫ୍ରିଜ୍ ପାଣି ପିଇଥାନ୍ତି ।

ଥଣ୍ଡା ପାଣି ପିଇବା ଦ୍ଵାରା ପେଟରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଯେପରିକି ବଦ ହଜମ । ଥଣ୍ଡା ପାଣି ପିଇବା ଦ୍ଵାରା ଅନ୍ତନଳୀ ସଙ୍କୁଚିତ ହୋଇଥାଏ । ଯାହା ଦ୍ୱାରା ଖାଦ୍ୟ ଠିକ୍ ଭାବେ ହଜମ ହୋଇପାରେ ନାହିଁ ।

ଏପରିକି ମେଦ ବହୁଳତା ବଢ଼ିଥାଏ । ଏପରିକି ଥଣ୍ଡା ବା ଫ୍ରିଜ ପାଣି ଫୁସଫୁସ ଉପରେ ବି ଖରାପ ପ୍ରଭାବ ପକାଇଥାଏ । ରକ୍ତବାହୀ ଗୁଡ଼ିକୁ ବହୁତ କଠିନ କରିଦିଏ , ଯାହା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button