ଜୀବନଶୈଳୀ

ପାଆନ୍ତୁ ଦାନ୍ତ ବିନ୍ଧାରୁ ମୁକ୍ତି କେବଳ ୨ ମିନିଟରେ କେବଳ ଏହି ଗୋଟିଏ ଉପାୟରେ

ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ଆଜିକାଲି ଯୁଗରେ ଦାନ୍ତ ର ବହୁତ୍ ଗୁଡ଼ିଏ ପ୍ରୋବଲେମ ବାହାରିଲାଣି। ଆଉ ସେହି ପ୍ରୋବଲେମ ଛୋଟ ହେଇଥାଉ ନା କାହିଁକି, ଡାକ୍ତର ମାନେ କହିବେ ଦାନ୍ତ କୁ ଉପାଡ଼ିବା ପାଇଁ। ଏମିତି ନା କରିନି ଆପଣ ମାନେ ଘରୋଇ ଉପଚାର କରନ୍ତୁ। ଘରୋଇ ଉପଚାର ପାଇଁ ବ୍ୟବହୃତ ସାମଗ୍ରୀ ଆପଣଙ୍କୁ ସହଜରେ ରୋଷେଇ ଘରେ ମିଳିଯିବ। ଯାହା ଦ୍ଵାରା ଆପଣଙ୍କ ଦାନ୍ତ ର ବର୍ଷ ବର୍ଷ ଧରି ଶକ୍ତ ହେଇକି ରହିବ। ଆଜି କାଲି ନକଲି ଦାନ୍ତ ର ଚାହିଦା ମଧ୍ୟ ଅଧିକ ରହିଛି। କିନ୍ତୁ ଅତୀତରେ ଲୋକ ମାନଙ୍କର ମଶାଣିକୁ ଯିବା ପର୍ଯ୍ୟନ୍ତ ୩୨ ଦାନ୍ତ ପାଟିରେ ରହୁଥିଲା।  ପ୍ରଥମେ ଆମେ ଜାଣିବା କ୍ୟାଭିଟି ବିଷୟରେ। କ୍ୟାଭିଟି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର କରିପାରିବେ। ଏଥିପାଇଁ ପ୍ରଥମେ ଗୋଟେ ଗ୍ଲାସ୍ ଉଷୁମ ପାଣିରେ ଚିମୁଟାଏ ଲୁଣ ପକେଇ, ଦିନକୁ ୪ ଥର କୁଳି କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ଆରାମ ମିଳିବ। ଦ୍ୱିତୀୟ ରେ ଆପଣ ନଡ଼ିଆ ତେଲ ର ପ୍ରୟୋଗ କରି ମଧ୍ୟ କ୍ୟାଭିଟି ଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବେ। ଏଥିପାଇଁ ଆପଣ ୮ ରୁ ୧୦ ଚାମଚ ନଡିଆ ତେଲକୁ ପାଟିରେ ପୁରେଇ। ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ପାଟିରେ ବୁଲାନ୍ତୁ। ତାପରେ କୁଳି କରନ୍ତୁ। ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା କମ୍ ହୋଇଯିବ।
ତୃତୀୟ ରେ ଆପଣ ଆଉ ଗୋଟେ ଉପଚାର ମଧ୍ୟ କରି ପାରିବେ। ଏଥିପାଇଁ ଆପଣଙ୍କୁ ୨ ଟି ସାମଗ୍ରୀ ର ଆବଶ୍ୟକତା ପଡ଼ିବ। ଗୋଟେ ଛୋଟ ଡାଲଚିନି ଆଉ ୪ ରୁ ୫ ଟା ଲବଙ୍ଗ ନିଅନ୍ତୁ। ଏବେ ଏହାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଏଥିରେ ଅଳ୍ପ ପାଣି ଦେଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାପରେ ଯେଉଁ ଜାଗାରେ ଆପଣଙ୍କର ଦାନ୍ତର ସମସ୍ୟା ଅଛି ସେହି ଜାଗାରେ ତୁଳା ସାହାଯ୍ୟ ରେ ଲଗାନ୍ତୁ। ତାପରେ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ୨ ଦାନ୍ତ ରେ ଚାପି ରଖନ୍ତୁ। ଏହାକୁ ଦିନରେ ୨ ରୁ ୩ ଥାଏ ଟ୍ରାୟ କରନ୍ତୁ।
ଚତୁର୍ଥ ରେ ଆପଣଙ୍କୁ ଆବଶ୍ୟକ ରସୁଣ। ଏହାକୁ ବନେଇବା ପାଇଁ ଆପଣ ୩ ରୁ ୪ ପାଖୁଡ଼ା ରସୁଣ ନିଅନ୍ତୁ। ଏବଂ ତାହାର ପେଷ୍ଟ ବନାନ୍ତୁ ଆଉ ସେଥିରେ କିଛି ଲୁଣ ମିଶାନ୍ତୁ। ଏହାକୁ ଦିନରେ ୩ ରୁ ୪ ଥର ଲଗାନ୍ତୁ। ଦେଖିବେ ଆପଣକୁ ଆରାମ ମିଳିପାରିବ। ଏବଂ ବହୁତ୍ ଥଣ୍ଡା ଆଉ ଗରମ ଜିନିଷ ର ସେବନ ଦ୍ଵାରା ଆପଣଙ୍କ ଦାନ୍ତ ଝିମ୍ ଝିମ୍ ହୋଇଯାଏ। ଏଥିରୁ ବଞ୍ଚିବା ପାଇଁ ପ୍ରଥମେ ଲିମ୍ବ ପତ୍ରର ପେଷ୍ଟ ଆବଶ୍ୟକ। ତାପରେ ସେଥିରୁ କିଛି ନିଜ ଆଙ୍ଗୁଠି ରେ ନେଇ ନିଜ ଦାନ୍ତରେ ଭଲ ଭାବରେ ଲଗାନ୍ତୁ। ୫ ରୁ ୧୦ ମିନିଟ୍ ଦାନ୍ତ ଉପରେ ସେମିତି ଲାଗିବାକୁ ଦିଅନ୍ତୁ। ତାପରେ କୁଳି କରି ପାଟି ଧୋଇ ଦିଅନ୍ତୁ। ଦେଖିବେ ନିଶ୍ଚିନ୍ତ ଆପଣଙ୍କୁ ଏଥିରୁ ଆରାମ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button