ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଭିଜା ଚଣା ଖାଇବାର ଚମତ୍କାରୀ ଫାଇଦା, ମୂଳରୁ ଶେଷ କରେ ଏହି 5 ଟି ବଡ ରୋଗ ( Healthy Tips )

ବନ୍ଧୁଗଣ ଆୟୁର୍ବେଦ ଅନୁସାରେ ଚଣା ଖାଇବା ଦ୍ବାରା ଶରୀର ସ୍ୱାସ୍ଥ୍ୟବାନ ହେବା ସହିତ ବଳବାନ ମଧ୍ୟ ହୋଇଥାଏ । ଚଣାରେ ଏପରି ଚମତ୍କାରି ଗୁଣ ରହିଛି ଯାହା ଦ୍ଵାରା ଅନେକ ଫାଇଦା ହୋଇଥାଏ । ଏହା ଯୁବକ ଏବଂ ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ବହୁତ ଲାଭକାରୀ ଅଟେ । ତେବେ ଭିଜା ଚଣା ଖାଇବା ଦ୍ଵାରା ମଧ୍ୟ ଶରୀରରେ କିଛି ଏମିତି ପରିବର୍ତ୍ତନ ହୋଇଥାଏ ଯାହା ଦ୍ଵାରା ଏହି ସବୁ ବଡ ରୋଗ ଦୂର ହେବାକୁ ଲାଗିଥାଏ ।

ଏହି ଭିଜା ହୋଇଥିବା ଚଣାରେ ପ୍ରୋଟିନ, ଫାଇବର, ଭିଟାମିନ, ମିନେରାଲ ବହୁତ ପରିମାଣରେ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଉପକାରିତା ହୋଇଥାଏ । ପ୍ରତେକ ଦିନ ରାତିରେ ଚଣାକୁ ପାଣିରେ ଭିଜାନ୍ତୁ ଏବଂ ସକାଳୁ ଏହାକୁ ଖାଆନ୍ତୁ  ତେବେ ଚାଲନ୍ତୁ ଜାଣିବା ।

ଡାଇବେଟିସ:- ସକାଳୁ ଖାଲି ପେଟରେ ଭିଜା ଚଣା ଖାଇବା ଦ୍ବାରା ଶରୀରର ଗ୍ଲୁକୋଜ ଲେଭେଲ କମ ହୋଇଥାଏ ଯାହା ଦ୍ଵାରା ଡାଇବେଟିସ ବା ଶୁଗାର ପରି ରୋଗ କଣ୍ଟ୍ରୋଲ ହୋଇଥାଏ । ଏବଂ ଆପଣ ସୁସ୍ଥ ରହିଥାନ୍ତି । ଭିଜା ଚଣା ଡାଇବେଟିସ ରୋଗୀ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ ।

କୋଷ୍ଠକାଠିନ୍ୟ:- ଯଦି ଆପଣଙ୍କ ପେଟ ଭଲ ଭାବରେ ସଫା ହେଉନାହିଁ ତେବେ ଭିଜା ଚଣାରୁ ଗୋଟେ ମୁଠା ପ୍ରତେକ ଦିନ ଖାଆନ୍ତୁ ଏହା ଦ୍ୱାରା ଚଣାରେ ଥିବା ଫାଇବର ତତ୍ତ୍ଵ ଆପଣଙ୍କ ପାଚନ ଶକ୍ତିକୁ ଦୃଢ଼ କରିଥାଏ ଜାଗା ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ ।

ମୋଟାପଣ:- ଯଦି ଆପଣ ନିଜର ବଢୁଥିବା ଓଜନ କୁ ନେଇ ଚିନ୍ତିତ ରହୁଛନ୍ତି । ତେବେ ସକାଳୁ ଖାଲି ପେଟରେ ଭିଜା ଚଣା ଖାଇବା ଆରମ୍ଭ କରିଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଶରୀରରେ ମେଟାବୋଲିଯିମ ରେଟ ବଢ଼ିଥାଏ ଏବଂ ଆପଣଙ୍କୁ ଭୋକ ମଧ୍ୟ କମ ଲାଗିଥାଏ ଯାହା ଦ୍ଵାରା ଆପଣଙ୍କ ଓଜନ କମିଥାଏ ।

ଥକାପଣ:- ଯଦି ଆପଣ ଏହି ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବାକୁ ଚାହାଁନ୍ତି ଏବଂ ଯଦି ଆପଣ ଅଳ୍ପ ପରିଶ୍ରମରେ ବହୁତ ବେଶୀ ଥକି ଯାଇଛନ୍ତି । ତେବେ ପ୍ରତେକ ଦିନ ଭିଜା ଚଣା ଖାଆନ୍ତୁ । ଏଥିରେ ଥିବା ଆଇରନ, କ୍ୟାଲସିୟମ, ଫାଇବର, ଭିଟାମିନ, ମିନେରାଲ ଆପଣଙ୍କ ଶରୀରକୁ ସୁସ୍ଥ ରଖିବ ଏବଂ ଆପଣ ଶକ୍ତିଶାଳୀ ମଧ୍ୟ ହେବେ ।

କଲେଷ୍ଟ୍ରୋଲ:- ଚଣାରେ ଅଳ୍ପୋନିକ ଏସିଡ ଏବଂ ଓମିନଫାଟି ଏସିଡ ଥାଏ ଯାହା କଲେଷ୍ଟ୍ରୋଲ ର ମାତ୍ରା କୁ କମ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ହାର୍ଟ ଅଟାକ ପରି ସମସ୍ୟା ଠାରୁ ମଧ୍ୟ ଦୂରେଇ ରଖିଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button