ଦେଶ ବିଦେଶ

ଆସିଲା ନୂଆ ଆଇନ୍: ପୋଲିସର ବିନା ଡରରେ ପ୍ରେମିକ ପ୍ରେମିକା ରହି ପାରିବେ କି ହୋଟେଲରେ? ଜାଣନ୍ତୁ ପୁରା ଖବର

ପ୍ରେମିକ ପ୍ରେମିକା ମିଶି ରହି ପାରିବେ ହୋଟେଲ୍ ରୁମ୍ ରେ । ଏଥି ପାଇଁ ଭାରତୀୟ ଆଇନ୍ ରେ କୌଣସି ପ୍ରତିବନ୍ଧକ ନାହିଁ । ଯଦି ଆପଣ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଛନ୍ତି ଏବଂ ନିଜସ୍ଵ ଇଚ୍ଛାରେ ହୋଟେଲ୍ ରୁମ୍ ରେ ଯାଇ ରହୁଛନ୍ତି କିମ୍ବା କୌଣସି ଶାରିରୀକ ସମ୍ପର୍କ ରଖୁଛନ୍ତି ତେବେ ଏ ନେଇ ଆପଣଙ୍କୁ ଆଇନ୍ କିମ୍ବା ପୋଲିସ୍ କେହି ବି ଅଟକାଇ ପାରିବେ ନାହିଁ ।

E

ତେବେ ଏପରି କରିବାରୁ ଯଦି କେହି ବ୍ୟକ୍ତିକୁ ଅଟକାଏ ତେବେ ଏହା ବ୍ୟକ୍ତିର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଲା ବୋଲି କୁହାଯିବ । ବିଶେଷ କରି ଭାରତରେ ଅନ୍ୟ ବିଦେଶୀ ଦେଶ ତୁଳନାରେ ବିବାହ ପୂର୍ବର ସମ୍ପର୍କ ଓ ସେକ୍ସ୍ ଆଦିକୁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଭାବେ ନିଆ ଯାଇଥାଏ । ଯଦିଓ ଏହା ଅନ୍ୟ ଦେଶ ଗୁଡିକରେ ଅତି ସାଧାରଣ କଥା ଅଟେ ।

ଏହି କାରଣରୁ ଭାରତର ଯୁବ ପିଢ଼ିଙ୍କୁ ଅର୍ଥାତ୍ ପ୍ରେମୀ ଯୁଗଳଙ୍କ ମନରେ ଏକ ଡର ଲାଗି ରହିଥାଏ । ସେ ସମାଜର ଡର ହେଉ ବା ପୋଲିସ୍ ର । ତେବେ ଆମେ ଆଜି ଆପଣଙ୍କୁ ପୋଲିସ୍ ର ଡର ବିଷୟରେ କହୁଛୁ ।

ସୁପ୍ରିମ କୋର୍ଟର କହିବା ଅନୁସାରେ ଯଦି କୌଣସି ପୁରୁଷ ବା ମହିଳା ନିଜର ଅନ୍ୟ ପୁରୁଷ ବା ମହିଳା ସାଥିଙ୍କୁ ବିବାହ ନ କରି ମଧ୍ୟ ତାଙ୍କ ସହିତ ହୋଟେଲ୍ ରେ ରହୁଛନ୍ତି ବା ଶାରିରୀକ ସମ୍ପର୍କ ରଖୁଛନ୍ତି ତେବେ ଏହା ସମ୍ବିଧାନ ଧାରା ୨୧ ଅନୁଯାୟୀ ସେମାନଙ୍କର ମୌଳିକ ଅଧିକାର ଅଟେ।

Couple

ତେବେ ଯଦି ସେମାନଙ୍କୁ ଏପରି କରିବାରୁ କେହି ବଞ୍ଚିତ କରୁଛି ତେବେ ସେମାନେ ଧାରା ୩୨ କିମ୍ବା ଧାରା ୨୨୬ ଅନୁଯାୟୀ ସୁପ୍ରିମ କୋର୍ଟ କିମ୍ବା ହାଇକୋର୍ଟ ନିକଟକୁ ଯାଇ ପାରିବେ । ଉଦାହରଣ ସ୍ୱରୂପ ଆପଣ ଯଦି ହୋଟେଲ୍ ରୁମ୍ ରେ ଥିବା ବେଳେ ପୋଲିସ ରେଡ୍ ର ଶିକାର ହେଉଛନ୍ତି ତେବେ ଆପଣଙ୍କୁ ଡରିବାର ଆବଶ୍ୟକତା ନାହିଁ।

ଯଦି ପୋଲିସ ଅଧିକାରୀ ଆପଣଙ୍କୁ ଡରାଇବାକୁ ଚେଷ୍ଟା କରନ୍ତି ତେବେ ଆପଣ ତାଙ୍କୁ ଆଇଡି ପ୍ରୁଫ ଦେଖାନ୍ତୁ । ଏହା ପରେ ବି ଯଦି ସେ ନ ଶୁଣନ୍ତି ତେବେ ଆପଣ ସିଧା ସଳଖ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button